SCP(PHYSICAL SCIENCE) UNIT TWO

BACK
୧. ନିମ୍ନୋକ୍ତ ପ୍ରଶ୍ନର ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(କ) ସୋଡ଼ାଅମ୍ଳ ନିଆଁଲିଭା ଯନ୍ତ୍ରରେ ବ୍ୟବହୃତ ହେଉଥିବା ଲବଣର ସଙ୍କେତ କ’ଣ?
(କ) NaHCO3
(ଖ) କ୍ଷାରୀୟ ଦ୍ରବଣରେ ଫିନ୍‌ଲଫ୍‌ଥାଲିନ୍‌ର ବର୍ଣ୍ଣ କିପରି ହେବ?
(ଖ) ଗୋଲାପୀ (Pink)
(ଗ) କେଉଁ ରାସାୟନିକ ପଦ୍ଧତିରେ କାର୍ବୋନେଟ୍ ଧାତୁପିଣ୍ଡକୁ ଧାତବ ଅକ୍‌ସାଇଡ୍‌ରେ ପରିଣତ କରାଯାଏ?
(ଗ) କାଲସିନେସନ୍
(ଘ) କେଉଁ ଧାତୁଟି ଉଭୟ ବ୍ରୋଞ୍ଜ ଓ ସୋଲଡରରେ ଥାଏ?
(ଘ) ଟିଣ(Sn)
(ଙ) ଜିଙ୍କ୍ ଧାତୁର ବୈଦ୍ୟୁତିକ ଶୋଧନ ପାଇଁ ବିଦ୍ୟୁତ୍ ବିଶ୍ଳେଷ୍ୟ ରୂପେ କାହାକୁ ନିଆଯାଏ?
(ଙ) ଅମ୍ଳୀକୃତ ଜିଙ୍କ ଲବଣ
୨. ଶୂନ୍ୟସ୍ଥାନ ପୂରଣ କର ।
(କ) ଇଥାନୋଇକ୍ ଏସିଡ୍‌କୁ ............ ଏସିଡ୍ ମଧ୍ୟ କୁହାଯାଏ ।
(କ) ଏସିଟିକ୍ ଏସିଡ୍
(ଖ) କପରର ଧାତୁପିଣ୍ଡର ସଂକେତ ............... ଅଟେ ।
(ଖ) Cu2S
(ଗ) କ୍ଲୋରୋଫର୍ମ, କ୍ୟାଲସିୟମ୍ କ୍ଲୋରାଇଡ୍ ଓ ମିଥେନ୍ ମଧ୍ୟରୁ ....................ର ଗଳନାଙ୍କ ଅଧିକ ।
(ଗ) କ୍ୟାଲସିୟମ୍ କ୍ଲୋରାଇଡ୍
(ଘ) NaCl ଅଣୁ ଗଠନ ବେଳେ Cl ପରମାଣୁ ଗୋଟିଏ ଇଲେକ୍‌ଟ୍ରନ୍ ଗ୍ରହଣ କରି ................... ପରମାଣୁର ଇଲେକ୍‌ଟ୍ରନ୍ ସଂରଚନା ଧାରଣ କରିବାକୁ ଚାହେଁ ।
(ଘ) ଆର୍ଗନ (Ar)
(ଙ) Mn, Zn, Al ଓ Na ମଧ୍ୟରୁ ................ ଅତି ଲଘୁ ନାଇଟ୍ରିକ ଏସିଡ୍ ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ କରେ ।
(ଙ) Mn
୩. ଠିକ୍ ଉକ୍ତି ପାଇଁ (ଠିକ୍‌) ଓ ଭୁଲ୍ ଉକ୍ତି ପାଇଁ (ଭୁଲ୍‌) ଲେଖ ।
(କ) Na2CO3 ଲବଣର pH > 7 ।
(କ) T
(ଖ) କ୍ୟାଲସିୟମ୍ କାର୍ବୋନେଟ୍ ଲଘୁ ଲବଣାମ୍ଳ ସହ ପ୍ରତିକ୍ରିୟା କରି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି କରେ ।
(ଖ) T
(ଗ) ଏନୋଡାଇଜିଙ୍ଗ୍ ପ୍ରଣାଳୀରେ ଏଲୁମିନିୟମ୍ ଉପରେ Al2O3ର ଏକ ମୋଟା ପ୍ରଲେପ ଦିଆଯାଏ ।
(ଗ) T
(ଘ) ସୀସା ଓ ସୁନା ପ୍ରକୃତିରୁ ମୁକ୍ତ ଅବସ୍ଥାରେ ମିଳିଥାନ୍ତି ।
(ଘ) F
(ଙ) ଏଲୁମିନିୟମ୍ ଅକ୍‌ସାଇଡ୍‌ରୁ ଏଲୁମିନିୟମ୍ ପାଇବା ପାଇଁ କାର୍ବନ ବିଜାରଣ ପଦ୍ଧତି ଅବଲମ୍ବନ କରାଯାଏ ।
(ଙ) F
୪. ‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମେଳ କର ।
 ‘କ’ ସ୍ତମ୍ଭ                           ‘ଖ’ ସ୍ତମ୍ଭ
ଲୁହାର କଳଙ୍କି                    ସଲ୍‌ଫାଇଡ୍ ଧାତୁ ପିଣ୍ଡ
Na2O                            କ୍ଷାରୀୟ
SO2                               ଅକ୍‌ସାଇଡ୍ ଧାତୁପିଣ୍ଡ
ଏଲୁମିନିୟମ୍                      Fe2O3.xH2O
ପାରଦ                             ଅମ୍ଳୀୟ
ଲୁହାର କଳଙ୍କି-Fe2O3.xH2O, Na2O-କ୍ଷାରୀୟ, SO2-ଅମ୍ଳୀୟ ,ଏଲୁମିନିୟମ୍ ଅକ୍‌ସାଇଡ୍-ଧାତୁପିଣ୍ଡ ପାରଦ- ସଲ୍‌ଫାଇଡ୍ ଧାତୁପିଣ୍ଡ
୫. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଦର୍ଶାଅ ।
(କ) ଜିପ୍‌ସମ୍‌କୁ 373K ତାପମାତ୍ରାରେ ଉତ୍ତପ୍ତ କଲେ ହେଉଥିବା ରାସାୟନିକ ପ୍ରତିକ୍ରିୟାକୁ ଏକ ରାସାୟନିକ ସମୀକରଣ ମାଧ୍ୟମରେ ଦର୍ଶାଅ ।
(କ) CaSO2 .2H2O --------> CaSO4 . H2O + H2O
(ଖ) ସ୍ଫଟିକ ଜଳ ଅଣୁ କାହାକୁ କହନ୍ତି?
(ଖ) କୌଣସି ଲବଣର ସ୍ଫଟିକ ଅଣୁରେ ଥିବା ଜଳ ଅଣୁକୁ ଉକ୍ତ ଲବଣର ସ୍ଫଟିକ ଜଳ ଅଣୁ କୁହାଯାଏ । ଯଥା - କପର ସଲ୍‌ଫେଟ୍ ସ୍ଫଟିକ (CaSO4.5H2O)ରେ ୫ଟି ସ୍ଫଟିକ ଜଳ ଅଣୁ ଥାଏ ।
(ଗ) ଏଲୁମିନିୟମ୍ ଏକ ଉଚ୍ଚ ପ୍ରତିକ୍ରିୟାଶୀଳ ଧାତୁ ହେଲେ ମଧ୍ୟ ଏହାକୁ କାହିଁକି ରୋଷେଇ ବାସନକୁସନ ତିଆରିରେ ବ୍ୟବହାର କରାଯାଏ ।
(ଗ) ଏଲୁମିନିୟମ୍ ଧାତୁ ତାପର ସୁପରିବାହୀ । ଏହାଛଡ଼ା କିଛି ଦିନ ମଧ୍ୟରେ ଏହା ବାୟୁ ସଂସ୍ପର୍ଶରେ ଆସିଲେ ଏହା ଉପରେ ଏଲୁମିନିୟମ୍ ଅକ୍‌ସାଇଡ୍‌ର ଏକ କ୍ଷୟରୋଧି ପ୍ରଲେପ ସୃଷ୍ଟି ହୋଇଥାଏ । ସେଥିପାଇଁ ଏଥିରେ ରୋଷେଇ ବାସନ ତିଆରି କରାଯାଇଥାଏ ।
(ଘ) ରୂପା ଅଳଙ୍କାର କିଛି ଦିନ ବ୍ୟବହାର କଲାପରେ କଳା ପଡ଼ୁଥିବା ବେଳେ ସୁନା ଅଳଙ୍କାର କାହିଁକି କଳା ପଡ଼େ ନାହିଁ?
(ଘ) ରୁପା ଅଳଙ୍କାର କିଛି ଦିନ ବାୟୁ ସଂସ୍ପର୍ଶରେ ଆସିଲେ ବାୟୁରେ ଥିବା ସଲଫର ରୂପା ସହ ରାସାୟନିକ ପ୍ରତିକ୍ରିୟା କରି ତା ଉପରେ କଳା ରଙ୍ଗର ସିଲ୍‌ଭର୍ ସଲଫାଇଡ୍‌ର ଏକ ଆବରଣ ସୃଷ୍ଟି କରେ । କିନ୍ତୁ ସୁନା ଏହି ପ୍ରତିକ୍ରିୟା କରେ ନାହିଁ ।
(ଙ) AL2O3ରୁ ଏଲୁମିନିୟମ୍ ଧାତୁ ପାଇବା ପାଇଁ କାହିଁକି କାର୍ବନ ବିଜାରଣ ପଦ୍ଧତି ପ୍ରୟୋଗ କରାଯାଏ ନାହିଁ?
(ଙ) Al2O3ରେ ଏଲୁମିନିୟମ୍‌ର ଅକ୍‌ସିଜେନ୍ ପ୍ରତି କାର୍ବନ ଅପେକ୍ଷା ରାସାୟନିକ ଆକର୍ଷଣ ଅଧିକ । ସେଥିପାଇଁ କାର୍ବନ Al2O3କୁ ବିଜାରଣ କରିପାରେ ନାହିଁ । ଫଳରେ ବୈଦ୍ୟୁତିକ ବିଜାରଣ ପଦ୍ଧତିରେ Al2O3ରୁ Al ଧାତୁ ନିଷ୍କାସନ କରାଯାଏ ।

Comments

Popular posts from this blog

WELCOME