MIL UNIT 03
BACK
୧- ଏକ ପଦରେ ଉତ୍ତର ଲେଖ ।
(କ) କାହା ଶିଖରରେ
ସନ୍ଧ୍ୟାତାରା ଦେଖି ମୀନଜୀବୀଗଣ ଘରକୁ ଫେରନ୍ତି?
(ଖ) କାହାର ଆକର୍ଷଣ ଆଶାରେ
ପୋତପାଳ ନୌକାରେ ମଶାଲ ଜାଳିଥାନ୍ତି?
(ଗ) କେଉଁ ଗର୍ତ୍ତରେ
ଅଜ୍ଞାନମାନେ ପଡ଼ିଥାନ୍ତି?
(ଘ) ‘ଚିଲିକାର ସାୟନ୍ତନ’
କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି?
(ଙ) ନିଶା ଆଗମନରେ ଅବନୀ କେଉଁ
ରୂପ ଧାରଣ କରିଛି?
(କ) ଭାଲେରି (ଖ) ମୀନ (ଗ) ପାପ (ଘ) ସନ୍ଧ୍ୟା (ଙ) ନିଶ୍ଚଳ
୨- ଶୂନ୍ୟସ୍ଥାନ ପୂରଣ କର ।
(କ) ମାତ୍ର ଯଶୋଦେହେ ତୁମ୍ଭେ
................. ।
(ଖ) .................ର
ଆତ୍ମା ପ୍ରାୟେ ଗୀତ-ତାନ ।
(ଗ) ଏ ଲୀଳା ରଚନ୍ତି
ଦେବୀ........... ।
(ଘ) ଭବେ .............
ପରି ଅଟଇ ସେ ।
(ଙ) ..................
ଉପଦ୍ରବେ ତ୍ୟଜି ଲୋକାଳୟ ।
(କ) ଆୟୁଷ୍ମାନ (ଖ) ଉଲ୍ଲାସର (ଗ) ବାଗୀଶ୍ୱରୀ (ଘ) ପାପମୂର୍ତ୍ତି (ଙ) କଳି ୩
୩. ଗୋଟିଏ ବାକ୍ୟରେ ଉତ୍ତର
ଲେଖ ।
(କ) ଜନତାର ପ୍ରଥମ ପ୍ରୟୋଜନ
କଣ ?
(ଖ) ଗଣତନ୍ତ୍ରର ମୂଳମନ୍ତ୍ର
କଣ?
(ଗ) ନିଜକୁ ପ୍ରକାଶ କରିବା
ପାଇଁ ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମ କଣ?
(ଘ) ମାତୃଭାଷା ସଂପର୍କରେ
ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ କିପରି ଥିଲା?
(ଙ) କେଉଁମାନଙ୍କୁ ‘ରିଙ୍ଗ
ଲିଡର’ କୁହାଯାଉଥିଲା?
(କ) ଜନତାର ପ୍ରଥମ ପ୍ରୟୋଜନ ଆଞ୍ଚଳିକ ଭାଷା । (ଖ) ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । (ଗ) ନିଜକୁ ପ୍ରକାଶ କରିବା ପାଇଁ ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମ ନିଜ ମାତୃଭାଷା । (ଘ) ମାତୃଭାଷା ସଂପର୍କରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ ଥିଲା ଖୁବ୍ ପ୍ରାକ୍ଟିକାଲ୍ । (ଙ) ଫକୀରମୋହନଙ୍କ ପରି ଯେଉଁମାନେ ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିଲେ ସେମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା ।
୪. ‘କ’ ସ୍ତମ୍ଭର ପ୍ରତ୍ୟେକ
ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର ।
‘କ’ସ୍ତମ୍ଭ ‘ଖ’
ସ୍ତମ୍ଭ
ଗଣତନ୍ତ୍ର ମାତୃଭାଷା
ହିବ୍ରୁ ପୁରୀ
ସଂସ୍କୃତି କେନ୍ଦ୍ର ଶିକ୍ଷା
କୃଷି ଇଜରାଇଲ୍
ମାତୃଭୂମି ଗାନ୍ଧିଜୀ
ଟେକ୍ନିକାଲ୍ ଇଡିୟମ୍
ଗଣତନ୍ତ୍ର -ଶିକ୍ଷା ହିବ୍ରୁ -ଇଜରାଇଲ୍ ସଂସ୍କୃତି କେନ୍ଦ୍ର- ପୁରୀ କୃଷି- ଟେକ୍ନିକାଲ ଇଡିୟମ୍ ମାତୃଭୂମି -ମାତୃଭାଷା
୫. ଗୋଟିଏ ବାକ୍ୟରେ ଉତ୍ତର
ଲେଖ ।
(କ) ବସ୍ଷ୍ଟେଣ୍ଡ ପାଖରେ
ଥିବା ଚାକୁଣ୍ଡା ଗଛ ତଳେ କିଏ ପାନ ଜଳଖିଆ ଦୋକାନ କରିଥିଲା?
(ଖ) ଗାଁ ମୁଣ୍ଡରେ କାହାର
ବାଉଁଶ ବାଡ଼ି ଥିଲା?
(ଗ) କେଉଁ ଗଛମୂଳେ ବସି
ବୁଦ୍ଧଦେବ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ?
(ଘ) ଗାଁ ମନ୍ଦିରର ପୂଜକ କିଏ?
(ଙ) ନଡ଼ିଆ ବଣ ଭିତରେ କାହାର
ଧଳାକୋଠା ଚକ୍ମକ୍ କରୁଥିଲା?
(କ) ବସ୍ଷ୍ଟେଣ୍ଡ ପାଖରେ ଥିବା ଚାକୁଣ୍ଡା ଗଛ ତଳେ ହରିଗୁଡ଼ିଆ ପାନ ଜଳଖିଆ ଦୋକାନ କରିଥିଲା । (ଖ) ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀଙ୍କ ବାଉଁଶ ବାଡ଼ି ଥିଲା । (ଗ) ଅଶ୍ୱତ୍ଥ ଗଛମୂଳେ ବସି ବୁଦ୍ଧଦେବ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ । (ଘ) ଗାଁ ମନ୍ଦିରର ପୂଜକ ମଧୁ ତିଆଡ଼ୀ । (ଙ) ନଡ଼ିଆ ବଣ ଭିତରେ ସୁରଜମଲ ମାରୁଆଡ଼ିର ଧଳାକୋଠା ଚକ୍ମକ୍ କରୁଥିଲା ।
୬. ଗୋଟିଏ ଶବ୍ଦରେ ଉତ୍ତର
ଲେଖ ।
(କ) ବଉଳ ଗଛ ଛାଇରେ ଚକାମାଡ଼ି
ମଧୁତିଆଡ଼ୀ କଣ ପଢ଼ୁଥିଲେ?
(ଖ) ମନ୍ଦିର ଚଉତରା ଉପରେ କି
ପାଲି ପଡ଼ିଥିଲା?
(ଗ) “ସଂସାରଟା ଆଉ କଣ?
ତତଲା ଲୁହା କରେଇ ତ”- ଏପରି
କିଏ ଭାବିଛନ୍ତି?
(ଘ) କାହାର ଟେଲିଗ୍ରାମ ପାଇ
ନଟବର ବାବୁ ଗାଁକୁ ଫେରୁଥିଲେ?
(ଙ) ହରିଚନ୍ଦନପୁର ଗାଁମୁଣ୍ଡ
ପୋଖରୀ ହୁଡ଼ାରେ କେଉଁ ଗଛଗୁଡ଼ିକ ବାବନା ଭୂତ ପରି ଛିଡ଼ା ହୋଇଥିଲେ?
(କ) ଭାଗବତ (ଖ) ପଶା (ଗ) ନଟବର ବାବୁ (ଘ) ବୋଉର (ଙ) ତାଳ
୭. ଗୋଟିଏ ବାକ୍ୟରେ ଉତ୍ତର
ଲେଖ ।
(କ) ‘ଣତ୍ୱ’ ବିଧି କାହାକୁ
କୁହାଯାଏ?
(ଖ) ସରଳ ବାକ୍ୟ କାହାକୁ
କୁହାଯାଏ?
(ଗ) ଗଠନାତ୍ମକ ରୂପ ଦୃଷ୍ଟିରେ
ବାକ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି?
(ଘ) ଯେକୌଣସି ପ୍ରକାର ବାକ୍ୟର
ସମନ୍ୱିତ ରୂପକୁ କଣ କୁହାଯାଏ?
(ଙ) ବିବୃତିସୂଚକ ବାକ୍ୟ
କାହାକୁ କୁହନ୍ତି?
(କ) ପଦମଧ୍ୟରେ ‘ନ’ ସ୍ଥାନରେ ‘ଣ’ ହେବାକୁ ‘ଣତ୍ୱ’ ବିଧି କୁହାଯାଏ । (ଖ) ଗୋଟିଏ ମାତ୍ର ସମାପିକା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ । (ଗ) ଗଠନାତ୍ମକ ରୂପ ଦୃଷ୍ଟିରୁ ବାକ୍ୟକୁ ଚାରି ଭାଗରେ ବିଭକ୍ତ କରାଯାଇଛି । (ଘ) ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ । (ଙ) ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତି ସୂଚକ ବାକ୍ୟ କୁହାଯାଏ ।
୮. ଅଶୁଦ୍ଧି ସଂଶୋଧନ କର ।
(କ) ସବୁଛାତ୍ରମାନେ
(ଖ) ସୁସମା
(ଗ) ସୂର୍ଯ୍ୟପରାଗ
(ଘ) ନିର୍ଦ୍ଦୋଷୀ
(ଙ) ଭୌଗଳିକ
(କ) ସବୁଛାତ୍ର/ ଛାତ୍ରମାନେ (ଖ) ସୁଷମା (ଗ) ସୂର୍ଯ୍ୟୋପରାଗ (ଘ) ନିର୍ଦ୍ଦୋଷ (ଙ) ଭୌଗୋଳିକ
୯. ନିମ୍ନଲିଖିତ ରୂଢି଼/
ଲୋକବାଣୀର ଅର୍ଥ ଲେଖ ।
(କ) ବାଆକୁ ବତା
(ଖ) କଳାକନା ବୁଲାଇବା
(ଗ) ଏକା ମାଘକେ ଶୀତ ଯାଏ
ନାହିଁ
(ଘ) ଘୁଷୁରିକି ପାଚିଲା କଦଳୀ
(ଙ) ନ ଦେଖିଲା ଓଉ ଛ’ ଫଡ଼ା
(କ) କ୍ଷୀଣ ଆଶ୍ରୟ (ଖ) ସର୍ବସ୍ୱ ଲୁଟି ନେବା (ଗ) ଦୁର୍ଯୋଗ କେବଳ ଥରେ ଆସେ ନାହିଁ (ଘ) ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା (ଙ) ଅସମ୍ଭବ କଥା କହିବା
୧୦. ଠିକ୍ ଥିଲେ (ଠିକ୍) ଚିହ୍ନ
ଓ ଭୁଲ୍ ଥିଲେ (ଭୁଲ) ଚିହ୍ନ ଦିଅ ।
(କ) “ଏଥୁ ଅନନ୍ତରେ ଗୋ
ପାର୍ବତୀ ଦେବି ଶୁଣ ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ” । ଏହା ଗୁଜ୍ଜରୀ ଛନ୍ଦରେ ରଚିତ ।
(ଖ) ଶଙ୍କରାଭରଣ ଛନ୍ଦର
ପ୍ରତି ଚାରି ପାଦରେ ଗୋଟିଏ ପଦ ହୁଏ ।
(ଗ) ଯାହାକୁ ତୁଳନା
କରାଯାଇଥାଏ ତାହାକୁ ଉପମା କୁହାଯାଏ ।
(ଘ) ଯେଉଁଠାରେ ଗୋଟିଏ ଶବ୍ଦ
ଦୁଇ ବା ତହିଁରୁ ଭିନ୍ନ ଅର୍ଥ ପ୍ରକାଶ କରେ, ସେଠାରେ ଶ୍ଳେଷ ଅଳଙ୍କାର ହୁଏ ।
(ଙ) ଶ୍ୱେତାଙ୍ଗ ଚଢ଼େଇ ଗୁହା
ସମୁଦ୍ଗତ ନୀର ଭେଦି କିବା ଉଠେ ଐରାବତ । - ଏଥିରେ ଉତ୍ପ୍ରେକ୍ଷା ଅଳଙ୍କାର ପ୍ରଯୁକ୍ତ ।
(କ)ଭୁଲ (ଖ)ଠିକ (ଗ)ଭୁଲ (ଘ)ଠିକ (ଙ)ଠିକ
Comments
Post a Comment