SCL(LIFE SCIENCE) UNIT TWO SUBJECTIVE
BACK
୨ ନମ୍ବର
ସମ୍ବଳିତ ପ୍ରଶ୍ନୋତ୍ତର
୧- ଆମକୁ ଜୋକ
କାମୁଡ଼ିଲେ କ୍ଷତସ୍ଥାନରୁ ରକ୍ତସ୍ରାବ ବନ୍ଦ ହୁଏ ନାହିଁ କାହିଁକି?
୧- (କ) ଜୋକ ଲାଳରେ ହିରୁଡିନ୍ ନାମକ ପଦାର୍ଥ ରହିଥାଏ ।
(ଖ) ହିରୁଡିନ୍ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ, ତେଣୁ ଜୋକ କାମୁଡ଼ିଲେ କ୍ଷତସ୍ଥାନରୁ ରକ୍ତସ୍ରାବ ବନ୍ଦ ହୁଏ ନାହିଁ ।
୨- ଉତ୍ସେଦନ
କ’ଣ? ଏହା
ଉଦ୍ଭିଦରେ କାହା ମଧ୍ୟ ଦେଇ ସଂପାଦିତ ହୋଇଥାଏ?
୨- (କ) ଉଦ୍ଭିଦର ବାୟବୀୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ ଉତ୍ସେଦନ କୁହାଯାଏ ।
(ଖ) ଉଦ୍ଭିଦର ଉତ୍ସେଦନ ପ୍ରକ୍ରିୟା ସ୍ତୋମ, ତ୍ୱଚାବରଣ ଓ ବାତରନ୍ଧ୍ର ମଧ୍ୟ ଦେଇ ହୋଇଥାଏ ।
୩- ମେରୁଦଣ୍ଡ
ପ୍ରାଣୀମାନଙ୍କର ଶରୀରରେ କେଉଁଠାରେ ୟୁରିଆ ଉତ୍ପନ୍ନ ହୁଏ ଓ ଏହା କିପରି ଉତ୍ପନ୍ନ ହୁଏ?
୩- (କ) ମେରୁଦଣ୍ଡୀ ପ୍ରାଣୀମାନଙ୍କ ଯକୃତରେ ୟୁରିଆ ଉତ୍ପନ୍ନ ହୁଏ ।
(ଖ) ଯକୃତରେ ଏମୋନିଆ ସହ ଅଙ୍ଗାରକାମ୍ଳର ରାସାୟନିକ ସଂଯୋଗ ଘଟିଲେ ୟୁରିଆ ଉତ୍ପନ୍ନ ହୁଏ ।
୪- ସୁସ୍ଥ
ବ୍ୟକ୍ତିର ମୂତ୍ର ଇଷତ୍ ହଳଦିଆ ଦେଖାଯାଏ କାହିଁକି? ମୂତ୍ରରେ କେଉଁ
ଉପାଦାନରେ ଉପସ୍ଥିତି ଯୋଗୁଁ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ?
୪- (କ) ମୂତ୍ରରେ ୟୁରୋକ୍ରୋମ ନାମକ ବର୍ଣ୍ଣକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଇଷତ୍ ହଳଦିଆ ଦେଖାଯାଏ ।
(ଖ) ମୂତ୍ରରେ ଗ୍ଲୁକୋଜ, ପ୍ରୋଟିନ୍ ବା କୌଣସି ରକ୍ତକଣିକା ଥିଲେ ଅଥବା ମୂତ୍ରର ବର୍ଣ୍ଣର ପରିବର୍ତ୍ତନ ଦେଖାଗଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ ।
୫- ହାଇଲମ୍
କ’ଣ? ହାଇଲମ୍
ମଧ୍ୟ ଦେଇ କ’ଣ ସବୁ ସଂଯୁକ୍ତ ହୋଇଥାଏ?
୫- (କ) ବୃକ୍କର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ୍ କୁହାଯାଏ ।
(ଖ) ହାଇଲମ୍ ମଧ୍ୟ ଦେଇ ବୃକ୍କୀୟ ଶିରା, ଧମନୀ ଓ ମୂତ୍ରସାରଣୀ ବୃକ୍କ ସହିତ ସଂଯୁକ୍ତ ହୋଇଥାଏ ।
୩ ନମ୍ବର
ସମ୍ବଳିତ ପ୍ରଶ୍ନୋତ୍ତର
୧. ମନୁଷ୍ୟ
ହୃତ୍ପିଣ୍ଡର ବାହ୍ୟ ଗଠନର ନାମାଙ୍କିତ ଚିତ୍ର ଅଙ୍କନ କର ।
୨. ମନୁଷ୍ୟ
ବୃକ୍କର ଅନୁଦୈର୍ଘ୍ୟକ ଛେଦନର ନାମାଙ୍କିତ ଚିତ୍ର ଅଙ୍କନ କର ।
୩. ରକ୍ତ ଜମାଟ
ବାନ୍ଧିବାର ପ୍ରକ୍ରିୟା ବୁଝାଅ । (ରେଖାଚିତ୍ର ଅନାବଶ୍ୟକ)
୩. (କ) ଶରୀରରରେ କୌଣସି ସ୍ଥାନ ଖଣ୍ଡିଆ ହୋଇ ରକ୍ତ ବାହାରିଲେ କ୍ଷତଟିସୁ ଓ ଭାଙ୍ଗିଯାଇଥିବା ଅଣୁଚକ୍ରିକା ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତ ସ୍ଥାନରେ ଥ୍ରମ୍ବୋପ୍ଲାଷ୍ଟିନ୍ ନାମକ ଏକ ଲିପୋପ୍ରୋଟିନ୍ ସୃଷ୍ଟି ହୁଏ ।
(ଖ) ଥ୍ରମ୍ବୋପ୍ଲାଷ୍ଟିନ୍ ରକ୍ତରେ ଥିବା କ୍ୟାଲସିୟମ୍ ଆୟନ୍ (Ca++) ତଥା ଏନ୍ଜାଇମ୍ ଉପସ୍ଥିତିରେ ପ୍ଲାଜ୍ମାରେ ଥିବା ପ୍ରୋଟିନ୍ ପ୍ରୋଥ୍ରମ୍ବିନ୍କୁ ଥ୍ରମ୍ବିନ୍ ନାମକ ଏକ ସକ୍ରିୟ ଏନ୍ଜାଇମ୍ରେ ପରିଣତ କରାଏ । ଥ୍ରମ୍ବିନ୍ ପ୍ରଭାବରେ ଫାଇବ୍ରିନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜମା ପ୍ରୋଟିନ୍ ଫାଇବ୍ରିନ୍ରେ ପରିଣତ ହୁଏ ।
(ଗ) ଅଦ୍ରବଣୀୟ ଓ ତନ୍ତୁ ପରି ଏହି ଫାଇବ୍ରିନ୍ ପ୍ରୋଟିନ୍ କ୍ଷତସ୍ଥାନରେ ଠୁଳ ହୋଇ ସେଠାରେ ଏକ ସୂକ୍ଷ୍ମ ଜାଲ ତିଆରି କରେ । ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବା ଦ୍ୱାରା ଖଣ୍ଡିଆ ସ୍ଥାନ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ, ଫଳରେ ରକ୍ତସ୍ରାବ ବନ୍ଦ ହୋଇଥାଏ ।
୪. ଦ୍ୱୈତ
ସଂଚାଳନ କ’ଣ?
୪. (କ) ମଣିଷ ଓ ଅନ୍ୟାନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍ପିଣ୍ଡ ଚାରି ପ୍ରକୋଷ୍ଟ ବିଶିଷ୍ଟ । ତେଣୁ ହୃତ୍ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅମ୍ଳଜାନ ବିହୀନ ରକ୍ତର ମିଶ୍ରଣ ହୁଏ ନାହିଁ ।
(ଖ) ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନ ଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ ଦକ୍ଷିଣ ପଟ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନବିହୀନ ରକ୍ତ ପ୍ରବାହିତ ହୋଇଥାଏ ।
(ଗ) ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ôଚଲା ବେଳକୁ ତାହା ଦୁଇଥର ହୃତ୍ପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।
୫. ନିଷ୍କାସନ
ବ୍ୟତୀତ ବୃକ୍କର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ?
୫. (କ) ବୃକ୍କ ଶରୀରର ଜଳ ଓ ଧାତବ ଲବଣ ପରିମାଣ ନିୟନ୍ତ୍ରଣ କରିବା ସହିତ ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିଥାଏ ।
(ଖ) ବୃକ୍କ ଶରୀରର ରକ୍ତଚାପ ନିୟନ୍ତ୍ରଣ କରିଥାଏ ଓ ଏରିଥ୍ରୋପୋଇଏଟିନ୍ ନାମକ ହରମୋନ୍ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିଥାଏ ।
(ଗ) ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକ୍କ ଶରୀରର ଅନ୍ତଃ ପରିବେଶରେ ସନ୍ତୁଳନ ବଜାୟ ରଖିଥାଏ ।
୬. ଶରୀରରୁ
ରେଚିତ ପଦାର୍ଥର ନିଷ୍କାସନ ବୃକ୍କ ଭିନ୍ନ ଅନ୍ୟ କେଉଁ ଅଙ୍ଗ ଦ୍ଵାରା ହୁଏ ଲେଖ?
୬. (କ) ଶରୀରରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଝାଳ ଆକାରରେ ଚର୍ମ ଦେଇ ନିଷ୍କାସିତ ହୋଇଥାଏ । ଚର୍ମରେ ସ୍ୱେଦଗ୍ରନ୍ଥି ଥିବାରୁ ଝାଳ ତିଆରି ଚର୍ମର ଏକ କାର୍ଯ୍ୟ । ରକ୍ତରୁ ଧାତବ ଲବଣ, ସାମାନ୍ୟ ୟୁରିଆ ଶୋଷିତ ହୋଇ ପରେ ଝାଳ ଆକାରରେ ଶରୀରରୁ ନିଷ୍କାସିତ ହୋଇଥାଏ । ଝାଳ ବାଷ୍ପୀଭୂତ ହେବା ଫଳରେ ଶରୀର ଶୀତଳ ହୁଏ । (ଖ) ପାକତନ୍ତ୍ର ସହ ଜଡ଼ିତ ଯକୃତ କିଛି ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ । ଚୟାପଚୟର ଉତ୍ପାଦିତ ବର୍ଜ୍ୟ ଯଥା ଖାଇଥିବା ଔଷଧର ଅବଶିଷ୍ଟାଂଶ, ମାତ୍ରାଧିକ ଭିଟାମିନ୍, ଲୋହିତ ରକ୍ତକଣିକାର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥିବା ବର୍ଣ୍ଣକଣା ଇତ୍ୟାଦି ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ । ପରେ ସେଠାରୁ ମଳ ସହ ନିଷ୍କାସିତ ହୋଇଥାଏ ।
(ଗ) ନିଃଶ୍ୱାସ ଛାଡ଼ିଲା ବେଳେ ଫୁସ୍ଫୁସ୍ରୁ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପ ନିଷ୍କାସିତ ହୋଇଥାଏ ।
୪ନମ୍ବର
ସମ୍ବଳିତ ପ୍ରଶ୍ନୋତ୍ତର
୧. ପ୍ରଶ୍ନ-
ସଂଶକ୍ତି ତତ୍ତ୍ୱ ଅନୁସାରେ ଉଦ୍ଭିଦର ଜଳ ପରିବହନ କିପରି ହୋଇଥାଏ?
୧. (କ) ଉଦ୍ଭିଦରେ ଉତ୍ସେଦନ ପ୍ରକ୍ରିୟା ସଂଗଠିତ ହେଉଥିବାରୁ ପତ୍ରରୁ ବହୁ ପରିମାଣର ଜଳକ୍ଷୟ ଯୋଗୁଁ ପତ୍ର ଫଳକରେ ଜଳର ବିସରଣ ଚାପ କମିଯାଏ । ତେଣୁ ପତ୍ରର ଶିରାପ୍ରଶିରାରୁ ଜଳ ପତ୍ରଫଳକ ମଧ୍ୟକୁ ଗତି କରେ ।
(ଖ) ଶିରାପ୍ରଶିରାରୁ ଜଳ ଚାଲିଯିବା ଫଳରେ ଏହାର ବିସରଣ ଚାପ ମଧ୍ୟ କମିଯାଏ । ତେଣୁ ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବା ପାଇଁ ଜଳ, କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତି କରେ । କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ । କାଣ୍ଡରେ ଥିବା ଜାଇଲେମ୍ରେ ଜଳର ଧାରା ଅକ୍ଷୁଣ୍ଣ ରଖିବା ପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ।
(ଗ) ପତ୍ରପୃଷ୍ଠରେ ଉତ୍ସେଦନଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ । ଏହି ଧାରାକୁ ଉତ୍ସେଦନ ସ୍ରୋତ କୁହାଯାଏ ।
(ଘ) ଏହି ନିରବଚ୍ଛିନ୍ନ ଜଳଧାରା ଦୁଇଟି କାରଣ ଯୋଗୁଁ ସହଜରେ ଚ୍ଛିନ୍ନ ହୁଏ ନାହିଁ ।
(A) ସଂଶକ୍ତି ବଳ : ଅତି ସୂକ୍ଷ୍ମ ଜାଇଲେମ୍ ନଳୀ ମଧ୍ୟରେ ଜଳଅଣୁ ଓ ଜଳଅଣୁ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ବଳକୁ ସଂଶକ୍ତି ବଳ କୁହାଯାଏ । ଏହି ବଳ ଯଥେଷ୍ଟ ଅଧିକ ଥାଏ ।
(B) ସଂଲଗ୍ନ ବଳ: ଜଳ ଓ ଜାଇଲେମ୍ ଭିତ୍ତି ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ବଳକୁ ସଂଲଗ୍ନ ବଳ କୁହାଯାଏ । ଏହି ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ ଭିତ୍ତି ସହ ଲାଗି କରି ଉପରକୁ ଉଠିଥାଏ, ସହଜରେ ଛାଡ଼ିଯାଏ ନାହିଁ ।
୨. ଉଦ୍ଭିଦରେ
ରେଚନ ପ୍ରକ୍ରିୟା କିପରି ସଂପାଦିତ ହୋଇଥାଏ?
୨. (କ) ରେଚନ ପାଇଁ ପ୍ରାଣୀ ପରି ଉଦ୍ଭିଦରେ ସ୍ୱତନ୍ତ୍ର ରେଚନ ଅଙ୍ଗ ନଥାଏ । ଚୟାପଚୟ ପ୍ରକ୍ରିୟାରେ ଜାତ ବିଭିନ୍ନ ଉପଜାତ ପଦାର୍ଥ କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇରହେ । ଏହି ଗଚ୍ଛିତ ପଦାର୍ଥଗୁଡ଼ିକ ହେଉଛି ଖଇର ବା ଟାନିକ୍, ଝୁଣା ବା ରେଜିନ୍, ଅଠା, ଖିର, ତେନ୍ତୁଳିରେ ଥିବା ଟାଟାରିକ୍ ଅମ୍ଳ, ଲେମ୍ବୁରେ ଥିବା ସାଇଟ୍ରିକ ଅମ୍ଳ, ସିନ୍କୋନା ଗଛରେ ଥିବା କୁଇନାଇନ୍, ତମାଖୁ ପତ୍ରରେ ଥିବା ନିକୋଟିନ୍ ପରି ଉପକ୍ଷାର ଇତ୍ୟାଦି ।
(ଖ) ଏହି ଅଦରକାରୀ ପଦାର୍ଥଗୁଡ଼ିକ ଯୋଗୁଁ ଉଦ୍ଭିଦର କୌଣସି କ୍ଷତି ହୋଇ ନଥାଏ । ଏଣୁ ଉଦ୍ଭିଦର ସ୍ୱତନ୍ତ୍ର ରେଚନାଙ୍ଗ ରହିବାର ଆବଶ୍ୟକତା ନାହିଁ ।
(ଗ) ଉଦ୍ଭିଦରେ ଷ୍ଟୋମାଟା ଶ୍ୱାସକ୍ରିୟା ସଂପାଦନା କରିବା ସହିତ ଏକ ରେଚନ ଅଙ୍ଗ ଭଳି କାମ କରିଥାଏ । ଉଦ୍ଭିଦ ଶରୀରରେ ଥିବା ବଳକା ପାଣି ଉତ୍ସେଦନ ପ୍ରକ୍ରିୟାରେ ବାହାରି ଯାଇଥାଏ ।
(ଘ) ଅନେକ ଉଦ୍ଭିଦରେ ବର୍ଜ୍ୟବସ୍ତୁଗୁଡ଼ିକ କୋଷମଧ୍ୟସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ, ସ୍ଥଳବିଶେଷରେ ସେଗୁଡ଼ିକ ମଧ୍ୟ ପତ୍ରରେ ସଂଗୃହିତ ହୁଏ ଓ ପରେ ବର୍ଜ୍ୟବସ୍ତୁଭରା ପତ୍ର ଶୁଖି ଝଡ଼ି ପଡ଼େ । ରେଜିନ୍ ଓ ଟାନିନ୍ ପରି ବର୍ଜ୍ୟବସ୍ତୁଗୁଡ଼ିକ ପରିପକ୍ୱ ଜାଇଲେମ୍ରେ ମଧ୍ୟ ସଂଗୃହିତ ହୁଏ ।
Comments
Post a Comment