SCP(PHYSICAL SCIENCE) UNIT TWO SUBJECTIVE
BACK
div class="MsoNormal" style="line-height: normal; margin-bottom: .0001pt; margin-bottom: 0cm; mso-layout-grid-align: none; text-autospace: none;">
୪. କପର
ଧାତୁପିଣ୍ଡ CU2Sରୁ କିପରି ନିଷ୍କାସନ କରାଯାଏ
ସଂକ୍ଷେପରେ ଲେଖ ।
୨ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
୧. ‘ରୋଷ୍ଟିଂ’ ଓ କାଲ୍ସିନେସନ୍ ମଧ୍ୟରେ ଦୁଇଟି
ପ୍ରଭେଦ ଦର୍ଶାଅ ।
୧. ରୋଷ୍ଟିଂ: (କ) ସଲ୍ଫାଇଡ୍ ଧାତୁପିଣ୍ଡକୁ ଅକ୍ସାଇଡ୍ରେ ପରିଣତ କରିବା ପାଇଁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧିକ ଉତ୍ତପ୍ତ କରିବା ପ୍ରଣାଳୀକୁ ରୋଷ୍ଟିଂ କୁହାଯାଏ ।
(ଖ) ରୋଷ୍ଟିଂ ପଦ୍ଧତିରେ SO2 ଗ୍ୟାସ୍ ନିର୍ଗତ ହୋଇଥାଏ ।
କାଲ୍ସିନେସନ୍: (କ) ସୀମିତ ପରିମାଣ ବାୟୁରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍ସାଇଡ୍ରେ ପରିଣତ କରିବା ପଦ୍ଧତିକୁ କାଲ୍ସିନେସନ୍ କୁହାଯାଏ ।
(ଖ) କାଲ୍ସିନେସନ୍ ପଦ୍ଧତିରେ CO2 ଗ୍ୟାସ୍ ନିର୍ଗତ ହୋଇଥାଏ ।
୨. HClର
ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରୁଥିବା ବେଳେ C2H5OHର ଜଳୀୟ ଦ୍ରବଣ
କାହିଁକି ବିଦ୍ୟୁତ୍ ପରିବହନ କରେ ନାହିଁ ।
୨. (କ) HCl ତା’ର ଜଳୀୟ ଦ୍ରବଣରେ ବିଯୋଜିତ ହୋଇ H+ ଆୟନ ଓ OH- ଆୟନ ସୃଷ୍ଟି କରେ । ଦ୍ରବଣରେ ଏହି ଆୟନର ଉପସ୍ଥିତି ଯୋଗୁଁ HClର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରେ । HCl(aq) -----------> H+(aq)+ Cl–(aq)
(ଖ) C2H5OH ତା’ର ଜଳୀୟ ଦ୍ରବଣରେ କୌଣସି ଆୟନ ସୃଷ୍ଟି କରେ ନାହିଁ । ସେଥିପାଇଁ C2H5OH ର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରେ ନାହିଁ ।
୩. ପ୍ଲାଷ୍ଟର
ଅଫ୍ ପ୍ୟାରିସ୍କୁ ଖୋଲାପାତ୍ରରେ ରଖିବା ଉଚିତ୍ ନୁହେଁ । ରାସାୟନିକ ସମୀକରଣ ସହ ବୁଝାଅ ।
୩. ପ୍ଲାଷ୍ଟର ଅଫ୍ ପ୍ୟାରିସ୍କୁ ଖୋଲାପାତ୍ରରେ ରଖିଲେ ତାହା ଯଦି ଆର୍ଦ୍ର ବାୟୁ କିମ୍ବା ଜଳ ସଂସ୍ପର୍ଶରେ ଆସେ ତେବେ କଠିନ ଜିପ୍ସମ୍ରେ ପରିଣତ ହୋଇ ନିଜର ଦ୍ରବ୍ୟ ଗୁଣ ହରାଏ । ସେଥିପାଇଁ ତାହାକୁ ସର୍ବଦା ନିବୁଜ କରି ରଖାଯାଏ । CaSO2. H2O + H2O --------> CaSO4 .2H2O
୪. କପର ଧାତୁପିଣ୍ଡରୁ ପ୍ରଥମେ ଅପଦ୍ରବକୁ ପୃଥକ କଲା ପରେ CU2Sକୁ ବାୟୁର ଉପସ୍ଥିତିରେ ଅଧିକ ଉତ୍ତପ୍ତ କଲେ ପ୍ରଥମେ କପର ଅକ୍ସାଇଡ୍ ମିଳିଥାଏ ଏବଂ ପରେ Cu ଧାତୁ ମିଳିଥାଏ । 2Cu2S(କପର ଗ୍ଲାନ୍ସ) + 3O2(g)--- ତାପ ----> 2Cu2O(s) (କ୍ୟୁପ୍ରାଇଟ୍)+2SO2(g) ,
2Cu2O + Cu2S(g)-------> 6Cu(s)+SO2(g)
୩ ମାର୍କ
ସମ୍ବଳିତ ପ୍ରଶ୍ନୋତ୍ତର
୧. MgCl2 ଏକ କି ପ୍ରକାର ଯୌଗିକ?
ଇଲେକ୍ଟ୍ରନ୍ର
ସ୍ଥାନାନ୍ତରଣ ଯୋଗୁଁ ଏହା କିପରି ଗଠିତ ହୁଏ ଦର୍ଶାଅ ।
୧. ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ (MgCl2) ଏକ ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ ବା ଆୟନିକ୍ ଯୌଗିକ । ମ୍ୟାଗ୍ନେସିୟମ(Mg)ର ଇଲେକ୍ଟ୍ରନ୍ ସଂରଚନା = ୨, ୮, ୨ ଏବଂ କ୍ଲୋରିନ୍ (Cl)ର ଇଲେକ୍ଟ୍ରନ ସଂରଚନା = ୨,୮,୭ । ମ୍ୟାଗ୍ନେସିୟମ୍ ଦୁଇଟି ଇଲେକ୍ଟ୍ରନ ତ୍ୟାଗ କରି Neର ସଂରଚନା ଧାରଣ କରିବାକୁ ଚାହେଁ । ଠିକ୍ ସେହିରି Cl ଗୋଟିଏ ଇଲେକ୍ଟ୍ରନ ଗ୍ରହଣ କରି Arର ସଂରଚନା ଧାରଣ କରିବାକୁ ଚାହେଁ । ସେଥିପାଇଁ MgCl2ରେ ଇଲେକ୍ଟ୍ରନ୍ର ସ୍ଥାନାନ୍ତର ଯୋଗୁଁ ଆୟନିକ୍ ବନ୍ଧ ଗଠିତ ହୋଇଥାଏ ।
Mg (2,8,2)---------> Mg2+(2,8) + 2e–
Cl(2,8,7) + e– -------------> Cl–(2,8,8)
୨. ବ୍ଲିଚିଂ
ପାଉଡର କିପରି ପ୍ରସ୍ତୁତ ହୁଏ ରାସାୟନିକ ସମୀକରଣ ସହ ଲେଖି ଏହାର ୪ଟି ବ୍ୟବହାର ଲେଖ ।
୨. ଶୁଷ୍କ ଶମିତ ଚୂନ [Ca(OH)2] ସହିତ କ୍ଲୋରିନ୍ର ରାସାୟନିକ ପ୍ରତିକ୍ରିୟା ଘଟି ବ୍ଲିଚିଂ ପାଉଡର ଉତ୍ପନ୍ନ ହୁଏ ।
Ca(OH)2 + Cl2 -----------> CaOCl2+ H2O
ବ୍ୟବହାର: (କ) ବୟନ ଶିଳ୍ପରେ କପାସୂତା ଓ ଶୀତବସ୍ତ୍ରକୁ, କାଗଜ କଳରେ କାଠ ମଣ୍ଡକୁ ଏବଂ ଲଣ୍ଡ୍ରୀରେ ସଫାଲୁଗାକୁ ବିରଂଜନ କରିବା ପାଇଁ ବ୍ଲିଚିଂ ପାଉଡର ବ୍ୟବହାର କରାଯାଏ ।
(ଖ) ବିଭିନ୍ନ ରାସାୟନିକ ଶିଳ୍ପରେ ଜାରକ ରୂପେ ବ୍ୟବହାର କରାଯାଏ ।
(ଗ) ପାନୀୟ ଜଳକୁ ଜୀବାଣୁ ମୁକ୍ତ କରିବା ପାଇଁ ବ୍ୟବହାର କରାଯାଏ ।
(ଘ) କ୍ଲୋରୋଫର୍ମ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ ।
୩. ନାମାଙ୍କିତ
ଚିତ୍ର ସହ ଅଶୋଧିତ କପର ଧାତୁରୁ କିପରି ବିଶୁଦ୍ଧ କପର ମିଳେ ବୁଝାଅ ।
୩. ବୈଦ୍ୟୁତିକ ବିଶୋଧନ ପଦ୍ଧତିରେ ଅଶୋଧିତ କପର ଧାତୁକୁ ଏନୋଡ୍ ଏବଂ ଶୁଦ୍ଧ କପର ଧାତୁର ଏକ ପତଳା ପାତକୁ କ୍ୟାଥୋଡ୍ ରୂପେ ନିଆଯାଏ । ଅମ୍ଳୀକୃତ କପର ସଲଫେଟକୁ ବିଦ୍ୟୁତ୍ ବିଶ୍ଳେଷ୍ୟ ରୂପେ ନେଇ ସେଥିରେ ବିଦ୍ୟୁତ୍ ସ୍ରୋତ ପ୍ରବାହ କରିବା ଦ୍ୱାରା ଏନୋଡ୍ରେ ଥିବା ବିଶୁଦ୍ଧ ଧାତୁ ବିଦ୍ୟୁତ୍ ବିଶ୍ଳେଷ୍ୟରେ ଦ୍ରବିଭୂତ ହୋଇଥାଏ ଏବଂ ସମପରିମାଣର ବିଶୁଦ୍ଧ ଧାତୁ କ୍ୟାଥୋଡ୍ରେ ଜମା ହୁଏ । ଅଦ୍ରବଣୀୟ ଅପଦ୍ରବ ସବୁ ଏନୋଡ୍ ତଳେ ଜମା ହୋଇଥାଏ, ଯାହାକୁ ଏନୋଡ୍ କର୍ଦ୍ଦମ କୁହାଯାଏ ।
ଏନୋଡ୍ : Cu(s) (ଅଶୋଧିତ) ------------>Cu2+(aq) + 2e–, କ୍ୟାଥୋଡ୍ : Cu2+ + 2e–----------->Cu (ବିଶୁଦ୍ଧ ଧାତୁ)
ଏନୋଡ୍ : Cu(s) (ଅଶୋଧିତ) ------------>Cu2+(aq) + 2e–, କ୍ୟାଥୋଡ୍ : Cu2+ + 2e–----------->Cu (ବିଶୁଦ୍ଧ ଧାତୁ)
୪ ମାର୍କ
ସମ୍ବଳିତ ପ୍ରଶ୍ନୋତ୍ତର
୧. ତିନୋଟି
ଧାତୁ X, Y, Z ଯଥାକ୍ରମେ
ଥଣ୍ଡାପାଣି, ଗରମପାଣି
ଏବଂ ବାମ୍ଫ ସହ ରାସାୟନିକ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି ଏବଂ
ଅନ୍ୟ ଏକ ଧାତୁ Q କୌଣସିଟି ସହ ପ୍ରତିକ୍ରିୟା କରେ ନାହିଁ । ରାସାୟନିକ
ସମୀକରଣ ସହ ପ୍ରତିକ୍ରିୟାଗୁଡ଼ିକୁ ଉଲ୍ଲେଖ କରି ସେମାନଙ୍କ ପ୍ରତିକ୍ରିୟାଶୀଳତାର କ୍ରମଟି ଲେଖ ।
୧. ଧାତୁ ‘X’ ଥଣ୍ଡା ପାଣି ସହ ପ୍ରତିକ୍ରିୟା କରୁଥିବାରୁ ତାହା K କିମ୍ବା Na ଅଟେ ।
2K(s)+2H2O(l)( ଥଣ୍ଡା ଜଳ) ----->2KOH(aq) + H2 (g)+ ତାପ
ଧାତୁ ‘Y’ ଗରମ ପାଣି ସହ ପ୍ରତିକ୍ରିୟା କରୁଥିବାରୁ ଏହା Mg ଅଟେ ।
Mg +2H2O(l) (ଗରମ ଜଳ) -------------->Mg(OH)2 + H2 ,
ଏଲୁମିନିୟମ୍, ଲୌହ ଓ ଜିଙ୍କ୍ ଆଦି ‘Z’ ଧାତୁ ଥଣ୍ଡା ଜଳ କିମ୍ବା ଗରମ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ । ଏଗୁଡ଼ିକ ବାମ୍ଫ ସହ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ୍ ଓ ଉଦ୍ଜାନ ସୃଷ୍ଟି କରନ୍ତି । 2Al(s) + 3H2O(g) (ବାମ୍ଫ) --------> Al2O3(s) + 3H2 (g)
ଏହାଛଡ଼ା ଲେଡ୍, ତମ୍ବା, ରୂପା ଏବଂ ସୁନା ଆଦି ‘Q’ ଧାତୁ ଥଣ୍ଡା ଜଳ, ଗରମ ଜଳ କିମ୍ବା ବାମ୍ଫ ସହ ପ୍ରତିକ୍ରିୟା କରନ୍ତି ନାହିଁ ।
ତେଣୁ ପ୍ରତିକ୍ରିୟାଶୀଳତାର କ୍ରମ X > Y > Z > Q ଅଟେ ।
୨. ଲୁହାରେ
କଳଙ୍କି କହିଲେ କ’ଣ ବୁଝ? ଲୁହାରେ କଳଙ୍କି ଲାଗିବା ପାଇଁ ଜଳ ଓ ବାୟୁ ଉଭୟ
ଆବଶ୍ୟକ ବୋଲି ଏକ ପରୀକ୍ଷା ଦ୍ୱାରା ପ୍ରମାଣ କର ।
୨. ଲୁହା ଆର୍ଦ୍ର ବାୟୁରେ ଅଧିକ ସମୟ ରହିଗଲେ ଏହା ଉପରେ ଏକ ବାଦାମୀ ରଙ୍ଗର ପତଳା ଆଚ୍ଛାଦନ ସୃଷ୍ଟି ହୁଏ । ଏହାକୁ କଳଙ୍କି କୁହାଯାଏ ।
ପରୀକ୍ଷା : (କ) ଚିତ୍ରରେ ପ୍ରଦର୍ଶୀତ ହେଲା ଭଳି ତିନୋଟି ପରୀକ୍ଷା ନଳୀ (A, B, C) ନେଇ ପ୍ରତ୍ୟେକରେ ଏକ ପରିଷ୍କୃତ ଲୁହା କଣ୍ଟା ରଖାଯାଉ । (ଖ) A ନଳୀରେ କିଛି ଜଳ ଢାଳି କର୍କ ଦ୍ୱାରା ବନ୍ଦ କରାଯାଉ । (ଗ) B ନଳୀରେ କିଛି ଫୁଟା ହୋଇଥିବା ପାତିତ ଜଳ ନିଆଯାଉ ଯେପରି ଲୁହା କଣ୍ଟାଟି ବୁଡ଼ି ରହିବ । ଏଥିରେ ୧ ମିଲି.ଲି. ତେଲ ନେଇ କର୍କ ଦ୍ୱାରା ବନ୍ଦ କରାଯାଉ । ଫଳରେ ବାୟୁ ଜଳରେ ଦ୍ରବୀଭୁତ ହୋଇପାରିବ ନାହିଁ । (ଘ) C ନଳୀରେ କିଛି ନିର୍ଜଳୀୟ କ୍ୟାଲ୍ସିୟମ୍ କ୍ଲୋରାଇଡ୍ ନେଇ କର୍କ ଦ୍ୱାରା ପରୀକ୍ଷା ନଳୀକୁ ବନ୍ଦ କରାଯାଉ ଏବଂ ନଳୀ ତିନୋଟିକୁ କିଛି ଦିନ ରଖିଦିଆଯାଉ । ପର୍ଯ୍ୟବେକ୍ଷଣ ଓ ସିଦ୍ଧାନ୍ତ : A ନଳୀରେ ଉଭୟ ବାୟୁ ଓ ଜଳ ଲୁହାକଣ୍ଟା ସଂସ୍ପର୍ଶରେ ଆସିଥିବାରୁ ସେଥିରେ କଳଙ୍କି ଲାଗିଛି । B ନଳୀରେ କେବଳ ଜଳ, ଲୁହାକଣ୍ଟା ସଂସ୍ପର୍ଶରେ ଆସିଥିବାରୁ ସେଥିରେ କଳଙ୍କି ଲାଗି ନାହିଁ । C ନଳୀରେ କେବଳ ବାୟୁ ଲୁହାକଣ୍ଟା ସଂସ୍ପର୍ଶରେ ଆସିଥିବାରୁ ସେଥିରେ ମଧ୍ୟ କଳଙ୍କି ଲାଗି ନାହିଁ । ଏଥିରୁ ପ୍ରମାଣିତ ହେଉଅଛି ଯେ, ଲୁହାରେ କଳଙ୍କି ଲାଗିବା ପାଇଁ ଜଳ ଓ ବାୟୁ ଉଭୟ ଆବଶ୍ୟକ । 4Fe +3O2 + 2xH2O --------> 2Fe2O3.xH2O (କଳଙ୍କି)

Comments
Post a Comment