MIL UNIT-01 SUBJECTIVE
BACK
କେତନ ।’
୧.(କ) ପ୍ରାୟ ୧୨୦ଟି ଶବ୍ଦ
ମଧ୍ୟରେ ଉତ୍ତର ଲେଖ ।
ପ୍ରଶ୍ନ: ଦୁର୍ଯୋଧନ ଗୁରୁପୁତ୍ର ଅଶସ୍ତମାଙ୍କୁ ଭର୍ତ୍ସନା କରିବାର
କାରଣ ପଠିତ କବିତା ଅନୁସରଣରେ
ଆଲୋଚନା କର ।
ଉ: ଉତ୍କଳମାଟିର ସୁଯୋଗ୍ୟ ସନ୍ତାନ ଶୁଦ୍ରମୁନି ସାରଳା ଦାସ
ସ୍ୱୀୟ ଲେଖନୀ ମୁନରେ ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଭେଟି
ଦେଇଛନ୍ତି ‘ମହାଭାରତ’ ଭଳି କାବ୍ୟରତ୍ନ । ବ୍ୟାସକୃତ
‘ମହାଭାରତ’ଠାରୁ ସଂପୂର୍ଣ୍ଣ ଭିନ୍ନ ଶୈଳୀରେ ରଚିତ ଏହି
କାବ୍ୟରେ ସେ ଭରି ଦେଇଛନ୍ତି ଉତ୍କଳୀୟ ସାମାଜିକ ପରମ୍ପରାର
ପ୍ରଲେପ ଯାହା କବିଙ୍କ ମୌଳିକ ମୂଲ୍ୟବୋଧର ପରିଚୟ ପ୍ରଦାନ
କରେ । ମହାଭାରତର ‘କାଇଁଶିକା’ ପର୍ବରୁ ଉଦ୍ଧୃତ କବିତା
‘ମାନଗୋବିନ୍ଦଙ୍କ ମହାନତା’ରେ କବି ମହାମାନୀ ଦୁର୍ୟ୍ୟୋଧନଙ୍କ
ଖଳନାୟକ ଭାବେ ଚିତ୍ରିତ ଚରିତ୍ରର ଏକ ଭିନ୍ନ ଦିଗ ଉପରେ
ଆଲୋକପାତ କରିଛନ୍ତି ।
ମହାଭାରତ ଯୁଦ୍ଧର ଶେଷ ପର୍ୟ୍ୟାୟରେ
ଦୁର୍ୟ୍ୟୋଧନ ନିଜର ପୁତ୍ର ଲକ୍ଷ୍ମଣ କୁମାର ସମେତ ସମସ୍ତ ଜ୍ଞାତି
କୁଟୁମ୍ବଙ୍କୁ ହରାଇ ହତାଶାର ଅଗ୍ନିରେ ଦଗ୍ଧୀଭୂତ ହେଉଥିବା
ସମୟରେ ଗୁରୁପୁତ୍ର ଅଶ୍ୱତ୍ଥାମାଙ୍କ ବୀରତ୍ୱ ବ୍ୟଞ୍ଜକ ବାଣୀ
ତାଙ୍କ ହୃଦୟରେ ନୂତନ ଆଶାର ସଂଚାର କରିଛି । ପାଣ୍ଡବନାଶର
ଦୁରଭିସନ୍ଧି ମନରେ ଧରି ସେ ଅଶ୍ୱତ୍ଥାମାଙ୍କୁ ସେନାପତି ରୂପେ
ବରଣ କରିଛନ୍ତି । ଆଗରୁ ଏହି କାର୍ୟ୍ୟ ନ କରିଥିବାରୁ ପଶ୍ଚାତାପ
ମଧ୍ୟ କରିଛନ୍ତି । ମାତ୍ର ବିଧିର ବିଡ଼ମ୍ବନା, ରାତ୍ରିର ଅନ୍ଧକାର
ମଧ୍ୟରେ ପାଣ୍ଡବଙ୍କୁ ଚିହ୍ନି ନପାରି ତାଙ୍କ ପ୍ରତିବଦଳରେ
ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କ ଛିନ୍ନଶିର ଧରି ଅଶ୍ୱତ୍ଥାମା
ଦୁର୍ୟ୍ୟୋଧନଙ୍କ ସମ୍ମୁଖରେ ପହଞ୍ଚିଛି । ଏହା ଦେଖି ମାନଗୋବିନ୍ଦ
ଦୁଃଖ, କ୍ରୋଧ ଓ ଅନୁଶୋଚନାରେ ମ୍ରିୟମାଣ ହୋଇ ଉଠିଛନ୍ତି ।
ନୃଶଂସ ଦୁର୍ୟ୍ୟୋଧନଙ୍କ ଅବଚେତନରେ ଥିବା ସୁପ୍ତ ପିତୃସୁଲଭ
ବାତ୍ସଲ୍ୟତା ଜାଗିଉଠିଛି । କୋମଳମତି ପଞ୍ଚପୁତ୍ରଙ୍କ ଛିନ୍ନଶିର
ଅବଲୋକନରେ ସେ ମୂର୍ଚ୍ଛା ହୋଇଯାଇଛନ୍ତି । ଅଶ୍ୱତ୍ଥାମାଙ୍କ
ଏତାଦୃଶ କୁକୃତ୍ୟରେ କ୍ରୋଧାନ୍ୱିତ ହୋଇ ଦୁର୍ଯୋଧନ ତାଙ୍କୁ
ଅନେକ ଧିକ୍କାର କରି କହିଛନ୍ତି,
“ତୋହର ମୁଖ ପୁଣ ମୁଂ ନଚାହିଂରେ ଦୋରେହା
ବଂଶ ନିଅଂଶ କଲୁରେ ମୋହର ମୁଖ ତୁ ନ ଚାହାଂ”
ଯୁଦ୍ଧର ବିଭୀଷିକାରେ ବଳି ପଡ଼ିଥିବା ନିଜ ପୁତ୍ର
ଲକ୍ଷ୍ମଣ କୁମାର ଅର୍ଜୁନ ପୁତ୍ର ଅଭିମନ୍ୟୁ ଓ ଭୀମପୁତ୍ର ଘଟୋତ୍କଚ
ପରେ ପାଞ୍ଚାଳୀଙ୍କ ପଞ୍ଚପୁତ୍ର ବଂଶର ଏକମାତ୍ର ରକ୍ଷକ ଭାବେ
ଦୁର୍ୟ୍ୟୋଧନ ବିବେଚନା କରିଥିଲେ । ମାତ୍ର ଅଶ୍ୱତ୍ଥାମାଙ୍କ ହେତୁ
ସେତକ ବୁଡ଼ିଗଲା । ସନ୍ତାନମାନଙ୍କୁ କଳ୍ପତରୁ ଆଖ୍ୟା ପ୍ରଦାନ
କରିବା ସହିତ ନିଜକୁ ବାଳୁତ ବଧ ଦୋଷରେ ଦୋଷୀ ମାନି
ମାନଗୋବିନ୍ଦ କୁଳନାଶକାରୀ ଅଶ୍ୱତ୍ଥାମାଙ୍କୁ ଭର୍ତ୍ସନା କରିଛନ୍ତି ।
ଶେଷରେ ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କ ଛିନ୍ନଶିର ନିଜ କୋଳରେ
ଧରି ବିଳାପରତ ଦୁର୍ୟ୍ୟୋଧନଙ୍କ ମୂର୍ଦ୍ଧନା ଫାଟିଯାଇଛି ଓ ସେ
ମୃତ୍ୟୁବରଣ କରିଛନ୍ତି ।
କବି ମହାମାନୀ ଦୁର୍ଯୋଧନଙ୍କୁ ଏକ ଦରଦୀ
ପିତାର ଆସନରେ ବସାଇ ତାର ଚରିତ୍ରକୁ ମହିମା ମଣ୍ଡିତ
କରିଛନ୍ତି ।
(ଖ) ପ୍ରାୟ ୫୦ଟି ଶବ୍ଦରେ
ସପ୍ରସଙ୍ଗ ସରଳାର୍ଥ ଲେଖ ।
“ହରାଇ କରି ପଛେ ଶିଖିଲି ମୁଂ
ବୁଦ୍ଧି
ପାଦେଣ ଟାଳିଲି ମୁଁ ୟେଡେକ
ସଂପ୍ରଧି”
ଉ: ହରାଇ କରି ................... ୟେଡେକ ସଂପ୍ରଧି ।
ଶଂସିତ ପଦ୍ୟାଂଶଟି ଶୂଦ୍ରମୁନି ସାରଳା ଦାସ ବିରଚିତ
‘ମହାଭାରତ’ର କାଇଁଶିକା ପର୍ବ ଅନ୍ତର୍ଗତ ‘ମାନଗୋବିନ୍ଦଙ୍କ
ମହାନତା’ ଶୀର୍ଷକ କବିତାରୁ ସଂଗୃହୀତ । ଆଲୋଚ୍ୟ ପ୍ରସଙ୍ଗରେ
କବି ମହାମାନୀ ଦୁର୍ଯୋଧନଙ୍କର ଅଶ୍ୱତ୍ଥାମାଙ୍କୁ ସେନାପତି
ରୂପେ ବରଣ ନ କରିପାରିଥିବାର ଖେଦ୍ୟୋକ୍ତି ସଂପର୍କରେ
ବର୍ଣ୍ଣନା କରିଛନ୍ତି ।
ଯୁଦ୍ଧର ଅନ୍ତିମ ପର୍ଯାୟରେ ଗୁରୁପୁତ୍ର ଅଶ୍ୱତ୍ଥାମାଙ୍କୁ
ପାଣ୍ଡବ ସଂହାରର ଦାୟିତ୍ୱ ଅର୍ପଣ କରି ନିଶ୍ଚିନ୍ତ ହୋଇଯାଇଥିଲେ
ମାନଗୋବିନ୍ଦ । ଦୃଦକ୍ଷ ଠାରୁ ଅଶ୍ୱତ୍ଥାମା ପଞ୍ଚପାଣ୍ଡବଙ୍କର
କଟାମୁଣ୍ଡ ଭାର କରି ଆଣୁଛି ସମ୍ବାଦ ପାଇ ଖୁସିରେ ସେ ହୋଇ
ଉଠିଥିଲେ ଆତ୍ମହରା । ଏଥିସହିତ ଅଶ୍ୱତ୍ଥାମାଙ୍କୁ ବହୁ ବିଳମ୍ବରେ
ସେନାପତି କରିଥିବାରୁ ଅନୁତାପ ମଧ୍ୟ କରିଥିଲେ । ହୁଏତ
ଆରମ୍ଭରୁ ତାଙ୍କୁ ସେନାପତି କରିଥିଲେ ଚିରଶତ୍ରୁ ପାଣ୍ଡବମାନଙ୍କ
ସଂହାର ସହ ଜ୍ଞାତି କୁଟୁମ୍ବ ଏବଂ ଧନ ସଂପତ୍ତି ସୁରକ୍ଷିତ
ରହିଥାନ୍ତା । ମାତ୍ର ଦୁର୍ଯ୍ଯୋଧନ ଅଶ୍ୱତ୍ଥାମାଙ୍କ ବୀରତ୍ୱର
ପରାକାଷ୍ଠା ବୁଝିନପାରି ଅଗାଧ ସମୁଦ୍ରରେ ଭାସିଗଲେ ବୋଲି
କହିଛନ୍ତି । ଏତେ ବଡ଼ ସମ୍ପତ୍ତିକୁ ସେ ପାଦରେ ଆଡ଼େଇ
ଦେଇଥିବାରୁ ଘୋର ଅନୁତପ୍ତ ହୋଇଛନ୍ତି । ସମସ୍ତ ହରାଇ
କରି ଶେଷରେ ଦୁର୍ଯୋଧନ ବୁଦ୍ଧି ଶିଖିଛନ୍ତି ବୋଲି ଭାବିଛନ୍ତି ।
ମାତ୍ର ପରବର୍ତ୍ତୀ ସମୟରେ ପାଣ୍ଡବଙ୍କ ପରିବର୍ତ୍ତେ ଦ୍ରୌପଦୀଙ୍କର
ପଞ୍ଚପୁତ୍ରଙ୍କ ଛିନ୍ନ ଶିର ଦେଖି ସେ ଅଶ୍ୱତ୍ଥାମାଙ୍କୁ ଘୋର ଭର୍ତ୍ସନା
କରିଛନ୍ତି ।
ବାସ୍ତବିକ କବିଙ୍କ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ।
କିମ୍ବା,
“ୟାହାନ୍ତ ରଖିଲି ମୁଁ
ବଂଶରକ୍ଷାର ନିମନ୍ତେ
ଗତ ଆଗତ ବୁଡ଼ିଲା ୟେ ତୋହୋର
କୃତ୍ୟେ”
“ୟାହାନ୍ତ ରଖିଲି ମୁଁ ବଂଶରକ୍ଷାର ନିମନ୍ତେ
ଗତ ଆଗତ ବୁଡ଼ିଲା ୟେ ତୋହୋର କୃତ୍ୟେ”
ପ୍ରୋକ୍ତ ପଦ୍ୟାଂଶଟି ମାଟିର ମହାକବି ସାରଳା
ଦାସଙ୍କ କୃତ ‘ମହାଭାରତ’ର କାଇଁଶିକା ପର୍ବ’ ଅନ୍ତର୍ଗତ
‘ମାନଗୋବିନ୍ଦଙ୍କ ମହାନତା’ ଶୀର୍ଷକ ପଦ୍ୟରୁ ସଂଗୃହୀତ ।
ଆଲୋଚ୍ୟ ଅଂଶରେ କବି ଖଳନାୟକ ଭାବେ ଭାବେ ଚିତ୍ରିତ
ଦୁର୍ଯୋଧନଙ୍କ ହୃଦୟର କେଉଁ ଏକ ନିଭୃତ କୋଣରେ ଲୁଚି
ରହିଥିବା ପିତୃ ହୃଦୟର ଅନାବିଳ ପ୍ରେମ ସମ୍ବଳର ବର୍ଣ୍ଣନା
କରିଛନ୍ତି ।
ମହାଭାରତ ଯୁଦ୍ଧର ଅନ୍ତିମ କ୍ଷଣରେ ଅଶ୍ୱତ୍ଥାମା
ସେନାପତି ରୂପେ ବରଣ କରିଛନ୍ତି ମହାମାନୀ ଦୁର୍ଯୋଧନ ।
ମାତ୍ର ପଞ୍ଚପାଣ୍ଡବଙ୍କ ପରିବର୍ତ୍ତେ ଦ୍ରୌପଦୀଙ୍କ ନିଷ୍ପାପ ପଞ୍ଚପୁତ୍ରଙ୍କ
ଛିନ୍ନଶିର ଧରି ତାଙ୍କ ନିକଟରେ ଉପସ୍ଥିତ ହୋଇଛି ଅଶ୍ୱତ୍ଥାମା ।
ଏହି ହୃଦୟ ବିଦାରକ ଦୃଶ୍ୟ ଅବଲୋକନରେ ମାନଗୋବିନ୍ଦଙ୍କ
ଅନ୍ତରାତ୍ମା କାନ୍ଦି ଉଠିଛି । ସେ ଶୋକାଭିଭୂତ ହୋଇ ନାନା
ଭାବରେ ଅଶ୍ୱତ୍ଥାମାଙ୍କୁ ଭର୍ତ୍ସନା କରିଛନ୍ତି । ଅଭିମନ୍ୟୁ, ଲକ୍ଷ୍ମଣ
କୁମାର, ଘଟୋତ୍କଚଙ୍କ ନିଧନ ପରେ ଏହି ପଞ୍ଚପୁତ୍ର ହିଁ
କୁରୁବଂଶର ଏକମାତ୍ର କୁଳପ୍ରଦୀପ ଥିଲେ ଯାହା କି ଅଶ୍ୱତ୍ଥାମାଙ୍କ
କୁକୃତ୍ୟ ହେତୁ ଅକାଳରେ ନିର୍ବାପିତ ହେଲା । ବଂଶରକ୍ଷାର
ଶେଷ ଆଶାର ପରିସମାପ୍ତି ପରେ ନିଜକୁ ବାଳୁତ ବଧ ଦୋଷରେ
ଦୋଷୀ ମନେ କରିଛନ୍ତି ଦୁର୍ଯୋଧନ ଓ ଅଶ୍ୱତ୍ଥାମାଙ୍କୁ ଧିକ୍କାର
କରିଛନ୍ତି ।
କବି ମାନଗୋବିନ୍ଦଙ୍କ ଚରିତ୍ରର ଭିନ୍ନ ଏକ ଦିଗ ଦର୍ଶାଇଛନ୍ତି ।
୨.(କ) ପ୍ରାୟ ୧୨୦ଶବ୍ଦରେ
ଉତ୍ତର ଲେଖ ।
ପ୍ରଶ୍ନ: ନିଜର ଜନ୍ମଭୂମି
ପଲ୍ଲୀକୋଳକୁ ଫେରିଯିବାରେ
ଲେଖକ କାହିଁକି ନୈତିକ ସାହାସ
ଜୁଟାଇ ପାରିନାହାନ୍ତି
ତାହା ପଠିତ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର ।
କିମ୍ବା,
ପ୍ରାବନ୍ଧିକ କାହିଁକି ପଲ୍ଲୀକୋଳକୁ ଫେରିଯିବା ପାଇଁ
ନିଜର ଅକ୍ଷମତା ପ୍ରକାଶ
କରିଛନ୍ତି, ତାହା ବୁଝାଇ ଲେଖ ।
ଉ: ବିଶିଷ୍ଟ ଐତିହାସିକ, ଗବେଷକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
ଓଡ଼ିଆ ଗଦ୍ୟ ସାହିତ୍ୟାକାଶରେ ଏକ ଅବିସ୍ମରଣୀୟ ପ୍ରତିଭା ।
ଲେଖକଙ୍କ ରଚିତ ପ୍ରବନ୍ଧମାନସ ପୁସ୍ତକରୁ ସଂଗୃହୀତ ।
ଆଲୋଚ୍ୟ ଗଦ୍ୟ ‘ଜନ୍ମଭୂମି’ରେ ସେ ପ୍ରକୃତି ପରିବେଷ୍ଟିତ
ନିଜର ଜନ୍ମମାଟିର ଅନନ୍ୟ ମହତ୍ତ୍ୱ ଦର୍ଶାଇବା ସହିତ ତଥାକଥିତ
ଆଧୁନିକ ଶିକ୍ଷିତ ଗୋଷ୍ଠୀର ପଲ୍ଲୀ ବିମୁଖତା ସମ୍ପର୍କରେ
ଅବତାରଣା କରିଛନ୍ତି ।
ଯେଉଁ ପଲ୍ଲୀଭୂମିରେ ଲେଖକ ଧରଣୀର ଆଦ୍ୟସ୍ପର୍ଶ
ପାଇଥିଲେ ଯାହାର ରୂ , ରସ, ଗନ୍ଧରେ ତାଙ୍କ ମନକୁ
ମୋହିଥିଲା, ଯିଏ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଦେଇ ତାଙ୍କ
ଶିଶୁ ପ୍ରାଣକୁ ପରି ପୁଷ୍ଟ କଲା, ସେଇ ପଲ୍ଲୀମାଟିକୁ ପରିସ୍ଥିତି
ଚାପରେ, କର୍ତ୍ତବ୍ୟର ତାଡ଼ନାରେ ଛାଡ଼ି ଆସିଥିବାରୁ ମନ ତାଙ୍କର
ଆନ୍ଦୋଳତି ହୋଇ ଉଠଛି । ଏଠି ଏକଦା ମାତା, ଧାତ୍ରୀ ଓ ଶିକ୍ଷୟତ୍ରୀର
ଭୂମିକା ନିର୍ବାହ କରିଥିବା ଜନ୍ମଭୂମିଠାରୁ ଦୂରେଇ ଯାଇ ପୁନଶ୍ଚ
ସେଠାକୁ ଫେରିଯିବା ପାଇଁ ନୈତିକ ସାହାସ ଜୁଟାଇ
ପାରିନାହାନ୍ତି । କେବଳ ସମୟ ସ୍ରୋତରେ ନିଜକୁ ନିଃସହାୟ
ତୃଣ ପରି ଭସାଇ ଦେଇଛନ୍ତି । ଆୟୁ ବୃଦ୍ଧି ହେବା ସହିତ ପଲ୍ଲୀ
ସହିତ ତାଙ୍କର ସମସ୍ତ ସମ୍ପର୍କ କ୍ରମଶଃ କ୍ଷୀଣ ହେବାରେ ଲାଗିଛି ।
ନିଜ ଜନ୍ମଭୂମିକୁ ଆଉ ଫେରି ନ ପାରି କେବଳ ତା’ର ରୂକୁ
ଜାତିସ୍ମର ପରି ସ୍ମରଣ କରିଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ
ପଲ୍ଲୀଗ୍ରାମରେ ଏକ ପରିବାରତ୍ୱ ପରମ୍ପରା ଦ୍ୱାରା ସ୍ଥାପିତ ସ୍ନେହ
ମମତାର ସମ୍ପର୍କ ଆଉ ସେ ଫେରି ପାଇନାହାନ୍ତି । ସାର ମାଉସୀର
‘କେବେ ଆସିଲୁ ବାପା?’ ‘କେବେ ଆସିଲ ବାବୁ?’ ରେ
ରୂାନ୍ତରିତ ହୋଇଯାଇଛି । ଗୋବିନ୍ଦା ଭାଇର ଆତ୍ମୀୟତା ତାଙ୍କ
ପାଇଁ ସ୍ୱପ୍ନ ହୋଇ ରହିଯାଇଛି ।
କେବଳ ଲେଖକ ନୁହଁନ୍ତି, ପାଶ୍ଚାତ୍ୟ ସଭ୍ୟତାର
ଚାକଚକ୍ୟରେ ଅନ୍ଧ ହୋଇ ଆଜିର ତଥାକଥିତ ଉଦ୍ଭ୍ରାନ୍ତ
ଯୁବଗୋଷ୍ଠୀ ପଲ୍ଲୀମାଟିକୁ ଭୁଲିଯାଇଛନ୍ତି ଯେଉଁଠାକୁ ସେମାନଙ୍କର
ପ୍ରତ୍ୟାବର୍ତ୍ତନ ଆଶା କ୍ଷୀଣ । ଯେଉଁ କେତେ ଜଣ ଶିକ୍ଷିତ,
ଅର୍ଦ୍ଧଶିକ୍ଷିତ ଯୁବଗୋଷ୍ଠୀ ଚାକିରି ନପାଇ ଗ୍ରାମରେ ରହିଯାଇଛନ୍ତି
ସେମାନେ ରାଜନୀତିର ଆଶ୍ରୟ ନେଇଛନ୍ତି । ସେମାନଙ୍କ
ଦୃଷ୍ଟିକୋଣ ବୈ୍ଳବାତ୍ମକ । ସେମାନେ ପୁଷ୍ପିତ ପଳାଶବନରେ
ଦେଖନ୍ତି ବିଦ୍ରୋହର ବହ୍ନି । ଏଣୁ ତାଙ୍କ ସହିତ ପଲ୍ଲୀ ପ୍ରକୃତି
ଉପଭୋଗ କରିବା ବା ସାହିତ୍ୟ ଚର୍ଚ୍ଚା କରିବା ଏକରକମ୍
ଅସମ୍ଭବ । ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୁଥିର ପରିମଳରେ ଆରମ୍ଭ
ହେଉଥିବା ରଜପର୍ବ ହେଉ ବା ପର୍ବର୍ବାଣିରେ ଅଂଶଗ୍ରହଣ
କରିବା ତଥା ଅନ୍ୟ ଶୃଙ୍ଖଳିତ କର୍ମ ଯୋଜନାରେ ଭାଗନେବା
ପାଇଁ ଲେଖକଙ୍କ ନିକଟରେ ଭୌତିକ ଶକ୍ତିର ଅଭାବ ନଥିଲେ
ମଧ୍ୟ ନୈତିକ ଶକ୍ତିର ଅଭାବ ଦେଖାଦେଇଛି । ଲେଖକଙ୍କ
ଭାଷାରେ “ଏଣୁ ମୁଁ ମୋର ଜନ୍ମଭୂମିର ଖାଲି ମନରୁ ନୁହେଁ,
କର୍ମରୁ ବିଚ୍ୟୁତ ହୋଇପଡ଼ିଅଛି ।”
ସ୍ଥୂଳତଃ ପଲ୍ଲୀମାଟିକୁ ପ୍ରତ୍ୟାବର୍ତ୍ତନ ପାଇଁ ଲେଖକଙ୍କ
କାମନା ଥିଲେ ମଧ୍ୟ ଶତଚେଷ୍ଟା କରି ସେଠାକୁ ସେ ଫେରି
ପାରିନାହାନ୍ତି । ବାସ୍ତବିକ ଲେଖକଙ୍କ ଜନ୍ମଭୂମିର ମୋହ ତାଙ୍କୁ
ଅନନ୍ୟ କରି ଗଢ଼ି ତୋଳିଛି ।
(ଖ) ପ୍ରାୟ ୫୦ଟି ଶବ୍ଦ
ମଧ୍ୟରେ ସପ୍ରସଙ୍ଗ ସରଳାର୍ଥ ଲେଖ ।
‘ସମୟ ସ୍ରୋତରେ ମୁଁ ନିଃସହାୟ
ଶୁଷ୍କ ତୃଣ ପରି ମୁଁ
ଭାସି ଚାଲିଛି ।’
ଉ: ସମୟ ସ୍ରୋତରେ ................... ଭାସି ଚାଲିଛି ।
ପ୍ରୋକ୍ତ ଗଦ୍ୟାଂଶଟି ବିଶିଷ୍ଟ ଐତିହାସିକ କୃଷ୍ଣଚନ୍ଦ୍ର
ପାଣିଗ୍ରାହୀଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ପ୍ରବନ୍ଧ ମାନସ’ ଅନ୍ତର୍ଗତ
‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରୁ ସଂଗୃହୀତ । ଆଲୋଚ୍ୟ ପ୍ରସଙ୍ଗରେ
ଲେଖକ ନିଜ ପଲ୍ଲୀ ଜନ୍ମମାଟି ପ୍ରତି ଥିବା ଆବେଗ ଓ ଅନୁରକ୍ତିକୁ
ସୁନ୍ଦର ଭାବେ ପ୍ରକାଶ କରିଛନ୍ତି ।
ପରିସ୍ଥିତି ଚାପରେ ଜନ୍ମଭୂମିଠାରୁ ଦୂରେଇ ଯାଇ
ପରବର୍ତ୍ତୀ ସମୟରେ ଲେଖକ ତାର ସ୍ମୃତିଚାରଣା କରିଛନ୍ତି ।
ପଲ୍ଲୀଭୂମିର ଶାକ, ତଣ୍ଡୁଳ, ଫଳ, ପୁଷ୍ପରେ ପରିୁଷ୍ଟ ଜୀବନ
ତାଠାରୁ ଦୂରରେ ରହି ବିଳପି ଉଠିଛି । ଏକଦା ମାତା, ଧାତ୍ରୀ ଓ
ଶିକ୍ଷୟିତ୍ରୀର ଭୂମିକା ନିର୍ବାହ କରୁଥିବା ଜନ୍ମମାଟିକୁ ଫେରିଯିବା
ପାଇଁ ଲେଖକ ନୈତିକ ସାହସ ଜୁଟାଇ ପାରି ନାହାନ୍ତି । ପ୍ରଖର
ଜଳ ସ୍ରୋତରେ ଶୁଷ୍କ ତୃଣ ଯେପରି ନିଜର ଅସ୍ତିତ୍ୱ ହରାଇ
ବସେ ସେହି ରି ସେ ସମୟ-ସ୍ରୋତରେ ନିଜକୁ ଭସାଇ
ଦେଇଛନ୍ତି । ନିଜ ଅଜାଣତରେ ଜନ୍ମମାଟି ପ୍ରତିଥିବା ନିଷ୍ଠା ଓ
ଆନୁଗତ୍ୟକୁ ଆଉ ସେ ଖୋଜି ପାଇ ନାହାନ୍ତି ।
ଉପରୋକ୍ତ ଆଲୋଚନାରେ ପ୍ରାବନ୍ଧିକଙ୍କ
ଅସହାୟତା ସ୍ପଷ୍ଟ ବାରିହୋଇପଡ଼େ ।
କିମ୍ବା,
‘ଏମାନେ ପୁଷ୍ପିତ ପଳାଶ ବନରେ
ଦେଖନ୍ତି
ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ
ଆନନ୍ଦ କୃଷ୍ଣଚୂଡ଼ାରେ
ଦେଖନ୍ତି ଅନାଗତ ଯୁଗର ରକ୍ତ
ଉ. ଏମାନେ ପୁଷ୍ପିତ ..................... ରକ୍ତକେତନ ।
ଶଂସିତ ଗଦ୍ୟାଂଶଟି ବିଶିଷ୍ଟ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର
ପାଣିଗ୍ରାହୀଙ୍କ ରଚିତ ‘ଜନ୍ମଭୂମି’ ପ୍ରବନ୍ଧର ଅଂଶବିଶେଷ ଅଟେ ।
ଆଲୋଚ୍ୟ ପ୍ରସଙ୍ଗରେ ଲେଖକ ପଲ୍ଲୀମାଟିରେ ରାଜନୀତିକୁ
ଆଶ୍ରୟ କରିଥିବା ବେକାର ଯୁବକମାନଙ୍କ ଉଗ୍ର ବୈ୍ଳବିକ
ମାନସିକତା ସମ୍ପର୍କରେ ଆଲୋକପାତ କରିଛନ୍ତି ।
ଆଧୁନିକ ଯୁଗରେ ତଥାକଥିତ ଶିକ୍ଷିତ ଯୁବଗୋଷ୍ଠୀ
ନିଜର ଜନ୍ମମାଟି ପଲ୍ଲୀକୁ ନାନା ଆଳରେ ପରିତ୍ୟାଗ କରିଥିବା
ସମୟରେ ଯେଉଁ କେତେଜଣ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ନବ ଯୁବକ
ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାନ୍ତି ସେମାନେ ରାଜନୀତିକୁ
ଶେଷ ଆଶ୍ରୟ ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ
କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କିଏ ବା କମ୍ୟୁନିଷ୍ଟ, ଆଉ
କେହି ନିଜକୁ ସୋସିଆଲିଷ୍ଟ ବୋଲାନ୍ତି । ରାଜନୈତିକ ମତବାଦ
ଅନୁସାରେ ଏମାନଙ୍କ ମାନସିକତାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ
ଘଟିଛି । ସେହି ଯୁବକମାନଙ୍କ ସହ ପଲ୍ଲୀ ପ୍ରକୃତିର ଶୋଭା
ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା କରିବା ଆଦୌ ସମ୍ଭବ
ନୁହେଁ । କାରଣ ସେମାନେ ପୁଷ୍ପିତ ପଳାଶ ବନର ଲାଲ ରଙ୍ଗରେ
ଦେଖନ୍ତି ବିଦ୍ରୋହର ବହ୍ନି । ସ୍ଥଳପଦ୍ମର କମନୀୟ ଶୋଭା
ସେମାନଙ୍କ ଦୃଷ୍ଟିରେ ଯୁଦ୍ଧର ରକ୍ତଛିଟା । କୃଷ୍ଣଚୂଡ଼ାର ଆରକ୍ତ
ସ୍ତବକରେ ସେମାନେ ଦେଖିବାକୁ ପାଆନ୍ତି ଭବିଷ୍ୟତର ରକ୍ତ
ପତାକା ।
ଲେଖକଙ୍କ ବର୍ଣ୍ଣନା ଯୁଗୋପଯୋଗୀ ହୋଇଛି ।
୩- ପ୍ରାୟ ୨୫୦ଟି ଶବ୍ଦରେ
ପ୍ରବନ୍ଧ ଲେଖ ।
ପ୍ର-ଶୀତକାଳୀନ ପଲ୍ଲୀ
ପ୍ରକୃତି
ଉ: ଶୀତକାଳୀନ ପଲ୍ଲୀ ପ୍ରକୃତି
(ଉପକ୍ରମ - ପ୍ରାକୃତିକ ପରିବେଶ -
ଜନଜୀବନରେ ପ୍ରଭାବ - ପର୍ବର୍ବାଣି - ଉପସଂହାର)
ହିମସ୍ନିଗ୍ଧ ହେମନ୍ତକୁ ବିଦାୟ ଦେଇ ଧରଣୀ ବୁକୁରେ
ପାଦ ଥାପେ ରାତ୍ରିବର୍ଦ୍ଧିନୀ ଶୀତୠତୁ । ହିମାଳୟରୁ ପ୍ରବହମାନ
ସୁଶୀତଳ ବାୟୁର ଶୀତାର୍ତ୍ତ ସ୍ପର୍ଶ ପ୍ରଚାର କରେ ଶୀତର ଆଗମନୀ
ବାର୍ତ୍ତା । କାର୍ତ୍ତିକ ମାର୍ଗଶିର ଠାରୁ ମାଘ ମାସର ଅନ୍ତିମକାଳ ପର୍ୟ୍ୟନ୍ତ
ଶୀତର ପ୍ରଚଣ୍ଡ ପ୍ରବାହ ଉତ୍କଳର ପଲ୍ଲୀପ୍ରାଣକୁ ଅସ୍ତବ୍ୟସ୍ତ
କରିଦିଏ ।
ଶୀତର ଆଗମନରେ ଶିଶିର ଭିଜା ପ୍ରକୃତିରାଣୀ
ଅପୂର୍ବ ବେଶ ଧାରଣ କରେ । ଶ୍ୟାମଳ ଅବଗୁଣ୍ଠନ ତଳେ ଏହାର
ରୂଲାବଣ୍ୟ କବି ଓ ଭାବୁକ ପ୍ରାଣକୁ ଆହ୍ଲାଦିତ କରେ । ମନରେ
ଭରିଦିଏ ଅନିର୍ବଚନୀୟ ପୁଲକ । ପଲ୍ଲୀର ଶୀତାର୍ତ୍ତ ପ୍ରତ୍ୟୁଷ
କୁହେଳିର ଘନ ଆସ୍ତରଣରେ ଆଚ୍ଛାଦିତ ହୋଇ ଦର୍ଶକର ପ୍ରାଣକୁ
ବିମୋହିତ କରେ । ଘାସବୁଦା ଓ ନାନାଦି ଗୁଳ୍ମରେ ପତିତ ଶିଶିର
ବୁନ୍ଦା ମୁକ୍ତାର ଭ୍ରମ ସୃଷ୍ଟି କରେ । ବାଡ଼ି ବଗିଚାରେ ଗେଣ୍ଡୁ,
ଗଙ୍ଗଶିଉଳି, ତରାଟ, କ୍ଷେତ ସୋରିଷ ଓ ଅଳସି ଆଦି ଫୁଲର
ସମ୍ଭାର ମନକୁ କେଉଁ ଏକ ଅଜଣା ରାଇଜକୁ ଟାଣିନିଏ । ଧାନ
କ୍ଷେତରେ ସୁନାର ହାଟ ବସେ । ବାଇଗଣ, କୋବି, ମୂଳା,
ବିନ୍ ଓ କୋଶଳାରେ ପରିୂର୍ଣ୍ଣ ହୋଇଯାଏ ନଦୀପଠା ଓ କୃଷି
କ୍ଷେତ୍ର । ମନେହୁଏ ସତେ ଯେପରି ସ୍ୱୟଂ ମା ଲକ୍ଷ୍ମୀ ଓହ୍ଲାଇ
ଆସିଛନ୍ତି ଦରିଦ୍ର କୃଷକ କୁଟୀରକୁ ।
ହାଡ଼ଭଙ୍ଗା ଶୀତକୁ ଖାତିର ନକରି କୃଷକ ବାପୁଡ଼ା
ପ୍ରତ୍ୟୁଷରୁ ପ୍ରଫୁଲ୍ଲ ଚିତ୍ତରେ ସୁନାର କ୍ଷେତକୁ ଶସ୍ୟ ସଂଗ୍ରହ
ନିମନ୍ତେ ବାହାରିଡ଼େ । ଧାନ କାଟୁଥିବା ସମୟରେ କୃଷକ
ତରୁଣର ମନଖୋଲା ସଂଗୀତର ମୁର୍ଚ୍ଛନା ମନରେ ସୃଷ୍ଟି କରେ
ଅପୂର୍ବ ଶୀହରଣ । ଏହି ଋତୁ ସହରୀ ସଭ୍ୟତାରେ ଅଭ୍ୟସ୍ତ
ବ୍ୟକ୍ତିମାନଙ୍କପାଇଁ ଯନ୍ତ୍ରଣା ଦାୟକ ହେଲେ ମଧ୍ୟ ପଲ୍ଲୀଭୂଇଁରେ
ଶାନ୍ତ ସରଳ ଜନତାଙ୍କ କର୍ମ୍ରବଣତାରେ କୌଣସି ପ୍ରଭାବ
ପକାଏନାହିଁ, ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ପଲ୍ଲୀବାସୀଗଣ
ବିଳମ୍ବିତ ପ୍ରହର ପର୍ୟ୍ୟନ୍ତ ଉଷ୍ଣ ସୂର୍ୟ୍ୟତାପ ଉପଭୋଗ କରନ୍ତି ।
ସେହିରି ସନ୍ଧ୍ୟାସମୟର ନିଁଆଜାଳି ବସିବା ବେଶ ଉପଭୋଗ୍ୟ,
ସଞ୍ଜ ସକାଳରେ ମନ୍ଦିରର ଘଣ୍ଟଘଣ୍ଟାର ସ୍ୱର ସହିତ ଭାଗବତ
ଘରୁ ପୁରାଣ ପାଠର ସ୍ୱର ଏକ ଆଧ୍ୟାତ୍ମକ ପରିବେଶ ସୃଷ୍ଟି
କରେ । ରାତ୍ରିର ନିବିଡ଼ତମ ପ୍ରହରରେ ଶୀତର ପ୍ରକୋପ
ବୃଦ୍ଧିାଏ । ଧନୀମାନେ ରେଜେଇ, କମ୍ବଳର ଆବରଣ ତଳେ
ନିଦ୍ରାସୁଖ ଉପଭୋଗ କରୁଥିବା ବେଳେ ଦରିଦ୍ର ଗ୍ରାମବାସୀ କନ୍ଥା,
ଚାଦର ଘୋଡ଼ି ହୋଇ ଭାଗ୍ୟ ଆଦରି ପଡ଼ିରହନ୍ତି ।
ଶୀତଋତୁ ନାନା ପୂଜା ପାର୍ବଣରେ ଜନ ମାନସକୁ
ଆମୋଦିତ କରେ । ମାଣବସା ଗୁରୁବାର, ଶାମ୍ବଦଶମୀ,
ଧନୁସଂକ୍ରାନ୍ତି, ପ୍ରଥମାଷ୍ଟମୀ ଆଦି ପର୍ବ ପାଳନରେ ପଲ୍ଲୀ
ହୋଇଉଠେ ଚଳଚଞ୍ଚଳ । ଘରେ ଘରେ ପିଠା ପଣାର ମାଧୁର୍ୟ୍ୟ
ସହ ଝୋଟି ଚିତାର ସୌନ୍ଦର୍ୟ୍ୟ ପ୍ରତ୍ୟେକ ପ୍ରାଣରେ ଆନନ୍ଦ
ଭରିଦିଏ । ଏହି ଋତୁରେ କର୍ମକ୍ଳାନ୍ତ ମନୁଷ୍ୟ ତଥା ବିଦ୍ୟାର୍ଥୀ
ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ସହ ଭୋଜି କରିବାର ମଜା
ଉପଭୋଗ କରନ୍ତି ।
ଶୀତଋତୁ ସୁଖ ଓ ଦୁଃଖର ଏକ ଅପୂର୍ବ ସମାହାର ।
ଏହିଋତୁ ଉତ୍ପାଦନର ଋତୁ ହୋଇଥିବାରୁ କଷ୍ଟକୁ ଖାତିର ନକରି
ଜୀବନ ହୋଇ ଉଠେ କର୍ମ ମୁଖର । ବିଶେଷ କରି ରୋଗକଷ୍ଟ
ନଥାଏ ଏହି ଋତୁରେ । ସମସ୍ତ ପ୍ରତିକୂଳତା ସତ୍ତ୍ୱେ ପ୍ରତ୍ୟେକଙ୍କ
ପାଇଁ ହୋଇଥାଏ ବେଶ୍ ଉପଭୋଗ୍ୟ । ଋତୁରାଜ ବସନ୍ତର
ଆଗମନ ସଙ୍ଗେ ଏହି ଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନିଏ ।
୪- ପ୍ରାୟ ୧୦୦ଟି ଶବ୍ଦ
ମଧ୍ୟରେ ପତ୍ର/ଦରଖାସ୍ତ ଲେଖ ।
ପ୍ରଶ୍ନ: ନିଜ ସ୍ୱାସ୍ଥ୍ୟର
ଯତ୍ନ ନେବା ଲାଗି ଉପଦେଶ ଦେଇ
ଗାଁରେ ଥିବା ସାନ ଭଉଣୀ
ନିକଟକୁ ପତ୍ର ଲେଖ ।
ନବୋଦୟ ବିଦ୍ୟାଳୟ ଛାତ୍ରାବାସ
ତା ୨୦.୧୨୦୨୦୧୯
ସ୍ନେହର ପିଙ୍କି,
ମୋର ଆଶୀର୍ବାଦ ଗ୍ରହଶ କରିବୁ । ଘରେ ବାପା
ବୋଉଙ୍କୁ ତଥା ଅନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ
ଜଣାଇଦେବୁ । ଗତକାଲି ବାପାଙ୍କ ଚିଠି ପାଇଲି । ଜାଣିବାକୁ
ପାଇଲି ଯେ ଗତ କେତେ ଦିନ ଧରି ତୋର ଦେହ ଅସୁସ୍ଥ
ରହୁଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ କେତୋଟି ପରାମର୍ଶ
ଦେଉଛି । ଆଶା, ନିଶ୍ଚୟ କାର୍ୟ୍ୟରେ ପରିଣତ କରିବୁ ।
ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହାକୁ ମାନି ଚଳିବା ଉଚିତ୍ ।
ଅସୁସ୍ଥ ମନୁଷ୍ୟ କୌଣସି କାର୍ୟ୍ୟ କରିବାକୁ ସକ୍ଷମ ହୋଇନଥାଏ ।
ଏଥିନିମନ୍ତେ ପ୍ରାତଃ ଭ୍ରମଣ ସହ କିଛି ପରିମାଣରେ ଖେଳକୁଦ
ଏକାନ୍ତ ଜରୁରୀ । ଏହା ମନକୁ ଫୁର୍ତ୍ତି ଓ ସତେଜ ରଖେ । ନିୟମିତ
ଯୋଗାଭ୍ୟାସ ଓ ବ୍ୟାୟାମ ମଧ୍ୟ ରକ୍ତ ସଂଚାଳନ ସୁଚାରୂ ରୁପେ
କରାଇବା ସହିତ ଶରୀରକୁ ସୁସ୍ଥ ରଖେ । ଏହା ସହିତ
ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ମଧ୍ୟ ଖାଇବା ଦରକାର । ଅଧିକ ତେଲ
ମସଲାଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ । କେବଳ
ଭଲ ପଢ଼ିଲେ ହେବ ନାହିଁ । ନିଜ ଦେହର ଯତ୍ନ ନନେଲେ
ଜୀବନ ଯୁଦ୍ଧରେ ତୁ ହାରିଯିବୁ । ଶରୀର ଦୁର୍ବଳ ହେଲେ ପଢ଼ା
ପ୍ରତି ଆଗ୍ରହ କମିଯିବ । ତୋର ସମସ୍ତ ସାଧନା ମାଟିରେ
ମିଶିଯିବ । ଭାବୁଛି ଉପରୋକ୍ତ କଥାକୁ ଦୃଷ୍ଟିରେ ରଖି ଦେହର
ଯତ୍ନ ନେବୁ ଓ ଭଲ ପାଠ ପଢ଼ି ଆମ ପରିବାରର ଟେକ ରଖିବୁ ।
ମୁଁ ଏଠାରେ ଭଲରେ ଅଛି । କିଛି ସମୟ ବାହାର
କରି ନିଶ୍ଚୟ ଯୋଗ ଓ ବ୍ୟାୟାମ କରିବୁ । ଏହା ଦ୍ୱାରା ଶରୀର
ସୁସ୍ଥ ରହିବ ଓ ମନ ପ୍ରଫୁଲ୍ଲ ରହିବ । ବାପାଙ୍କ କଥାକୁ ମାନିବୁ ।
ତୋର ଏକ ଦୀର୍ଘ ନିରାମୟ ଜୀବନ କାମନା କରି ରହୁଛି ।
। ଇତି ।
ତୋର ବଡ଼ ଭାଇ
ରାକେଶ
ଠିକଣା
ପ୍ରାପକ
ରଚନା ବେହେରା
ମାର୍ଫତ- ରାମକୃଷ୍ଣ ବେହେରା
ସା/ପୋ- ବିରିବାଟି
ଜିଲା - କଟକ
ପିନ୍-୭୫୪୧୦୦
ପ୍ରେରକ
ଶ୍ରୀ ରାକେଶ ବେହେରା
ଜବାହାର ନବୋଦୟ ବିଦ୍ୟାଳୟ
ରୁମ୍ ନଂ-୧୦, ମୁଣ୍ଡଳୀ, କଟକ
ଜିଲା - କଟକ
ପିନ୍- ୭୫୪୦୦୬
୫- ନିମ୍ନ ଅନୁଚ୍ଛେଦ ପାଠ
କରି ତଳେ ଦିଆଯାଇଥିବା
ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
ପ୍ରତିଟି ଉତ୍ତର ୨୫ଟି ଶବ୍ଦରେ
ହେବା ଆବଶ୍ୟକ ।
ଅନୁଚ୍ଛେଦ:
ଯୁବ ସମସ୍ୟାର ସମାଧାନ
ଦ୍ୱାରା ଦେଶର ପ୍ରଗତି
ତ୍ୱରାନ୍ୱିତ ହେବ ।
ଭବିଷ୍ୟତର ବଂଶଧରକୁ ଧ୍ୱଂସ ମୁଖକୁ
ଛାଡ଼ିଦେଲେ ଦେଶ ଧ୍ୱଂସ
ହୋଇଯିବ । ଯୁବକମାନେ ରାଷ୍ଟ୍ରର
ସବୁଠାରୁ ବଡ଼ ଶକ୍ତି ।
ସେମାନଙ୍କ ଗୁରୁତ୍ୱ ଉପଲବ୍ଧି କରି ସରକାର
ଯଥାଶୀଘ୍ର ଆଶୁ ପଦକ୍ଷେପ
ଗ୍ରହଣ କରିବା ଆବଶ୍ୟକ ।
ସେମାନଙ୍କ ସମସ୍ୟାର ସମାଧାନ
ଉପରେ ଦେଶର ଶାନ୍ତି ଓ
ସଂହତି ନିର୍ଭର କରେ ।
ସେହିମାନେ କେବଳ ଅବକ୍ଷୟ ସମାଜ,
ଶୋଷଣ, ଭ୍ରଷ୍ଟାଚାର, ସନ୍ତ୍ରାସବାଦ ବିରୋଧରେ ଫଳପ୍ରଦ
ସଂଗ୍ରାମ କରିାରିବେ ।
ଯୁବଶକ୍ତି ଦେଶର ଜାତୀୟ ସମ୍ପଦ ।
ଏହି ସମ୍ପଦକୁ ଯେତେ
ପରିମାଣରେ ସୁରକ୍ଷିତ କରାଯାଇପାରିବ,
ଦେଶର ସେତେ ମଙ୍ଗଳ । ଆଜି
ଏହା ଯେ ଏକ ସାମାଜିକ
ସମସ୍ୟାରେ ପରିଣତ ହୋଇଛି,
ଅସ୍ୱୀକାର କରାଯାଇନପାରେ ।
ବର୍ତ୍ତମାନ ଏହି ସମସ୍ୟାର
ସମାଧାନ ଏକ ଜାତୀୟକର୍ତ୍ତବ୍ୟର
ରୂରେଖ ଗ୍ରହଣ କରିବା ଆବଶ୍ୟକ
।
ପ୍ରଶ୍ନାବଳୀ:
୧- ଯୁବଶକ୍ତି କାହିଁକି ଦେଶର
ଜାତୀୟ ସମ୍ପଦ?
୨- ଦେଶର ପ୍ରଗତି କିରି
ତ୍ୱରାନ୍ୱିତ ହେବ?
୩- ଜାତୀୟ କର୍ତ୍ତବ୍ୟ କ’ଣ
ହେବା ଉଚିତ?
୪- ଯୁବଶକ୍ତି ଦେଶର ମଙ୍ଗଳ
କ୍ଷେତ୍ରରେ କଣ କରିାରିବେ?
୫- କେଉଁମାନେ ରାଷ୍ଟ୍ରର ବଡ଼
ଶକ୍ତି?
୧- ଯୁବକମାନେ ହିଁ କେବଳ ସମାଜରେ ଦେଖାଦେଇଥିବା
ଶୋଷଣ, ଭ୍ରଷ୍ଟାଚାରକୁ ଦୂର କରିାରିବେ । ତେଣୁ ସେମାନେ
ଦେଶର ଜାତୀୟ ସମ୍ପଦ ରୂପେ ପରିଗଣିତ ।
୨- ଯୁବ ସମସ୍ୟାର ସମାଧାନ ଦ୍ୱାରା ଦେଶର ପ୍ରଗତି ତ୍ୱରାନ୍ୱିତ
ହେବ ।
୩- ସମସ୍ୟାରେ ଜର୍ଜରିତ ଯୁବଗୋଷ୍ଠୀ ଆଜି ଦିଗଭ୍ରଷ୍ଟ ଯାହାକି
ଏକ ସାମାଜିକ ସମସ୍ୟା ରୂପେ ଦେଖାଦେଇଛି । ଏହି ସମସ୍ୟାର
ସମାଧାନ ଜାତୀୟ କର୍ତ୍ତବ୍ୟ ହେବା ଉଚିତ୍ ।
୪- ଦେଶର ମଙ୍ଗଳ ପାଇଁ ଯୁବକମାନେ ଫଳପ୍ରଦ ସଂଗ୍ରାମ
କରିାରିବେ । ସେମାନେ ଅବକ୍ଷୟମୁଖୀ ସମାଜକୁ ଶୋଷଣ,
ଭ୍ରଷ୍ଟାଚାରରୁ ମୁକ୍ତ କରି ।ରିବେ ।
୫- ଯୁବକମାନେ ହିଁ ରାଷ୍ଟ୍ରର ବଡ଼ ଶକ୍ତି । ସେମାନେ ଦେଶର
ଭବିଷ୍ୟତ ନିର୍ମାତା ।
Comments
Post a Comment