TLS(SANSKRIT) UNIT THREE SUBJECTIVE
BACK
१. निजभाषया प्रायशः वाक्यत्रयेण उत्तरं लिखत (गद्यभागात्)
(क) किं तावत् पर्यावरणम्?
୧(କ)ଉ. ପରି ଓ ଆବରଣ ଏହି ଦୁଇଟି ଶବ୍ଦର ମିଳନରେ ‘ପର୍ଯ୍ୟାବରଣ’ ଶବ୍ଦ ନିଷ୍ପନ୍ନ ହୋଇଛି। ଏହି ପୃଥିବୀ ଏକ ବିଚିତ୍ର ଗ୍ରହ ଅଟେ । ଏହି ଗ୍ରହର ଚାରି ପାଖରେ ଯେଉଁ ନୈସର୍ଗିକ ଆବରଣ ରହିଛି, ତାହା ପର୍ଯ୍ୟାବରଣ ରୂପେ ବିଦିତ ଅଟେ । ଏହି ପର୍ଯ୍ୟାବରଣ ପ୍ରାଣୀ ବା ଜୀବଜନ୍ତୁ ଓ ଉଦ୍ଭିଦ ବା ବୃକ୍ଷଲତାମାନଙ୍କର କଲ୍ୟାଣ ସାଧନ କରିଥାଏ ।
(ख) पर्यावरणे केषां ग्रहणं भवति?
୧(ଖ)ଉ. ପର୍ଯ୍ୟାବରଣ ମଧ୍ୟରେ ପଞ୍ଚ ମହାଭୂତକୁ ଗ୍ରହଣ କରାଯାଇଛି । ସେହି ମହାଭୂତଗୁଡ଼ିକ ହେଲେ- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ । ସୃଷ୍ଟି ପ୍ରକ୍ରିୟାକ୍ରମରେ ସୂକ୍ଷ୍ମଭୂତରୁ ସ୍ଥୂଳଭୂତର ଉତ୍ପତ୍ତି ହୋଇଛି । ଯଥା- ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଓ ଜଳରୁ ପୃଥିବୀ । ତେଣୁ ସ୍ଥୂଳରୂପ । ପୃଥିବୀରେ ଅନ୍ୟ ମହାଭୂତଗୁଡ଼ିକ ସଂଯୁକ୍ତ ହୋଇରହିଛନ୍ତି ।
(ग) कथं जीवजगत् सुरक्षितं भबिष्यति?
୧(ଗ)ଉ. ଭୌତିକ ଓ ଜୈବିକ ଭେଦରେ ପର୍ଯ୍ୟାବରଣ ଦୁଇଭାଗରେ ବିଭକ୍ତ । ଭୌତିକ ପର୍ଯ୍ୟାବରଣରେ ପଞ୍ଚ ମହାଭୂତ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଏବଂ ଜୈବିକ ପର୍ଯ୍ୟାବରଣରେ ଉଦ୍ଭିଦ ଜଗତ ଓ ପ୍ରାଣି ଜଗତକୁ ଗ୍ରହଣ କରାଯାଇଛି । ପ୍ରାଣିମାନେ ଭୂମିରୁ ଭୋଜନ, ଜଳରୁ ଜଳ, ବାୟୁମଣ୍ଡଳରୁ ପ୍ରାଣବାୟୁକୁ ଗ୍ରହଣ କରି ବଞ୍ôଚଥାନ୍ତି । ଏଣୁ ଭୌତିକ ପର୍ଯ୍ୟାବରଣର ସୁରକ୍ଷା ହେଲେ ଜୀବଜଗତ ସୁରକ୍ଷିତ ହୋଇପାରିବ ।
(घ) कथं पृथिव्याः संरक्षणं कर्त्तव्यम्?
୧(ଘ)ଉ. ପୃଥିବୀ ଆମର ମାଆ । ଏହି ପୃଥିବୀ ଜୀବଜଗତ, ବୃକ୍ଷଜଗତ, ରତ୍ନ ଓ ଖଣିଜଦ୍ରବ୍ୟଗୁଡ଼ିକୁ ଧାରଣ କରିଛି । ଭୂମି ପ୍ରଦୂଷଣ ଦ୍ୱାରା ରୋଗଜାତ ହୁଏ । ବୃକ୍ଷଛେଦନ ଓ ଅତ୍ୟଧିକ ରାସାୟନିକ ଓ କୀଟନାଶକ ବିଷ ପ୍ରୟୋଗ ଦ୍ୱାରା ଭୂମି ଦୂଷିତ ଓ ଶକ୍ତିହୀନ ହୋଇପଡ଼ୁଛି । ଏହି ଭୂମିକୁ ପ୍ରକୃତି କୁହାଯାଏ । ଏଣୁ ଏହି ଭୂମି ବା ପୃଥିବୀର ସଂରକ୍ଷଣ ଦ୍ୱାରା ସବୁ ସୁରକ୍ଷିତ ରହିପାରିବ । ଏଣୁ ପୃଥିବୀର ସଂରକ୍ଷଣ ଆବଶ୍ୟକ ।
२. पद्य भागात् वाक्यत्रयेण उत्तरं कुरुत।
(क) कीदृशं वनं गन्तुं सीता समर्था इति अवदत्?
୨(କ)ଉ. ପତି ପରାୟଣା ସୀତା ତ୍ରିଲୋକର କୌଣସି ସୁଖ କାମନା କରି ନ ଥିଲେ । ତାଙ୍କର ଏକମାତ୍ର ଚିନ୍ତା ଥିଲା ନିଜର ପତିବ୍ରତା ଧର୍ମର ପରିାଳନ । ପିତ୍ରାଳୟରେ କନ୍ୟା ସୁଖରେ ବାସ କଲା ପରି ସେ ସ୍ୱାମୀ ରାମଚନ୍ଦ୍ରଙ୍କ ସହିତ ଆନନ୍ଦରେ ଦୁର୍ଗମ, ନିର୍ଜନ, ବିବିଧଶ୍ୱାପଦ ତଥା ହିଂସ୍ରଜନ୍ତୁ ପରିପୂର୍ଣ୍ଣ ଅରଣ୍ୟରେ ବାସ କରିବାକୁ ସମର୍ଥ ବୋଲି କହିଥିଲେ ।
(ख) कथं दुःखतरं वनम्?
୨(ଖ)ଉ. ବନବାସ କାଳରେ ଦିନର କର୍ମକ୍ଲାନ୍ତିକୁ ଅପନୋଦନ କରିବା ପାଇଁ ସ୍ୱୟ ଭଗ୍ନପତ୍ର ଶଯ୍ୟାରେ ଭୂମି ଉପରେ ଶୟନ କରିବାକୁ ହୁଏ, ଅନେକ ସମୟ ଅନାହାରରେ ରହିବାକୁ ପଡ଼େ । ପ୍ରସାଧନ ଅଭାବରୁ ଜଟାଭାର ବହନ କରିବାକୁ ହୁଏ ଏବଂ ବଳ୍କଳକୁ ବସ୍ତ୍ର ରୂପେ ପରିଧାନ କରିବାକୁ ପଡ଼େ । ଭୟଙ୍କର ପବନ, ଘନ ଅନ୍ଧକାର ଓ ବୁଭୁକ୍ଷା ସାଙ୍ଗକୁ ବନରେ ବହୁ ଭୟର କାରଣ ମଧ୍ୟ ରହିଛି । ଏଣୁ ବନ ଦୁଃଖକର ଅଟେ ।
(ग) सीता कीदृशे वने कथं निवत्स्यति अवदत्?
୨(ଗ)ଉ. ରାମ ସୀତାଙ୍କୁ ବନକୁ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତେ ପତି ପରାୟଣା ସୀତା ରାମଙ୍କୁ ବୁଝାଇବାକୁ ଯାଇ କହିଲେ - ହେ ପ୍ରଭୁ ଜନଶୂନ୍ୟ, ଦୁର୍ଗମ, ହିଂସ୍ରଜନ୍ତୁରେ ପରିପୂର୍ଣ୍ଣ ଅରଣ୍ୟରେ ମୁଁ ତୁମ ସହିତ ସୁଖରେ ବାସ କରିବି । ତିନିଲୋକର ସୁଖକୁ କାମନା ନ କରି କେବଳ ପତିବ୍ରତା ଧର୍ମକୁ ପାଳନ କରିବି । ଯେପରି ପିତ୍ରାଳୟରେ ସୁଖରେ ଥିଲି ସେହିପରି ତୁମର ସ୍ନେହ ଓ ସାନିଧ୍ୟ ଲାଭ କରି ମୁଁ ଅରଣ୍ୟରେ ମଧ୍ୟ ସୁଖରେ ରହିପାରିବି ।
३. गद्यभागात् निजभाषया संक्षेपेण उत्तरं कुरुत। (क) किं
पर्यावरणम् उच्यते?
୩(କ)ଉ. ପୃଥିବୀ ଚାରିପାଖରେ ଯେଉଁ ନୈସର୍ଗିକ ଆବରଣ ରହିଛି ତାହାକୁ ପର୍ଯ୍ୟାବରଣ କୁହାଯାଏ ।
(ख) पर्यावरणशव्दः कथं निष्पन्नः भवति?
୩(ଖ)ଉ. ‘ପରି’, ‘ଆବରଣ’ ଏହି ଦୁଇଟିର ସଂଯୋଗରେ ପର୍ଯ୍ୟାବରଣ ଶବ୍ଦ ନିଷ୍ପନ୍ନ ହୋଇଛି ।
(ग) कानि पंचमहाभूतानि?
୩(ଗ)ଉ. ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପାଞ୍ଚଟି ପଞ୍ଚ ମହାଭୂତ ଅଟନ୍ତି ।
(घ) पर्यावरणं कतिविधम्?
୩(ଘ)ଉ. ଭୌତିକ ଓ ଜୈବିକ ଭେଦରେ ପର୍ଯ୍ୟାବରଣ ଦୁଇ ପ୍ରକାର ।
(ङ) भौतिपर्यावरणे केषां ग्रहणं भवति?
୩(ଙ)ଉ. ଭୌତିକ ପର୍ଯ୍ୟାବରଣରେ ପଞ୍ଚ ମହାଭୂତକୁ ଗ୍ରହଣ କରାଯାଇଛି ।
(च) का अस्माकं माता?
୩(ଚ)ଉ. ପୃଥିବୀ ଆମର ମା’ ଅଟନ୍ତି ।
(छ) कस्याः प्रदूषणेन रोगाः जायन्ते?
୩(ଛ)ଉ. ଭୂମି ପ୍ରଦୂଷିତ ହେଲେ ରୋଗଜାତ ହୁଏ ।
(ज) कथं भूमिः प्रदूषिता शक्तिहीना च भवति?
୩(ଜ)ଉ. ବୃକ୍ଷଚ୍ଛେଦନ, ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ଦ୍ୱାରା ଭୂମି ଦୂଷିତ ଓ ଶକ୍ତିହୀନ ହେଉଛି ।
४. पद्यभागात् निजभाषया संक्षेपेण उत्तरं कुरुत।
(क) वनं कैः वर्जितं कैः आकीर्णं च भवति?
୪(କ)ଉ. ବନ ପୁରୁଷବର୍ଜିତ ଓ ନାନା ମୃଗଗଣରେ ପରିପୂର୍ଣ୍ଣ ଅଟେ ।
(ख) सीता कान् अचिन्तयन्ती वने सुखेन निवत्स्यति?
୪(ଖ) ଉ. ସୀତା ତିନିଲୋକର ସୁଖ ବିଷୟରେ ଚିନ୍ତା ନ କରି ବଣରେ ସୁଖରେ ବାସ କରିବେ ।
(ग) सीता वाल्ये कुत्र सुखेन अवसत्?
୪(ଗ)ଉ. ସୀତା ପିଲାଦିନେ ପିତ୍ରାଳୟରେ ସୁଖରେ ବାସ କରୁଥିଲେ ।
(घ) कदा कुत्र भूतले सुप्यते?
୪(ଘ)ଉ. ବନରେ ରାତ୍ରିକାଳରେ ଭୂମିରେ ଶୟନ କରିବାକୁ ହୁଏ ।
(ङ) कथं सीता मैथिली इति कथ्यते?
୪(ଙ)ଉ. ସୀତା ମିଥିଳାର ରାଜକନ୍ୟା ହୋଇଥିବାରୁ ତାଙ୍କୁ ମୈଥିଳୀ କୁହାଯାଏ ।
(च) वने कीदृशम् अम्वरं धार्यते कुत्र सुप्यते च?
୪(ଚ) ଉ. ବଣରେ ବଳ୍କଳରୂପୀ ବସ୍ତ୍ର ଧାରଣ କରାଯାଏ ଏବଂ ପତ୍ରଶଯ୍ୟାରେ ଶୋଇବାକୁ ପଡ଼େ ।
५. संस्कृतेन अनुवादं कुरुत।
(କ) ସିଂହ ଶୃଗାଳକୁ ତୃଣ ପରି
ମନେ କରେ ।
୫(କ)ଅନୁବାଦ - ସିଂହଃ ଶୃଗାଳଂ ତୃଣାୟ ମନ୍ୟତେ ।
(ଖ) ପିତା କୃଷ୍ଣଙ୍କୁ ଚାନ୍ଦ
ଦେଖାଇଲେ ।
୫(ଖ)ଅନୁବାଦ - ପିତା କୃଷ୍ଣାୟ ଚନ୍ଦ୍ରମ୍ ଅଦର୍ଶୟତ୍ ।
(ଗ) ପ୍ରଜାମାନେ ରାଜାଙ୍କୁ
ଦୁଃଖ ଜଣାନ୍ତି ।
୫(ଗ)ଅନୁବାଦ- ପ୍ରଜାଃ ରାଜ୍ଞେ ଦୁଃଖଂ ନିବେଦୟନ୍ତି ।
(ଘ) ସନ୍ତାନମାନଙ୍କର ମଙ୍ଗଳ
ହେଉ ଏହା ପିତାମାତା ଚାହାଁନ୍ତି ।
୫(ଘ) ଅନୁ ବାଦ-ସନ୍ତନେଭ୍ୟଃ ସ୍ୱସ୍ତି ଭବତୁ ଇତି ପିତାମାତା ଚ/ପିତରୌ ଇଚ୍ଛତଃ ।
(ଙ) ଆମ୍ଭମାନଙ୍କୁ ଖେଳ ଭଲ
ଲାଗେ ।
୫(ଙ) ଅନୁବାଦ - ଅସ୍ମଭ୍ୟଂ କ୍ରୀଡ଼ା ରୋଚତେ ।
(ଚ) ଜେଜେମା ନାତିମାନଙ୍କୁ ଗପ
କହୁଛନ୍ତି ।
୫(ଚ) ଅନୁବାଦ- ପିତାମହୀ ନପ୍ତୃଭ୍ୟଃ ଗଳ୍ପଂ କଥୟତି ।
(ଛ) ମାଆ ମନ୍ଦିରରେ
ଭିକାରିମାନଙ୍କୁ ଖାଇବାକୁ ଦିଅନ୍ତି ।
୫(ଛ) ଅନୁବାଦ - ମାତା ମନ୍ଦିରେ ଭିକ୍ଷୁକେଭ୍ୟଃ ଭୋଜନଂ ଦଦାତି ।
(ଜ) ଭୀମ ଦୁଃଶାସନ ପାଇଁ
ସମର୍ଥ ଅଟନ୍ତି ।
୫(ଜ) ଅନୁବାଦ - ଭୀମଃ ଦୁଃଶାସନାୟ ଅଳମ୍ ଭବତି ।
(ଝ) ସମସ୍ତେ ଜ୍ଞାନକୁ ଆଦର
କରିବା ଉଚିତ୍ ।
୫(ଝ)ଅନୁବାଦ - ସର୍ବେ ଜ୍ଞାନାୟ ସ୍ପୃହୟେୟୁଃ ।
(ଞ) ବାପା କାହାଠାରୁ କିଛି
ଧାର କରନ୍ତି ନାହିଁ ।
୫(ଞ)ଅନୁବାଦ - ପିତା କସ୍ମୈ କିଞ୍ଚିତ ନ ଧାରୟତି ।
Comments
Post a Comment