SCL(LIFE SCIENCE) UNIT TWO

BACK

୧. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଆମ ଶରୀରରେ ରକ୍ତ କିରି ସଞ୍ଚାଳିତ ହୁଏ ତାହା ପ୍ରଥମେ କିଏ ଆବିଷ୍କାର କରିଥିଲେ?
(କ) ଉଇଲିୟମ ହାର୍ଭେ ନାମକ ଜଣେ ବ୍ରିଟିଶ ଡାକ୍ତର ଆମ ଶରୀରରେ ରକ୍ତ କିରି ସଂଚାଳିତ ହୁଏ ତାହା ପ୍ରଥମେ ଆବିଷ୍କାର କରିଥିଲେ ।
(ଖ) ରକ୍ତରେ କାହାର ଉପସ୍ଥିତି ଅନୁଯାୟୀ ରକ୍ତବର୍ଗ ନିରୂପିତ ହୋଇଥାଏ?
(ଖ)ରକ୍ତରେ ଏଣ୍ଟିଜେନ ଓ ଏଣ୍ଟିବଡିର ଉପସ୍ଥିତି ଅନୁଯାୟୀ ରକ୍ତ ବର୍ଗ ନିରୁପିତ ହୋଇଥାଏ ।
(ଗ) ଉଦ୍ଭିଦରେ ଜୈବିକ ଖାଦ୍ୟବସ୍ତୁ କାହା ମଧ୍ୟ ଦେଇ ପରିବାହିତ ହୁଏ?
(ଗ) ଉଦ୍ଭିଦରେ ଜୈବିକ ଖାଦ୍ୟବସ୍ତୁ ଫ୍ଲୋଏମ ମଧ୍ୟ ଦେଇ ପରିବାହିତ ହୁଏ ।
(ଘ) ଆମ ଶରୀରର କେଉଁଠାରେ ରକ୍ତଛଣା କାର୍ଯ୍ୟ ସମ୍ପାଦିତ ହୁଏ?
(ଘ) ଆମ ଶରୀରର ଗ୍ଲୋମେରୁଲସରେ ରକ୍ତଛଣା କାର୍ଯ୍ୟ ସଂପାଦିତ ହୁଏା
(ଙ) ଚେପଟା କୃମି କାହାଦ୍ୱାରା ରେଚନ କ୍ରିୟା ସମ୍ପାଦନ କରେ?
(ଙ) ଚେପଟା କୃମି ଶିଖାକୋଷଦ୍ୱାରା ରେଚନ କ୍ରିୟା ସଂପାଦନ କରେ ।
(ଚ) ଏମିବାର ରେଚନ ପ୍ରକ୍ରିୟା କାହାଦ୍ୱାରା ହୋଇଥାଏ?
(ଚ) ଏମିବାର ରେଚନ ପ୍ରକ୍ରିୟା ପ୍ଲାଜମା ଝିଲ୍ଲୀ ଓ ସଂକୋଚିକିଧାନୀ ଦ୍ୱାରା ସଂପାଦିତ ହୋଇଥାଏ ।
୨. ଶୂନ୍ୟସ୍ଥାନ ପୂରଣ କର ।
କ) କୁଇନାଇନ୍ କେଉଁ ଉଦ୍ଭିଦରୁ ମିଳିଥାଏ?
(କ) ସିନ୍‌କୋନା
(ଖ) ୟୁରିଆର ରାସାୟନିକ ସଙ୍କେତ କ’ଣ?
(ଖ) NH2-CO-NH2
(ଗ) ଗ୍ଲୋମେରୁଲସ୍ କାହା ମଧ୍ୟରେ ଥାଏ?
(ଗ) ବାଓମ୍ୟାନ କ୍ୟାପସୁଲ
(ଘ) କେଉଁ ବର୍ଗର ବ୍ୟକ୍ତି ସର୍ବଜନ ଗ୍ରହୀତା ନାମରେ ପରିଚିତ?
(ଘ) AB
(ଙ) ଏକ ସୁସ୍ଥ ବ୍ୟକ୍ତିର ହୃତ୍‌ପିଣ୍ଡର ସ୍ପନ୍ଦନ ହାର ଏକ ମିନିଟ୍‌କୁ କେତେ ଥର ହୋଇଥାଏ ।
(ଙ) ୭୨
(ଚ) ବାମ ଅଳିନ୍ଦ ସହ କେଉଁ ରକ୍ତବାହିନୀ ସଂଯୁକ୍ତ?
(ଚ) ଫୁସଫୁସ୍ ଶିରା
୩. ଶୂନ୍ୟସ୍ଥାନ ପୂରଣ କର ।
(କ) ଉଦ୍ଭିଦର ମୂଳଜ ଚାପକୁ ........... ଦ୍ୱାରା ମାପ କରାଯାଏ ।
(କ) ମାନୋମିଟର
(ଖ) ଆମ ଦେହସାରା .............. କି.ମି. ଲମ୍ବର ରକ୍ତନଳୀ ବିଛେଇ ହୋଇରହିଛି ।
(ଖ) ୯୬୦୦୦ରୁ ୧,୬୦,୦୦୦
(ଗ) ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ୱାରରେ ........... ପାଖୁଡ଼ାବିଶିଷ୍ଟ କପାଟିକା ଥାଏ ।
(ଗ) ତିନି
(ଘ) ବୃକ୍‌କ ............ ନାମକ ହର୍‌ମୋନ୍ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ ।
(ଘ) ଏରିଥ୍ରୋପୋଇଏଟିନ୍
(ଙ) ଝିଣ୍ଟିକାର ରେଚନ ଅଙ୍ଗର ନାମ .................. ।
(ଙ) ମାଲପିଝିଆନ୍ ନଳିକା
(ଚ) ରେଚନ ମାଧ୍ୟମରେ ପକ୍ଷୀ ଶରୀରରୁ .................. ନିଷ୍କାସନ କରିଥାନ୍ତି ।
(ଚ) ୟୁରିକ୍ ଏସିଡ୍
୪. ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କର ।
(କ) ବୃକ୍‌କର ଲମ୍ବ ପ୍ରାୟ ୫ରୁ ୭ ସେ.ମି. ।
(କ) ବୃକ୍‌କର ଲମ୍ବ ପ୍ରାୟ ୧୦ରୁ ୧୨ ସେ.ମି. ।
(ଖ) ଗ୍ଲୁକୋଜ୍ ଓ କ୍ରିଏଟିନିନ୍ କୈଶିକ ରକ୍ତନଳୀ ଭିତରକୁ ପୁନଃ ଶୋଷିତ ହୋଇଥାଏ ।
(ଖ) ଗ୍ଲୁକୋଜ୍ ଓ ଏମିନୋଅମ୍ଳ କୈଶିକ ରକ୍ତନଳୀ ଭିତରକୁ ପୁନଃ ଶୋଷିତ ହୋଇଥାଏ ।
(ଗ) ୟୁରିଆ ପ୍ରାୟ ଜଳରେ ଅଦ୍ରବଣୀୟ ।
(ଗ) ୟୁରିକ୍ ଅମ୍ଳ ପ୍ରାୟ ଜଳରେ ଅଦ୍ରବଣୀୟ ।
(ଘ) ଉତ୍ସେଦନ ଯୋଗୁଁ ଉଦ୍ଭିଦର ଜଳ ଶୋଷଣ ନିୟନ୍ତ୍ରଣ ହୋଇଥାଏ ।
(ଘ) ଉତ୍ସେଦନ ଯୋଗୁଁ ଉଦ୍ଭିଦର ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ ।
(ଙ) ‘AB’ ରକ୍ତବର୍ଗର ଆଣ୍ଟିଜେନ୍ ନାହିଁ ।
(ଙ) ‘O’ ରକ୍ତବର୍ଗର ଆଣ୍ଟିଜେନ୍ ନାହିଁ ।
(ଚ) ମାଛର ହୃତ୍‌ପିଣ୍ଡ ତିନି ପ୍ରକୋଷ୍ଠ ବିଶିଷ୍ଟ ଅଟେ ।
(ଚ) ମାଛର ହୃତ୍‌ପିଣ୍ଡ ଦୁଇ ପ୍ରକୋଷ୍ଠ ବିଶିଷ୍ଟ ଅଟେ ।
୫. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଶାଅ ।
କ’ ସ୍ତମ୍ଭ               ‘ଖ’ ସ୍ତମ୍ଭ
(କ) ଥ୍ରମ୍ବୋପ୍ଲାଷ୍ଟିନ୍    (କ) ‘O’ ରକ୍ତବର୍ଗ
(ଖ) ସର୍ବଜନଦାତା    (ଖ) ‘AB’ ରକ୍ତବର୍ଗ
(ଗ) ଏଣ୍ଟିବଡି ନାହିଁ    (ଗ) ସାଇଟ୍ରିକ ଅମ୍ଳ
(ଘ) ତେନ୍ତୁଳି          (ଘ) ପିତ୍ତରସ
(ଙ) ଜିଆ             (ଙ) ଲିପୋପ୍ରୋଟିନ୍
(ଚ) ଯକୃତ            (ଚ) ଟାର୍ଟାରିକ ଅମ୍ଳ
(ଛ) ନେଫ୍ରିଡିଆ
(କ) ଥ୍ରମ୍ବୋପ୍ଲାଷ୍ଟିନ୍ -ଲିପୋପ୍ରୋଟିନ୍ (ଖ) ସର୍ବଜନଦାତା- ‘O’ ରକ୍ତବର୍ଗ (ଗ) ଏଣ୍ଟିବଡି ନାହିଁ -‘AB’ ରକ୍ତବର୍ଗ (ଘ) ତେନ୍ତୁଳି -ଟାର୍ଟାରିକ ଅମ୍ଳ (ଙ) ଜିଆ -ନେଫ୍ରିଡିଆ (ଚ) ଯକୃତ- ପିତ୍ତରସ

Comments

Popular posts from this blog

WELCOME