TLS(SANSKRIT) UNIT ONE SUBJECTIVE
BACK
१.मातृभाषया प्रायेशः वाक्यत्रयेण उत्तरं
लिखत (गद्यभागात्)
(क) नैतत् न्याय्यम् इति गुरोः कथनस्य कः अभिप्रायः?
(କ) ସୁଶିଷ୍ୟ ଉପମନ୍ୟୁ ପ୍ରଥମ ଭିକ୍ଷା ଲବ୍ଧ ଦ୍ରବ୍ୟ ଗୁରୁଙ୍କୁ ଅର୍ପଣ କଲା ପରେ ଦ୍ୱିତୀୟ ବାର ଭିକ୍ଷା ବୃତ୍ତି କରି ଜୀବିକା ନିର୍ବାହ କରୁଥିଲେ । ଗୁରୁ ଧୌମ୍ୟ ଏହା ଜାଣିଲା ପରେ କହିଲେ- ଦ୍ୱିତୀୟ ବାର ଭିକ୍ଷା ଗ୍ରହଣ ନ୍ୟାୟସଙ୍ଗତ ନୁହେଁ । କାରଣ ଏହା ଜଣେ ବ୍ରହ୍ମଚାରୀର ଆଚରଣ ବିରୁଦ୍ଧ କାର୍ଯ୍ୟ ଅଟେ । ତା’ ବ୍ୟତୀତ ଏହାଦ୍ୱାରା ଅନ୍ୟ ଭିକ୍ଷାଶୀମାନଙ୍କର ବୃତ୍ତିରେ ବାଧା ସୃଷ୍ଟି ହେବ । ଏହା ହିଁ ଗୁରୁଙ୍କ ଉକ୍ତିର ଅଭ୍ରିପାୟ ଥିଲା ।
(ख) कथम् उपमन्युः दृष्टिहीनः सन् कूपे अपतत्?
(ଖ) ଗୁରୁଙ୍କ ନିର୍ଦ୍ଦେଶରେ ଗୋଚାରଣ କାର୍ଯ୍ୟରେ ନିଯୁକ୍ତ ଉପମନ୍ୟୁ ଆହାର ବୃତ୍ତି ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କଲେ ଗୁରୁ ତାଙ୍କୁ ସବୁଥିରୁ ବାରଣ କଲେ । ଦିନେ କ୍ଷୁଧାତୁର ହୋଇ ସେ ଅରଣ୍ୟରେ ଅର୍କତ୍ରଗୁଡ଼ିଏ ଭକ୍ଷଣ କରି ତାର ପ୍ରଭାବରୁ ଅନ୍ଧ ହୋଇଗଲେ ଏବଂ ଏହି ଦୃଷ୍ଟିହୀନ ଅବସ୍ଥାରେ ଯାଉଯାଉ ଏକ କୂପ ମଧ୍ୟରେ ପଡ଼ିଗଲେ ।
(ग) केन भावेन उपमन्युः चक्षुष्मान् अभवत्?
(ଗ) ଦୃଷ୍ଟିହୀନ ଉପମନ୍ୟୁ ଗୁରୁଙ୍କ ପରାମର୍ଶ କ୍ରମେ ଦେବ ବୈଦ୍ୟ ଅଶ୍ୱିନୀ କୁମାରଙ୍କୁ ଆରାଧନା କଲେ । ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ଦେବବୈଦ୍ୟଦ୍ୱୟ ସେଠାରେ ଉପସ୍ଥିତ ହୋଇ ଏକ ପିଷ୍ଟକ ଭୋଜନ କରିବାକୁ ପ୍ରଦାନ କଲେ । ମାତ୍ର ଗୁରୁଙ୍କୁ ସମର୍ପଣ ନ କରି ସେ ଏହା ଭକ୍ଷଣ କରିବେ ନାହିଁ ବୋଲି କହିବାରୁ ତାଙ୍କ ଅପୂର୍ବ ଗୁରୁଭକ୍ତିରେ ପ୍ରସନ୍ନ ହୋଇ ଅଶ୍ୱିନୀକୁମାରଦ୍ୱୟ ତାଙ୍କୁ ଚକ୍ଷୁଷ୍ମାନ କରିଦେଲେ ।
(घ) प्रीतिमान् उपाध्यायः उपमन्युं किम् अवदत्?
(ଘ) ଉପମନ୍ୟୁଙ୍କ ଗୁରୁଭକ୍ତିରେ ପ୍ରୀତ ହୋଇ ଗୁରୁ ଧୌମ୍ୟ ତାଙ୍କୁ ଆଶୀର୍ବାଦ କରି କହିଲେ- ବତ୍ସ! ଅଶ୍ୱିନୀ କୁମାର ଯାହା କହିଲେ ତୁମର ସେହିରି କଲ୍ୟାଣ ହେବ । ସମସ୍ତ ବେଦ ଓ ଧର୍ମଶାସ୍ତ୍ରରେ ତୁମେ ପାରଦର୍ଶିତା ଲାଭ କରିବ ଏବଂ ତୁମେ ସର୍ବଶାସ୍ତ୍ରଜ୍ଞ ହେବ । ଏହିରି ଆଶୀର୍ବଚନ ଗୁରୁ ପ୍ରଦାନ କରିଥିଲେ ।
२. निजभाषया प्रायशः वाक्यत्रयेण उत्तरं
लिखत।(पद्य भागात् )
(क) वेपमाना सीता कीदृशं पतिम् अपश्यत्?
(କ) ରଜନୀ ପ୍ରଭାତ ହେଲେ ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହେବ । ଏହି ଅପୂର୍ବ ଦୃଶ୍ୟ ଅବଲୋକନ କରିବାର ସ୍ୱପ୍ନରେ ସମଗ୍ର ଅଯୋଧ୍ୟାବାସୀ ଆନନ୍ଦ ବିଭୋର । ସେଥିାଇଁ ଦେବୀ ସୀତା ମଧ୍ୟ ଏହି କାର୍ଯ୍ୟର ସଫଳ ରୂାୟନ ନିମନ୍ତେ ତତ୍ପର ହୋଇପଡ଼ିଛନ୍ତି ମାତ୍ର ହଠାତ୍ ସେ ସ୍ତବ୍ଧ ହୋଇଗଲେ । ତାଙ୍କ ହୃଦୟ ଅଜଣା ବିଦର ଆଶଙ୍କାରେ ଥରିଉଠିଲା । ସେ ଦେଖିଲେ ପ୍ରଭୁ ରାମଚନ୍ଦ୍ର ଚିନ୍ତାରେ ବ୍ୟାକୁଳିତ ଏବଂ ଶୋକରେ ଅଧିର, ତାଙ୍କର ମୁଖମଣ୍ଡଳ ବିବର୍ଣ୍ଣ ଦିଶୁଛି । ଶରୀରରୁ ସ୍ୱେଦ ନିର୍ଗତ ହେଉଛି ଓ ସେ ଅସ୍ଥିର ହୋଇପଡ଼ିଛନ୍ତି ଏହି ରି ଅବସ୍ଥାରେ ଦେବୀ ସୀତା ପ୍ରଭୁଙ୍କୁ ଦେଖିଲେ ।
(ख) कथं राघबः शाोकं सोढुं समर्थः न आसीत्?
(ଖ) ପ୍ରଭୁ ରାମଚନ୍ଦ୍ର ମର୍ଯ୍ୟାଦାବାନ୍, ଧୈର୍ଯ୍ୟଶୀଳ ଓ ଆଦର୍ଶ ପୁରୁଷ ଥିଲେ । ତଥାପି ଦେଖାଯାଏ ଆତ୍ମୀୟଙ୍କ ସାନ୍ନିଧ୍ୟରେ ମଣିଷ ମନର ଦୁଃଖ ଦ୍ୱିଗୁଣିତ ହୋଇଯାଏ । ସେହି ଦୁଃଖକୁ ସେ ନିଜ ଲୋକଙ୍କ ଆଗରେ ପ୍ରକାଶ କରି ଦୁଃଖରୁ ମୁକ୍ତ ହେବାକୁ ଚେଷ୍ଟା କରନ୍ତି । ଠିକ୍ ସେହିରି ପ୍ରଭୁ ରାମଚନ୍ଦ୍ର ମନ ଭିତରେ ଚାପି ରଖିଥିବା ଦୁଃଖକୁ ପ୍ରାଣପ୍ରିୟା ସୀତାଙ୍କ ସାନ୍ନିଧ୍ୟ ଲାଭ କଲା ପରେ ସହିବାକୁ ସମର୍ଥ ହେଲେ ନାହିଁ । ତାହା ସ୍ୱତଃ ବହୁଗୁଣିତ ହୋଇ ତାଙ୍କ ସମ୍ମୁଖରେ ପର୍ରିକାଶ ହୋଇଗଲା ।
(ग) दुःखाभिसंन्तप्ता सीता विवर्णवदनं रामं किम् उक्तवती?
(ଗ) ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବ ପାଇଁ ଯେତେବେଳେ ଅଯୋଧ୍ୟାନଗରୀ ନବବଧୂ ପରି ସୁସଜ୍ଜିତା, ସେହିରି ଏକ ଅପୂର୍ବ ମୁହୁର୍ତ୍ତରେ ପ୍ରଭୁ ବିଷଣ୍ଣ ବଦନରେ ନିଜ ବାସଭବନକୁ ପ୍ରବେଶ କଲେ । ପ୍ରଭୁଙ୍କ ମଳିନ ମୁଖକୁ ଦେଖି ଦୁଃଖରେ କାତର ହୋଇ ଦେବୀ ସୀତା ପଚାରିଲେ- ପ୍ରଭୁ! ଯେତେବେଳେ ଅଭିଷେକ ଉତ୍ସବର ଆୟୋଜନ ଚାଲିଛି ତଥା ସମସ୍ତେ ଉତ୍ସୁକ ହୋଇ ଆପଣଙ୍କର ରାଜ୍ୟାଭିଷେକକୁ ଅପେକ୍ଷା କରିଛନ୍ତି ସେହିରି ଶୁଭମୁହୂର୍ତ୍ତରେ ଆପଣଙ୍କ ମୁଖ ମଣ୍ଡଳରେ ଦୁଃଖର ଛାୟା ପରିଲକ୍ଷିତ ହେଉଛି, ଆନନ୍ଦର ଚିହ୍ନ ମାତ୍ର ନାହିଁ । କାହିଁକି ଆପଣଙ୍କ ମନରେ ଏପରି ଦୁଃଖ ଜାତ ହୋଇଛି । ଏହାର କାରଣ କ’ଣ ବୋଲି ବିବ୍ରତ ହୋଇ ସୀତା ପ୍ରଶ୍ନ କଲେ ।
३. गद्यभागात् निजभाषया संक्षेपेण उत्तरं
कुरुत।
(क) सुशिष्यः उपमन्युः इति विषयः कस्मात् गृहीतः। कः अस्य
रचयिता च?
(କ) ‘ସୁଶିଷ୍ୟ ଉପମନ୍ୟୁଃ’ ବିଷୟଟି ବ୍ୟାସଦେବଙ୍କ ରଚିତ ମହାଭାରତରୁ ସଂଗୃହୀତ ।
(ख) उपाध्यायवचनात् उपमन्युः आश्रमे किं कार्यम् अकरोत्?
(ଖ) ଗୁରୁଙ୍କ ନିର୍ଦ୍ଦେଶରେ ଉପମନ୍ୟୁ ଆଶ୍ରମରେ ଗୋରକ୍ଷଣ କାର୍ଯ୍ୟ କରୁଥିଲେ ।
(ग) उपमन्युः केन वृत्तिं करोति स्म?
(ଗ) ଉପମନ୍ୟୁ ଭିକ୍ଷା ଦ୍ୱାରା ବୃତ୍ତି ନିର୍ବାହ କରୁଥିଲେ ।
(घ) सायम् उपमन्युः कुत्र स्थित्वा नमस्करोति स्म?
ସଂଧ୍ୟା ସମୟରେ ଉପମନ୍ୟୁ ଗୁରୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ନମସ୍କାର କରୁଥିଲେ ।
(ङ) भैक्ष्येण केषां वृत्त्युपरोधं करोषि इति गुरुः प्रत्यवदत्?
ଭିକ୍ଷା ଦ୍ୱାରା ଅନ୍ୟ ଭିକ୍ଷାଜୀବିମାନଙ୍କର ବୃତ୍ତିରେ ତୁମେ ବାଧା ସୃଷ୍ଟି କରୁଛ ବୋଲି ଗୁରୁ ପ୍ରତ୍ୟୁତ୍ତର ଦେଲେ ।
४. पद्यभागात् निजभाषया संक्षेपेण उत्तरं
कुरुत।
(क) कः आदिकविः? सः किम् अरजयत्?
(କ) ବାଲ୍ମୀକି ଆଦିକବି । ସେ ରାମାୟଣ ରଚନା କରିଥିଲେ ।
(ख)
रामः कीदृशः पुरुषः आसीत्?
(ଖ) ରାମ ମର୍ଯ୍ୟାଦାବାନ୍ ଆଦର୍ଶ ପୁରୁଷ ଥିଲେ ।
(ग)
कथं रामः अवाङ्मुखः अभवत्?
(ଗ) ରାମ ଲଜ୍ଜା ହେତୁ ନତବଦନ ହୋଇଥିଲେ ।
(घ)
कीदृशं रामं दृष्ट्वा सीता दुःखाभिसंतप्ता अभवत?
(ଘ)ରାମଙ୍କର ବିବର୍ଣ୍ଣ ବଦନ ବା ମଳିନ ମୁଖକୁ ଦେଖି ସୀତା ଦୁଃଖରେ କାତର ହୋଇଗଲେ ।
(ङ)
कः सत्यप्रतिज्ञः आसीत्?
(ଙ) ରାଜା ଦଶରଥ ସତ୍ୟପ୍ରତିଜ୍ଞ ଥିଲେ ।
५. संस्कृतेन अनुवादं कुरुत।
(କ)
ହରିଶ୍ଚନ୍ଦ୍ର ବୋଲି ଜଣେ ଦାନୀ ରାଜା ଥିଲେ ।
୫(କ) ହରିଶ୍ଚନ୍ଦ୍ର ଇତି ଏକଃ ଦାନୀ ରାଜା ଆସୀତ୍ ।
(ଖ)
ଅଶୋକଗଛର ତଳକୁତଳ ଫୁଲଗୁଡ଼ିଏ ଫୁଟିଛି ।
୫(ଖ) ଅଶୋକବୃକ୍ଷମ୍ ଅଧୋଽଧଃ ପୁଷ୍ପାଣି ବିକସନ୍ତି ।
(ଗ)
ଜେଜେମା’ଙ୍କ ପଛେ ପଛେ ରିମା ଓ ସୀମା ଯାଉଥିଲେ ।
୫(ଗ) ପିତାମହୀମ୍ ଅନୁ ରିମା ସୀମା ଚ ଅଗଚ୍ଛତାମ୍ ।
(ଘ)
ବୁଢ଼ୀଟି ଘରେ ଉପବାସରେ ଅଛି ।
୫(ଘ) ବୃଦ୍ଧା ଗୃହେ ଉପବସତି ।
(ଙ)
ଶ୍ରୀମନ୍ଦିର ଚାରିାଖରେ ବର୍ତ୍ତମାନ ସ୍ୱଚ୍ଛ ପରିବେଶ ଦୃଶ୍ୟମାନ ହେଉଛି ।
୫(ଙ) ଶ୍ରୀମନ୍ଦିରଂ ପରିତଃ ଅଧୁନା ସ୍ୱଚ୍ଛଃ ପରିବେଶଃ ଦୃଶ୍ୟତେ ।
(ଚ)
ବଜ୍ରମହାକାଳ ମନ୍ଦିର ନିକଟରେ ପାଇକାନଦୀ ବହିଯାଉଛି ।
୫(ଚ) ବଜ୍ରମହାକାଳ ମନ୍ଦିରଂ ନିକଷା ପାଇକା ନଦୀ ବହତି ।
(ଛ)
ଜେଜେବାପା ଶେଯରେ ଶୋଇଛନ୍ତି
୫(ଛ) ପିତାମହଃ ଶଯ୍ୟାମ୍ ଅଧିଶେତେ ।
(ଜ)
ବାୟୁମଣ୍ଡଳର ଉପରକୁ ଉପର ସ୍ତର ଭେଦ ରହିଛି ।
୫(ଜ) ବାୟୁମଣ୍ଡଳମ୍ ଉପର୍ଯ୍ୟୁପରି ସ୍ତର ଭେଦଃ ଅସ୍ତି ।
Comments
Post a Comment