SCL(LIFE SCIENCE) UNIT ONE SUBJECTIVE
BACK
୨ ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
୧- ଚୟାପଚୟ ପ୍ରକ୍ରିୟା ଓ ଏହାର ଆବଶ୍ୟକତା କଣ?
୧- (କ) ଜୀବ ଶରୀରର ଖାଦ୍ୟର ଦହନ ଘଟି ସେଥିରୁ ଶକ୍ତି ମୋଚିତ ହେବା ପ୍ରକ୍ରିୟାକୁ ଅପଚୟ କୁହାଯାଏ । ସେହିରି ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା ଏକ ଗଠନମୂଳକ ପ୍ରକ୍ରିୟା । ଏହାକୁ ଚୟ କୁହାଯାଏ । ଚୟ ଓ ଅପଚୟର ସମାହାର ହେଉଛି ଚୟାପଚୟ ପ୍ରକ୍ରିୟା ।
(ଖ) ଚୟାପଚୟ ପ୍ରକ୍ରିୟା ଜୀବ ଶରୀରରେ ସଦାସର୍ବଦା ଚାଲୁରହି ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିଥାଏ ।
୨- ଆଲୋକଶ୍ଳେଷଣ ଶକ୍ତି କଣ?
୨- (କ) ଆଲୋକପ୍ରକ୍ରିୟାରେ ATP ଓ NADPH ଅଣୁ ଗଠିତ ହୁଏ । ଉଭୟ ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।
(ଖ) ଏହି ଶକ୍ତି ଅନ୍ଧକାର ପ୍ରକ୍ରିୟାରେ ଗ୍ଳୁକୋଜ ଗଠନରେ ବ୍ୟବହୃତ ହୁଏ ।
୩- ଆମ ଶରୀରରେ ମଳ କିପରି ପ୍ରସ୍ତୁତ ହୁଏ?
୩- (କ) ଆମ ବୃହଦନ୍ତ୍ରରେ ଥିବା ବ୍ୟାକ୍ଟେରିଆ ଅଜୀର୍ଣ୍ଣ ଖାଦ୍ୟକୁ ମଳରେ ପରିଣତ କରନ୍ତି ।
(ଖ) ମଳ ମଳାଶୟରେ କିଛି ସମୟ ରହିବା ପରେ ବୃହଦନ୍ତ୍ରର ପେରିଷ୍ଟାଲସିସ୍ ପ୍ରକ୍ରିୟା ଦ୍ୱାରା ମଳଦ୍ୱାର ବାଟେ ନିଷ୍କାସିତ ହୁଏ ।
୪-ମୃତୋପଜୀବୀୟ ପୋଷଣ କଣ? ଏହାର ଉଦାହରଣ ଲେଖ ।
୪-(କ) ଯେଉଁ ପ୍ରକାର ପୋଷଣରେ ପଚାସଢ଼ା ପଦାର୍ଥ, ମୃତ ଗଳିତ ଉଦ୍ଭିଦ ଓ ପ୍ରାଣୀର ଶରୀର ପରଭୋଜୀ ଦ୍ୱାରା ଖାଦ୍ୟ ରୂପେ ବ୍ୟବହୃତ ହୁଏ, ତାକୁ ମୃତୋପଜୀବୀୟ ପୋଷଣ କୁହାଯାଏ ।
(ଖ) ଉଦାହରଣ: ଛତୁ, ଇଷ୍ଟ, ଫିମ୍ପି, ବ୍ୟାକ୍ଟେରିଆ ।
୫- ମାଇଟୋକଣ୍ଡ୍ରିଆକୁ କୋଷର ଶକ୍ତିକେନ୍ଦ୍ର କାହିଁକି କୁହାଯାଏ?
୫- (କ) ମାଇଟୋକଣ୍ଡ୍ରିଆରେ କ୍ରେବସ୍ ଚକ୍ର ସମ୍ପାଦିତ ହୁଏ ।
(ଖ) ଏଥିରେ ଅନେକ ପ୍ରକାର ଏନ୍ଜାଇମ୍ ଓ କୋ-ଏନ୍ଜାଇମ୍ ଥିବା ଯୋଗୁଁ ପାଇରୁଭେଟ୍ରୁ ସାଇଟ୍ରିକ୍ ଅମ୍ଳ ଓ ପରେପରେ ବିଭିନ୍ନ ଅମ୍ଳ ଚକ୍ରାକାରରେ ସୃଷ୍ଟି ହେବା ସହ ୩୮ଟି ATP ଅଣୁ ଉତ୍ପନ୍ନ ହୁଏ, ଯାହାକି ଆବଶ୍ୟକ ସମୟରେ ଶକ୍ତି ଯୋଗାଇଥାଏ । ଏଣୁ ମାଇଟୋକଣ୍ଡ୍ରିଆକୁ କୋଷର ଶକ୍ତି କେନ୍ଦ୍ର ବୋଲି କୁହାଯାଏ ।
୬- ଗ୍ଲଟିସ୍ ଓ ଗଲେଟ୍ ମଧ୍ୟରେ ଦୁଇଟି ପାର୍ଥକ୍ୟ ଦର୍ଶାଅ ।
୬- ଗ୍ଲଟିସ୍ : (କ) ଗ୍ରସନୀର ଶେଷ ଭାଗରୁ ଯେଉଁଠାରୁ ଶ୍ୱାସନଳୀ ଆରମ୍ଭ ହୋଇଥାଏ, ସେହି ଦ୍ୱାରକୁ ଗ୍ଲଟିସ୍ କହନ୍ତି ।
(ଖ) ଶ୍ୱାସନଳୀର ଦ୍ୱାର ଅଧିଜିହ୍ୱା ନାମକ ଏକ ପରଦା ଦ୍ୱାରା ବନ୍ଦ ରହେ ।
ଗଲେଟ୍ : (କ) ଗ୍ରସନୀର ଶେଷ ଭାଗରୁ ଯେଉଁଠାରୁ ଖାଦ୍ୟନଳୀ ଆରମ୍ଭ ହୋଇଥାଏ, ସେହି ଦ୍ୱାରକୁ ଗଲେଟ୍ କହନ୍ତି ।
(ଖ) ଏଠାରେ କୌଣସି କପାଟିକା ବା ପରଦା ନ ଥାଏ ।
୭- କୋଟରିକାର ଗଠନ ଓ କାର୍ଯ୍ୟ ଲେଖ ।
୭- (କ) କୋଟରିକାଗୁଡ଼ିକ ଛୋଟ ଛୋଟ ବାୟୁପୂର୍ଣ୍ଣ କୋଠରୀ ଓ ରକ୍ତକୈଶିକ ଦ୍ୱାରା ଆବୃତ ହୋଇଥାନ୍ତି ।
(ଖ) କୋଟରିକା ଓ ରକ୍ତ କୈଶିକ ମଧ୍ୟରେ ଗ୍ୟାସ୍ ବିନିମୟ ଘଟିଥାଏ ।
୩ ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
୧- ଜିଭ କେତେ ପ୍ରକାରର ସ୍ୱାଦ ବାରିପାରେ? ଏହାର ଅନ୍ୟ
କାର୍ଯ୍ୟଗୁଡ଼ିକ ଲେଖ?
୧- (କ) ଜିଭ ସାଧାରଣତଃ ପିତା, ଖଟା, ମିଠା ଓ ଲୁଣିଆ ଏହିପରି ଚାରିପ୍ରକାରର ସ୍ୱାଦ ବାରିପାରେ ।
(ଖ) ଚର୍ବଣ ସମୟରେ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା ଜିଭର ଏକ କାର୍ଯ୍ୟ ।
(ଗ) କଥା କହିବାରେ ଜିଭ ସାହାଯ୍ୟ କରିଥାଏ ।
୨- ପ୍ରାଣୀସମ ପୋଷଣ କଣ?
୨- (କ) ପରଜୀବୀୟ ପ୍ରାଣୀମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାଣୀ ଏହି ପୋଷଣର ଅନ୍ତର୍ଗତ ।
(ଖ) ଏମାନେ ଅନ୍ୟ ଉଦ୍ଭିଦ କିମ୍ବା ପ୍ରାଣୀମାନଙ୍କୁ ଆଂଶିକ ଭାବରେ ବା ସଂପୂର୍ଣ୍ଣ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି ।
(ଗ) ଖାଦ୍ୟାଭ୍ୟାସ ଅନୁସାରେ ଏମାନେ ତିନି ଭାଗରେ ବିଭକ୍ତ, ଯଥା ଶାକାହାରୀ, ମାଂସାହାରୀ ଓ ସର୍ବାହାରୀ ।
୩- ଶ୍ୱାସନଳୀର ଗଠନ ଓ କାର୍ଯ୍ୟ ଲେଖ ।
୩- (କ) ଗ୍ରସନୀର ଶେଷଭାଗରୁ ଶ୍ୱାସନଳୀ ଆରମ୍ଭ ହୋଇଥାଏ ଓ ଏହାର ଆରମ୍ଭରେ ସ୍ୱରପେଟିକା ଥାଏ । ଏଥିରେ ଥିବା ସରୁସରୁ ସୁତା ପରି ସ୍ୱରତନ୍ତ୍ରୀ ବା ଭୋକାଲକର୍ଡର କମ୍ପନ ଯୋଗୁଁ ଧ୍ୱନି ସୃଷ୍ଟି ହୋଇଥାଏ ।
(ଖ) ସ୍ୱରପେଟିକା ପରି ଶ୍ୱାସନଳୀ ଦୁଇ ବ୍ରୋନ୍କାଇ ଭାବେ ବିଭକ୍ତ ହୋଇ ପ୍ରତ୍ୟେକ ନିଜ ପଟର ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରିଥାନ୍ତି ।
(ଗ) ପରେ ପରେ ପ୍ରତ୍ୟେକ ପାଖର ବ୍ରୋନକସ୍ ଅନେକ ଶାଖାପ୍ରଶାଖାରେ ବିଭକ୍ତ ହୋଇ ଶ୍ୱାସନଳିକା ସୃଷ୍ଟି କରିଥାନ୍ତି । ପରିବେଶରେ ପ୍ରତ୍ୟେକ ଶ୍ୱାସନଳିକା ବାୟୁର ଛୋଟ ଛୋଟ କୋଠରୀ ବା କୋଟରିକା ମଧ୍ୟକୁ ଖୋଲିଥାଏ ।
୪- ଉଦ୍ଭିଦରେ କିପରି ଶ୍ୱସନ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ?
୪- (କ) ଉଦ୍ଭିଦର ପତ୍ରରେ ଷ୍ଟୋମାଟା ଥାଏ ଯାହାକି ଗ୍ୟାସ୍ ଓ ଜଳୀୟବାଷ୍ପ ଉଦ୍ଭିଦ କୋଷ ମଧ୍ୟକୁ ପ୍ରବେଶ ପାଇଁ ଦ୍ୱାର ଭଳି କାମ କରେ । ଷ୍ଟୋମାଟା ଦେଇ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଗ୍ୟାସ୍ର ବିନିମୟ ଘଟେ ଏବଂ ଏହାର ଖୋଲିକା ବା ବନ୍ଦ ହେବା ଆଲୋକର ପରିମାଣ ଓ ତାପମାତ୍ରା ଉପରେ ନିର୍ଭର କରେ ।
(ଖ) ଶ୍ୱସନ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବହୃତ ହୁଏ ଓ ଅଙ୍ଗାରକାମ୍ଳ ବହିର୍ଗତ ନ ହୋଇ ଆଲୋକଶ୍ଳେଷଣ ପାଇଁ ନିଜ କୋଷ ମଧ୍ୟରେ ବ୍ୟବହୃତ ହୋଇଥାଏ । ବିସରଣ ପ୍ରକ୍ରିୟାରେ ଅମ୍ଳଜାନ ଗୋଟିଏ କୋଷରୁ ଅନ୍ୟ କୋଷକୁ ଉଦ୍ଭିଦ ଶରୀରରେ ଯାଇଥାଏ ।
(ଗ) ଆମ୍ବ, ପଣସ ପତ୍ର ପରି ପୃଷ୍ଠକୁକ୍ଷୀୟ ପତ୍ରର କେବଳ ଉପରିଭାଗରେ ବା ପୃଷ୍ଠତଳରେ ଷ୍ଟୋମାଟା ରହିଥିବା ସ୍ଥଳେ ଧାନ ବା ଗହମ ପରି ସମଦ୍ୱିତଳ ପତ୍ରରେ ଏହା ଉଭୟ ପୃଷ୍ଠ ଓ ନିମ୍ନତଳରେ ଥାଏ।
୫- ମନୁଷ୍ୟ ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ?
୫- ଗଠନ: ପାକସ୍ଥଳୀର ଦୁଇଟି ଅଂଶ ଥାଏ; ଯଥା- ଉପରଭାଗ କାର୍ଡ଼ିଆକ୍ ଷ୍ଟୋମାକ୍ ଓ ତଳିଭାଗ ପାଇଲୋରିକ୍ ଷ୍ଟୋମାକ୍
କାର୍ଯ୍ୟ: (କ) ପାକସ୍ଥଳୀର ଗ୍ରନ୍ଥିରୁ ପାଚକ ରସ ଓ ଲବଣାମ୍ଳ କ୍ଷରିତ ହୁଏ । ପାଚକ ରସରେ ଥିବା ପେପ୍ସିନ୍ ଏନ୍ଜାଇମ୍ ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓଜ୍ ଓ ପେପ୍ଟୋନ୍ରେ ପରିଣତ କରିଥାଏ ।
(ଖ) ଲବଣାମ୍ଳ ଖାଦ୍ୟରେ ଥିବା କ୍ଷତିକାରକୁ ବ୍ୟାକ୍ଟେରିଆ ଆଦିକୁ ମାରିଥାଏ ।
୪ନମ୍ବର ସମ୍ବଳିତ
ପ୍ରଶ୍ନୋତ୍ତର
୧-ପ୍ରଶ୍ନ- ଖାଦ୍ୟର ଶ୍ରେଣୀ ବିଭାଗ କର । ପ୍ରତ୍ୟେକ ବିଭାଗ ବିଷୟରେ
ସଂକ୍ଷେପରେ ଲେଖ ।
୧. ଖାଦ୍ୟର ରାସାୟନିକ ଗଠନ,କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତାକୁ ଆଧାର କରି ଏହାକୁ ୬ ଭାଗରେ ବିଭକ୍ତ କରାଯାଉଛି । ସେଗୁଡ଼ିକ ହେଲା- ଶ୍ୱେତସାର, ପୁଷ୍ଟିସାର, ସ୍ନେହନାର, ଧାତୁସାର, ଭିଟାମିନ୍ ଓ ଜଳ ।
(କ) ଶ୍ୱେତସାର:- ଅଙ୍ଗାରକ, ଉଦ୍ଜାନ ଓ ଅମ୍ଳଜାନକୁ ନେଇ ଶ୍ୱେତସାର ଗଠିତ । ଏକ ଗ୍ରାମ୍ ଶ୍ୱେତସାରରୁ ପ୍ରାୟ ୧୬ KJ ଶକ୍ତି ମିଳିଥାଏ । ଗ୍ଲୁକୋଜ ଶ୍ୱେତସାରର ଏକ ସରଳୀକୃତ ତାପ ଉପାଦାନ । ଗ୍ଲୁକୋଜର ଜାରଣରୁ ଜଳ, ଅଙ୍ଗାରକାମ୍ଳ ଓ ଶକ୍ତି ମିଳିଥାଏ ।
(ଖ) ପୁଷ୍ଟିସାର:- ଆମିନୋ ଅମ୍ଳ ଚେନ୍ ଦ୍ୱାରା ପୁଷ୍ଟିସାର ଗଠିତ । ପୁଷ୍ଟିସାର ଶରୀରର ବୃଦ୍ଧି, ନୂତନ ଜୀବକୋଷ ଗଠନ ଓ କ୍ଷୟପୂରଣ ପାଇଁ ଉଦ୍ଦିଷ୍ଟ । ଏହା ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କଠାରୁ ମିଳିଥାଏ ।
(ଗ)ସ୍ନେହସାର:- ଯେଉଁ ଖାଦ୍ୟ ଯେତେ ତେଲିଆ ସେଥିରେ ସେତେ ଅଧିକ ସ୍ନେହସାର ଥାଏ । ଏଥିରୁ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ।ସ୍ନେହସାର ଶରୀରର ତାପ ଅପରିବାହୀ ଭାବରେ କାର୍ଯ୍ୟ କରେ । କୋଷଝିଲ୍ଲୀ ଗଠନରେ ସ୍ନେହସାର ମୁଖ୍ୟ ଭୂମିକା ଗ୍ରହଣ କରେ ।
(ଘ) ଧାତୁସାର:- ଆମଶରୀର ପାଇଁ ଅନେକ ଧାତୁସାରର ଆବଶ୍ୟକ ହୋଇଥାଏ । ମୁଖ୍ୟତଃ ଶରୀରରେ ଆୟନ ସନ୍ତୁଳନ, ହିମୋଗ୍ଳୋବିନ ଗଠନ, ହରଡ଼ ଓ ଦାନ୍ତ ଗଠନରେ ଧାତୁସାର ଆବଶ୍ୟକ । ଉଦାହରଣ- କ୍ୟାଲସିୟମ୍, ଫସଫରସ୍, ଲୌହ, ସୋଡ଼ିୟମ୍, ଆୟୋଡ଼ିନ୍ ଉତ୍ୟାଦି ।
(ଙ) ଭିଟାମିନ୍:- ଭିଟାମିନ୍ ବା ଜୀବସାର ଆମ ଶରୀର ପାଇଁ ଖୁବ୍ କମ୍ ପରିମାଣର ଆବଶ୍ୟକ ଓ ଜରୁରୀ । ଏହା ଅଭାବରେ ଶରୀରରେ ବିଭିନ୍ନ ରୋଗ ଦେଖାଯାଉଥାଏ । ଭିଟାମିନ୍ ଦୁଇ ପ୍ରକାରର ଯଥା ସ୍ନେହସାର ଦ୍ରବଣୀୟ ଓ ଜଳରେ ଦ୍ରବଣୀୟ ଭିଟାମିନ୍ । ଉଦାହରଣ:- ଚର୍ବି ଓ ତେଲ ସ୍ନେହସାର ଦ୍ରବଣୀୟ ଏବଂ ଶାଗ, ପନିରିବା ଓ ଫଳରୁ ମିଳୁଥିବା ଭିଟାମିନ୍ ଜଳରେ ଦ୍ରବଣୀୟ । ଜଳ:- କୋଷରେ ପ୍ରାୟ ୭୦-୯୦ଭାଗ ଜଳ ଥାଏ । ବିଭିନ୍ନ ଜୈବ ରାସାୟନିକ ପ୍ରକ୍ରିୟା ପାଇଁ ଓ ଶରୀର ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଜଳ ସାହାଯ୍ୟ କରିଥାଏ । ତେଣୁ ଜଣେ ବ୍ୟକ୍ତି ଦୈନିକ ୩-୪ଲିଟର ଜଳ ପିଇବା ଆବଶ୍ୟକ ।
୨ - ପ୍ରଶ୍ନ- ବିଭିନ୍ନ ପ୍ରକାର ପ୍ରାଣୀମାନେ କିରି ଶ୍ୱାସକ୍ରିୟା
କରନ୍ତି ତାହାର ଏକ ବିବରଣୀ ପ୍ରଦାନ କର ।
୨. (କ) ଏକକୋଷୀ, ଛିଦ୍ରାଳ ଓ ହାଇଡ୍ରା ଜାତୀୟ ପ୍ରାଣୀଙ୍କର ଶ୍ୱାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ନ ଥିବାରୁ ସେମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ସିଧାସଳଖ ବିସରଣ ପ୍ରକ୍ରିୟାରେ ଗ୍ରହଣ କରିଥାନ୍ତି।
(ଖ) ଜିଆ, ଜୋକ ଓ ବେଙ୍ଗ ଚର୍ମ ଦ୍ୱାରା ଶ୍ୱାସକ୍ରିୟା କରନ୍ତି । ସେମାନଙ୍କର ଓଦାଚର୍ମ ବାଟଦେଇ ବାୟୁମଣ୍ଡଳର ମୁକ୍ତ ଅମ୍ଳଜାନ ଦ୍ରବୀଭୂତ ହୋଇ ଶ୍ୱସନରେ ବ୍ୟବହୃତ ହୁଏ ।
(ଗ) ବେଙ୍ଗ ମୁଖଗହ୍ୱର ଓ ଫୁସ୍ଫୁସ୍ ଦ୍ୱାରା ମଧ୍ୟ ଶ୍ୱାସକ୍ରିୟା କରିଥାନ୍ତି । ଶୀତସୁପ୍ତି ସମୟରେ ବେଙ୍ଗ ଚର୍ମଦ୍ୱାରା ଶ୍ୱାସକ୍ରିୟା ସମ୍ପାଦନ କରିଥାନ୍ତି ।
(ଘ) ଅସରପା ପରି କୀଟପତଙ୍ଗମାନେ ଶ୍ୱାସରନ୍ଧ୍ର ମଧ୍ୟ ଦେଇ ଶ୍ୱାସକ୍ରିୟା କରନ୍ତି । କଙ୍କଡ଼ା, ଚିଙ୍ଗୁଡ଼ି, ଶାମୁକା ଇତ୍ୟାଦି ଗାଲିଦ୍ୱାରା ଶ୍ୱାସକ୍ରିୟା କରନ୍ତି ଏବଂ ଏମାନଙ୍କର ଗାଲି ମାଛମାନଙ୍କ ଗାଲିଠାରୁ ଭିନ୍ନ ।
(ଙ) ବେଙ୍ଗ ଲାର୍ଭା ଅବସ୍ଥାରେ (ବେଙ୍ଗଫୁଲା) ଓ ମାଛମାନେ ଗାଲିଦ୍ୱାରା ଶ୍ୱାସକ୍ରିୟା କରନ୍ତି । ସାପ, ପାରା, ବତକ, ବାଦୁଡ଼ି, ମନୁଷ୍ୟ ଇତ୍ୟାଦି ପ୍ରାଣୀମାନେ ତଥା କଇଁଛ, କୁମ୍ଭୀର ଓ ତିମି ଜଳରେ ରହୁଥିଲେ ମଧ୍ୟ ଫୁସ୍ଫୁସ୍ ଦ୍ୱାରା ଶ୍ୱାସକ୍ରିୟା କରନ୍ତି ।
Comments
Post a Comment