SCL(LIFE SCIENCE) UNIT ONE
BACK
୧. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ସହଜୀବୀତା କଣ?
(କ) ଜୀବ ଜଗତରେ ବେଳେବେଳେ ଦୁଇଟି ଭିନ୍ନ ଭିନ୍ନ ଜାତିର ଜୀବ ଅର୍ଥାତ ଦୁଇଟି ଅଲଗା ଜାତିର ପ୍ରାଣୀ ବା ଉଦ୍ଭିଦ ଅଥବା ପ୍ରାଣୀ ଓ ଅଣୁଜୀବ ଏକାଠି ବାସ କରୁଥିବାର ଦେଖାଯାଏ, ତାହାକୁ ସହଜୀବୀତା କୁହାଯାଏ ।
(ଖ)କେଉଁ ରାସାୟନିକ ପଦାର୍ଥ ଦ୍ୱାରା ମଣ୍ଡଦ
ନୀଳବର୍ଣ୍ଣ ହୋଇଥାଏ?
(ଖ)ଲଘୁ ଆୟୋଡ଼ିନ୍ ଦ୍ରବଣ ଦ୍ୱାରା ମଣ୍ଡଦ ନୀଳବର୍ଣ୍ଣ ହୋଇଥାଏ ।
(ଗ) ରସାୟଶ୍ଳେଷଣ କଣ?
(ଗ) ନାଇଟ୍ରେଟ ପ୍ରସ୍ତୁତକାରୀ ବାକ୍ଟେରିଆ, ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବିକ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ଆହଣଣ କରିବା ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ଆହରଣ କରିବା ପ୍ରକ୍ରିୟାକୁ ରସାୟଶ୍ଳେଷଣ କୁହାଯାଏ ।
(ଘ) କେଉଁ ଅଙ୍ଗଟି ବକ୍ଷଗହ୍ୱର ଓ ଉଦର ଗହ୍ୱରକୁ ପୃଥକ
କରିଥାଏ?
(ଘ) ମଧ୍ୟଛଦା ବକ୍ଷଗହ୍ୱର ଓ ଉଦର ଗହ୍ୱରକୁ ପୃଥକ କରିଥାଏ ।
(ଙ) ଗୋଟିଏ ପାଇରୁଭିକ୍ ଅମ୍ଳ ଅଣୁରେ କେତୋଟି
ଅଙ୍ଗାରକ ପରମାଣୁ ଥାଏ?
(ଙ) ପାଇରୁଭିକ୍ ଅମ୍ଳ ଅଣୁରେ ୩ଟି ଅଙ୍ଗାରକ ପରମାଣୁ ଥାଏ ।
(ଚ) ପ୍ରଶ୍ୱାସ ସମୟରେ ବକ୍ଷ ଗହ୍ୱରର ଆୟତନ ପ୍ରାୟ
ଶତକଡ଼ା କେତେ ବୃଦ୍ଧିପାଏ?
(ଚ) ପ୍ରଶ୍ୱାସ ସମୟରେ ବକ୍ଷ ଗହ୍ୱରର ଆୟତନ ପ୍ରାୟ ଶତକଡ଼ା ୨୦ ବୃଦ୍ଧି ପାଏ ।
୨. ଶୂନ୍ୟସ୍ଥାନ ପୂରଣ କର ।
(କ) ଶରୀରରେ .......... ଚର୍ବି ଭାବରେ ସଂଚିତ
ହୋଇରହେ ।
(କ) ସ୍ନେହସାର
(ଖ) ଗ୍ରହଣୀର ଶେଷ ଅଂଶକୁ ...................
କୁହାଯାଏ ।
(ଖ) ଇଲିୟମ୍
(ଗ) ପ୍ରୋଟିଏଜ୍ ଏନ୍ଜାଇମ ...........କୁ ଆମିନୋ
ଅମ୍ଳରେ ପରିଣତ କରେ ।
(ଗ) ପ୍ରୋଟିନ୍
(ଘ) ସୁରାସାର କିଣ୍ୱନ ପ୍ରକ୍ରିୟାରେ ...... ଗ୍ୟାସ୍
ନିର୍ଗତ ହୁଏ ।
(ଘ) ଅଙ୍ଗାରକାମ୍ଳ
(ଙ) ଗ୍ଲାଇକୋଲିସିସ୍ ............. ରେ ସଂଘଟିତ
ହୁଏ ।
(ଙ) କୋଷଜୀବକ
(ଚ) CO2, ଶକ୍ତି,
ଗ୍ଲୁକୋଜ ଓ ଜଳ ମଧ୍ୟରୁ ...............ଟି
ଶ୍ୱସନର ଏକ ଉତ୍ପାଦ ନୁହେଁ ।
(ଚ) ଗ୍ଲୁକୋଜ୍
୩. ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କର ।
(କ) ଥାଇଲାକଏଡ଼ରେ ଥିବା ରସକୁ ଷ୍ଟ୍ରୋମା କୁହାଯାଏ ।
(କ) କ୍ଲୋରୋପ୍ଲାଷ୍ଟ
(ଖ) ପାକନଳୀର ଚଳନକୁ ଅବଦ୍ରବୀକରଣ କୁହାଯାଏ ।
(ଖ) ପୁରଃସରଣ
(ଗ) ଆଲୋକଶ୍ଳେଷଣରେ ମୁକ୍ତ ଅମ୍ଳଜାନ ଅଙ୍ଗାରକାମ୍ଳରୁ
ମିଳିଥାଏ ।
(ଗ) ଜଳରୁ
(ଘ) ସାର୍ ହାନ୍ସ କ୍ରେବସ୍ ୧୯୪୩ ମସିହାରେ ନୋବେଲ
ପୁରସ୍କାର ପାଇଥିଲେ ।
(ଘ) ୧୯୫୩
(ଙ) ଅମ୍ଳଜାନ ଉପସ୍ଥିତିରେ ହାଇଡ୍ରୋକ୍ଲୋରିକ ଅମ୍ଳରୁ
ଅଙ୍ଗାରକାମ୍ଳ ଓ ଜଳ ସହ ଶକ୍ତି ସୃଷ୍ଟି ହୁଏ ।
(ଙ) ପାଇରୁଭିକ୍
(ଚ) ଅଙ୍ଗାରକାମ୍ଳ ଗ୍ୟାସ୍ ଫୁସ୍ଫୁସ୍ କୋଟରିକାରୁ
ରକ୍ତ ମଧ୍ୟକୁ ପ୍ରବେଶ କରେ ।
(ଚ) ଅମ୍ଳଜାନ
୪. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(କ) ପାକସ୍ଥଳୀର କେଉଁ ଅଂଶରେ ଖାଦ୍ୟର କୌଣସି
ପରିବର୍ତ୍ତନ ହୁଏ ନାହିଁ?
(କ) ଗ୍ରାସନଳୀ
(ଖ) ଯକୃତରୁ କ୍ଷରିତ ତରଳ ପଦାର୍ଥଟି କଣ?
(ଖ) ପିତ୍ତ
(ଗ) କୋଷଝିଲ୍ଲୀ ତିଆରିରେ କାହାର ପ୍ରମୁଖ ଭୂମିକା
ଅଛି?
(ଗ) ଲିପିଡ଼୍
(ଘ) ଲାକ୍ଟିକ ଅମ୍ଳ କିଣ୍ୱନ କେଉଁ କୋଷରେ ସଂଗଠିତ
ହୁଏ?
(ଘ) ପେଶୀକୋଷ
(ଙ) ଜଣେ ସୁସ୍ଥ ବ୍ୟକ୍ତିର ପ୍ରଶ୍ୱାସ ଓ ନିଃଶ୍ୱାସ
ହାର ମିନିଟ୍କୁ ପ୍ରାୟ କେତେ ଥର?
(ଙ) ୧୫ରୁ ୨୦
(ଚ) ନାକପୁଡ଼ା ଦୁଇଟିର ଅଗ୍ର କାହା ଦ୍ୱାରା ଗଠିତ?
(ଚ) ଉପାସ୍ଥି
୫. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଶାଅ ।
‘କ’ ସ୍ତମ୍ଭ ‘ଖ’
ସ୍ତମ୍ଭ
(କ) କେଲ୍ଭିନ ଚକ୍ର (କ) ପ୍ଲାସ୍ମୋଡ଼ିୟମ୍
(ଖ) ଲସିକାଭ ଅଙ୍ଗ (ଖ) ଅନ୍ଧକାର ପ୍ରକ୍ରିୟା
(ଗ) ସାପ (ଗ)
ଟନ୍ସିଲ୍
(ଘ) ରବର୍ଟ ହିଲ୍ (ଘ) ଗାଲି
(ଙ) ଅନ୍ତଃ ପରଜୀବୀ (ଙ) ଫୁସ୍ଫୁସ୍
(ଚ) ମାଛ (ଚ)
ଆଲୋକଶ୍ଳେଷଣ
(ଛ) ଚର୍ମ
(କ) ଅନ୍ଧକାର ପ୍ରକ୍ରିୟା (ଖ) ଟନ୍ସିଲ୍ (ଗ) ଫୁସ୍ଫୁସ୍ (ଘ) ଆଲୋକଶ୍ଳେଷଣ (ଙ) ପ୍ଲାସମୋଡ଼ିୟମ୍ (ଚ) ଗାଲି
Comments
Post a Comment