SCP(PHYSICAL SCIENCE) UNIT ONE

BACK
୧. ନିମ୍ନୋକ୍ତ ପ୍ରଶ୍ନର ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(କ) ଲେଡ୍ ନାଇଟ୍ରେଟ୍‌ର ଜଳୀୟ ଦ୍ରବଣ ଓ ପଟାସିୟମ୍ ଆୟୋଡାଇଡ୍‌ର ଜଳୀୟ ଦ୍ରବଣର ରାସାୟନିକ ପ୍ରତିକ୍ରିୟାରୁ ଉତ୍ପନ୍ନ ହଳଦିଆ ବର୍ଣ୍ଣର ପଦାର୍ଥର ସଙ୍କେତ କ’ଣ?
(କ) PbI2
(ଖ) FeSO4 କୁ ଉତ୍ତପ୍ତ କଲେ SO3 ଗ୍ୟାସ୍ ସହ ଅନ୍ୟ କେଉଁ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ ।
(ଖ) SO2
(ଗ) ଲିଟ୍‌ମସ୍ ଦ୍ରବଣରେ କ’ଣ ମିଶାଇ ଲାଲ୍ ଲିଟମସ୍ ଦ୍ରବଣ ପ୍ରସ୍ତୁତ କରାଯାଏ?
(ଗ) ଅମ୍ଳ
(ଘ) କେତେକ ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟାରେ ସୃଷ୍ଟି ହେଉଥିବା ଅଦ୍ରବଣୀୟ ପଦାର୍ଥକୁ କ’ଣ କୁହାଯାଏ?
(ଘ) ଅବକ୍ଷେପ
(ଙ) 2PbO + C(s) --------> 2Pb(s) + CO2(g) ପ୍ରତିକ୍ରିୟାରେ କେଉଁ ପଦାର୍ଥଟି ଜାରକ ଅଟେ?
(ଙ) PbO
୨. ଶୂନ୍ୟସ୍ଥାନ ପୂରଣ କର ।
(କ) ଉଦ୍ଭିଦ ଦ୍ରବ୍ୟର ବିଘଟନ ଏକ ............. ପ୍ରତିକ୍ରିୟା ।
(କ) ତାପଉତ୍ପାଦୀ
(ଖ) Na2CO3 ଏକ ..................... ଲବଣ ।
(ଖ) କ୍ଷାରୀୟ
(ଗ) ଲେଡ୍ ନାଇଟ୍ରେଟ ଚୂର୍ଣ୍ଣକୁ ଉତ୍ତପ୍ତ କଲେ ଉତ୍ପନ୍ନ ବାଦାମୀ ରଙ୍ଗର ଧୂମ ................... ଅଟେ ।
(ଗ) ନାଇଟ୍ରୋଜେନ ଡାଇଅକ୍‌ସାଇଡ୍ / NO2
(ଘ) ଜଳର ବିଦ୍ୟୁତ୍ ବିଶ୍ଳେଷଣ ବେଳେ କ୍ୟାଥୋଡ୍‌ଠାରେ ................... ଗ୍ୟାସ୍ ଉତ୍ପନ୍ନ ହୁଏ ।
(ଘ) ହାଇଡ୍ରୋଜେନ
(ଙ) H2S + Cl2 --------> S + 2HCl , ପ୍ରତିକ୍ରିୟାରେ ................ ବିଜାରକ ଅଟେ ।
(ଙ) H2S
୩. ଠିକ୍ ଉକ୍ତି ପାଇଁ (ଠିକ୍‌) ଓ ଭୁଲ୍ ଉକ୍ତି ପାଇଁ (ଭୁଲ୍‌) ଲେଖ ।
(କ) ଫେରସ୍ ସଲ୍‌ଫେଟ୍ ଦ୍ରବଣରେ ଏକ ତମ୍ବାପାତ୍ରକୁ କିଛି ସମୟ ବୁଡ଼ାଇଲେ ଦ୍ରବଣର ସବୁଜ ରଙ୍ଗରେ ପରିବର୍ତ୍ତନ ଘଟେ ।
(କ) F
(ଖ) 2MnO2 + 4HCl ------> 2MnCl2 + 2H2O+O2
(ଖ) F
(ଗ) ମିଥାଇଲ୍ ଅରେଞ୍ଜ ଦ୍ରବଣ ଅମ୍ଳୀୟ ଦ୍ରବଣ ସଂସ୍ପର୍ଶରେ ଆସିଲେ ଲାଲ ବର୍ଣ୍ଣ ଧାରଣ କରେ ।
(ଗ) T
(ଘ) ବେରିୟମ ହାଇଡ୍ରକ୍‌ସାଇଡ୍‌, ଏମୋନିୟମ୍ କ୍ଲୋରାଇଡ୍ ସହ ପ୍ରତିକ୍ରିୟା କଲେ ଦ୍ରବଣର ତାପମାତ୍ରା ହ୍ରାସ ପାଏ ।
(ଘ) T
(ଙ) ସମସ୍ତ ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟାଗୁଡ଼ିକରେ ଅବକ୍ଷେପ ସୃଷ୍ଟି ହୁଏ ।
(ଙ) F
୪. ‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମେଳ କର ।
କ’ ସ୍ତମ୍ଭ                       ‘ଖ’ ସ୍ତମ୍ଭ
CuSO4.5H2O             ହଳଦୀ
Ag2S                         କଳା
C6H12O6                  ନୀଳ
ଫେନଲଫ୍‌ଥାଲିନ୍             ବର୍ଣ୍ଣହୀନ
ପ୍ରାକୃତିକ ସୂଚକ               ଗ୍ଲୁକୋଜ୍
CuSO4.5H2O-ନୀଳ, Ag2S-କଳା, C6H12O6-ଗ୍ଲୁକୋଜ୍ ,ଫେନଲଫ୍‌ଥାଲିନ୍‌-ବର୍ଣ୍ଣହୀନ, ପ୍ରାକୃତିକ ସୂଚକ-ହଳଦୀ
୫. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଦର୍ଶାଅ ।
(କ) ଚୂନପାଣିରେ କାନ୍ଥ ଧଉଳାଇବାର କିଛି ସମୟ ପରେ କାହିଁକି କାନ୍ଥ ଧଳା ଦେଖାଯାଏ?
(କ) ଚୂନପାଣି ବାୟୁରେ ଥିବା କାର୍ବନ୍ ଡାଇଅକ୍‌ସାଇଡ୍ ସହ ଧୀରେଧୀରେ ପ୍ରତିକ୍ରିୟା କରି କାନ୍ଥ ଉପରେ କ୍ୟାଲସିୟମ୍ କାର୍ବୋନେଟ୍‌ର ଏକ ପତଳା ଧଳା ଆସ୍ତରଣ ସୃଷ୍ଟି କରୁଥିବାରୁ କିଛି ସମୟ ପରେ କାନ୍ଥ ଧଳା ଦେଖାଯାଏ ।
(ଖ) ଦସ୍ତା ଲଘୁ ଲବଣାମ୍ଳ ସହ ପ୍ରତିକ୍ରିୟା କଲା ବେଳେ H2 ଗ୍ୟାସ୍ ଉତ୍ପନ୍ନ ହୁଏ, କିନ୍ତୁ ତମ୍ବା କ୍ଷେତ୍ରରେ କାହିଁକି H2 ଗ୍ୟାସ୍ ଉତ୍ପନ୍ନ ହୁଏ ନାହିଁ, ବୁଝାଅ ।
(ଖ) ପ୍ରତିକ୍ରିୟାଶୀଳତାର କ୍ରମରେ ଦସ୍ତା, ହାଇଡ୍ରୋଜେନ୍ ଉପରେ ଥିବା ବେଳେ ତମ୍ବା ହାଇଡ୍ରୋଜେନ୍ ତଳେ ଥାଏ ସେଥିାଇଁ ଦସ୍ତା ହାଇଡ୍ରୋଜେନ୍‌ଠାରୁ ଅଧିକ ପ୍ରତିକ୍ରିୟାଶୀଳ ଓ ତମ୍ବା H2 ଠାରୁ କମ୍ ପ୍ରତିକ୍ରିୟାଶୀଳ ହୋଇଥିବାରୁ Cuକୁ HClରେ ପକାଇଲେ H2 ନିର୍ଗତ ହୁଏ ନାହିଁ ।
(ଗ) ବେରିୟମ୍ କ୍ଲୋରାଇଡ୍ ଦ୍ରବଣ ଓ ସୋଡିୟମ୍ ସଲଫାଇଟ୍ ଦ୍ରବଣ ମଧ୍ୟରେ ହେଉଥିବା ରାସାୟନିକ ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ମାଧ୍ୟମରେ ସୂଚାଅ ।
(ଗ) BaCl2 (aq)+Na2SO3 (aq) --------> BaSO3 (s) + 2NaCl (aq)
(ଘ) ଏଲୁମିନିୟମ୍ ଚାଦରର ସହଜରେ ସଂକ୍ଷାରଣ ନ ହେବାର କାରଣ କ’ଣ?
(ଘ) ଏଲୁମିନିୟମ୍ ଚାଦର ବାୟୁ ସଂସ୍ପର୍ଶରେ ଆସିବା ଫଳରେ ତା’ ଉପରେ ଏଲୁମିନିୟମ୍ ଅକ୍‌ସାଇଡ୍‌ର ଏକ ଆସ୍ତରଣ ସୃଷ୍ଟି ହୋଇଯାଏ । ଫଳରେ ସହଜରେ ଏହାର ସଂକ୍ଷାରଣ ହୁଏ ନାହିଁ ।

(ଙ) ସମତୁଲ ରାସାୟନିକ ସମୀକରଣ କହିଲେ ମୁଖ୍ୟତଃ କ’ଣ ବୁଝାଏ?
(ଙ) ଯେଉଁ ରାସାୟନିକ ସମୀକରଣରେ ବାମପାଶ୍ୱର୍ ଓ ଦକ୍ଷିଣ ପାଶ୍ୱର୍ରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସମାନ ଥାଏ, ତାହାକୁ ସମତୁଲ ରାସାୟନିକ ସମୀକରଣ କୁହାଯାଏ ।

Comments

Popular posts from this blog

WELCOME