TLS(SANSKRIT) UNIT TWO SUBJECTIVE
BACK
१.
निजभाषया प्रायशः वाक्यत्रयेण उत्तरं लिखत (गद्यभागात्)
(क) कथं वकः सरस्तीरे उपविष्टः अरुदत्?
ବଗଟିଏ ଏକ ଜଳାଶୟ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିଲା । ଧିରେଧିରେ ତା’ର ବାର୍ଦ୍ଧକ୍ୟ ଆସିଲା । ଏହି ବାର୍ଦ୍ଧକ୍ୟ ପ୍ରାଣୀକୁ ଅସମର୍ଥ ଓ ଅସହାୟ କରିଦିଏ । ତାହା ବଗ ଜୀବନରେ ଘଟିଲା । ସେ ମାଛମାନଙ୍କୁ ଧରିବାକୁ ଅସମର୍ଥ ହେଲା । ତେଣୁ କ୍ଷୁଧାରେ ଆତୁର ହୋଇ ପୋଖରୀ କୂଳରେ ବସି କାନ୍ଦିବାକୁ ଲାଗିଲା ।
(ख) वकः वैराग्यस्य कारणं केन प्रकारेण अकथयत्?
ବଗ ବୈରାଗ୍ୟ ସମ୍ବନ୍ଧରେ ଏକ ମିଥ୍ୟା କାହାଣୀ ଉପସ୍ଥାପନ କଲା । ସେ କହିଲା, ଜ୍ୟୋତିଷଙ୍କ କହିବାନୁସାରେ ବାରବର୍ଷ କାଳ ବର୍ଷା ହେବ ନାହିଁ । ଫଳରେ ଏହି କ୍ଷୁଦ୍ର ଜଳାଶୟଟି ଶୁଖିଯିବ ଓ ସବୁ ଜଳଜୀବ ମରିଯିବେ । ଏଣୁ ଯେଉଁମାନଙ୍କ ସହ ସେ ବଢ଼ିଛି ଓ ଖେଳିଛି, ସେମାନଙ୍କ ବିଚ୍ଛେଦ ସେ ସହିାରିବ ନାହିଁ । ଏହା ହିଁ ତା’ର ବୈରାଗ୍ୟର କାରଣ ବୋଲି ବଗ ପ୍ରକାଶ କଲା ।
(ग) वकः केन उपायेन नित्यम् आहारवृत्तिम् अकरोत् ?
ପ୍ରତାରକ ବଗ ବାରବର୍ଷ ଅନାବୃଷ୍ଟିର ଭବିଷ୍ୟତବାଣୀ ଶୁଣାଇ ଜଳଚରମାନଙ୍କୁ ଭୟଭୀତ କରିଦେଲା । ଜଳଚରମାନେ ରକ୍ଷାର ଉପାୟ ଜିଜ୍ଞାସା କରନ୍ତେ ସେ ନିକଟରେ ଥିବା ଏକ ବିଶାଳ ଜଳାଶୟକୁ ପିଠିରେ ବସାଇ ସେମାନଙ୍କୁ ଜଣଜଣ କରି ନେଇଯିବାର ପ୍ରତିଶୃତି ଦେଲା ଏବଂ ମିଥ୍ୟାବଚନରେ ସେମାନଙ୍କୁ ଭୁଲାଇ ନିକଟସ୍ଥ ଏକ ଶିଳା ପାଖକୁ ନେଇ ସେଥିରେ ନିକ୍ଷେପ କରି ନିଜର ଆହାର ବୃତ୍ତି ସଂପାଦନ କଲା ।
(घ) कुलीरकेण कथं वकः व्यापादितः?
କଙ୍କଡ଼ାଟି ଅଭିମାନ କରି ନିଜର ସୁରକ୍ଷା ପାଇଁ ବଗକୁ ଅନୁରୋଧ କରନ୍ତେ ସେ କଙ୍କଡ଼ାକୁ ବ୍ୟଞ୍ଜନ କରି ନୂତନ ସ୍ୱାଦୁ ଅନୁଭବ କରିବାକୁ ମନସ୍ଥ କଲା । ତେଣୁ ତାକୁ ନେଇ ବଧ୍ୟଶିଳା ଅଭିମୁଖେ ଯାତ୍ରା କଲା । ଦୂରରେ ପର୍ବତ ତୁଲ୍ୟ ମତ୍ସ୍ୟମାନଙ୍କର ଅସ୍ଥି ଦେଖି କଙ୍କଡ଼ା ମନରେ ସନ୍ଦେହ ହେବାରୁ ଜଳାଶୟ କେଉଁଠି ବୋଲି ସେ ପଚାରିଲା । ତାକୁ ଜଳଚର ଭାବି ମନର କଥା କହିଦିଅନ୍ତେ ପୂର୍ବରୁ ପ୍ରସ୍ତୁତ ଥିବା କଙ୍କଡ଼ା ନିଜର ଦୁଇଟି ଦଶନ ବା ବୁଢ଼ା ଗୋଡ଼ରେ ବଗର ବେକକୁ ଚିପି ମାରିଦେଲା । ଏହିରି କଙ୍କଡ଼ା ଦ୍ୱାରା ବଗ ମଲା ।
२.
निजभाषया प्रायशः वाक्यत्रयेण उत्तरं लिखत।(पद्य भागात् )
(क) कस्य विप्रियं न कर्त्तव्यम् इति रामेण उक्तम्?
ଭରତଙ୍କର କୌଣସି ଅପ୍ରିୟ କାର୍ଯ୍ୟ ନ କରିବାକୁ ରାମଚନ୍ଦ୍ର ଦେବୀ ସୀତାଙ୍କୁ ପରାମର୍ଶ ଦେଇଛନ୍ତି । ପିତୃ ସତ୍ୟ କାରଣରୁ ଭରତ ପବିତ୍ର ସୂର୍ଯ୍ୟବଂଶର ତଥା ଆଯୋଧ୍ୟାନଗରୀର ରାଜା ଏବଂ ସେ ଚଉଦ ବର୍ଷ ପର୍ଯ୍ୟନ୍ତ ବନବାସ କରିବେ । ସୀତା ଅଯୋଧ୍ୟା ରାଜପ୍ରାସାଦରେ ରହିବେ । ତେଣୁ ଭରତଙ୍କର ଅପ୍ରିୟ ହେବା ଭଳି କୌଣସି କାର୍ଯ୍ୟ ନ କରିବାକୁ ରାମଚନ୍ଦ୍ର ଦେବୀ ସୀତାଙ୍କୁ ପରାମର୍ଶ ଦେଇଛନ୍ତି ।
(ख) कैकेयी कदा कौ वरौ दशरथं याचितवती?
ମଧ୍ୟମା ରାଣୀ କୈକେୟୀ ଦଶରଥଙ୍କର ଅତିପ୍ରିୟ ଥିଲେ ଓ ଏକଦା ଯୁଦ୍ଧକ୍ଷେତ୍ରରେ ତାଙ୍କୁ ଆସନ୍ନ ମୃତ୍ୟୁମୁଖରୁ ରକ୍ଷା କରିଥିଲେ ତଥା ତାଙ୍କର ସେବା ଯତ୍ନ କରି ତାଙ୍କୁ ଆରୋଗ୍ୟ କରିଥିଲେ । ଫଳରେ ପ୍ରସନ୍ନ ହୋଇ ଦଶରଥ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶୃତି ଦେଇଥିଲେ । ରାମଙ୍କର ରାଜ୍ୟାଭିଷେକ ଅବସରରେ ଦଶରଥଙ୍କୁ ପ୍ରତିଜ୍ଞାବଦ୍ଧ କରାଇ ସେ ଦୁଇଟି ବର ମାଗିନେଲେ । ପ୍ରଥମଟି ହେଉଛି ରାମଚନ୍ଦ୍ର ୧୪ ବର୍ଷ ପର୍ଯ୍ୟନ୍ତ ବନବାସ କରିବେ ଓ ଦ୍ୱିତୀୟରେ ଭରତ ଅଯୋଧ୍ୟାର ରାଜା ହେବେ । ଏହି ବର ସେ ମାଗିଥିଲେ ।
(ग)
संसारेऽस्मिन् के केषां भाग्यमुपासते?
ଏହି ସଂସାରରେ ପିତା, ମାତା, ଭ୍ରାତା, ପୁତ୍ର ତଥା ପୁତ୍ରବଧୂ ସମସ୍ତେ ନିଜନିଜର ପୁଣ୍ୟଫଳ ଓ ନିଜନିଜର ଭାଗ୍ୟକୁ ଭୋଗ କରନ୍ତି । ମାତ୍ର ଏକମାତ୍ର ନାରୀ ବା ଧର୍ମତ୍ନୀ ତା’ ସ୍ୱାମୀର ଭାଗ୍ୟକୁ ଭୋଗ କରେ ତଥା ସୁଖଦୁଃଖର ସହଭାଗିନୀ ହୁଏ । ଏହା ହିଁ ଶାସ୍ତ୍ରସମ୍ମତ ଅଟେ ।
३.
गद्यभागात् निजभाषया संक्षेपेण उत्तरं कुरुत।
(क) कथं वकः मत्स्यान् व्यापादयितुम् असमर्थः अभवत्?
ବଗ ବାର୍ଦ୍ଧକ୍ୟ ହେତୁ ମାଛମାନଙ୍କୁ ମାରିବା ପାଇଁ ଅସମର୍ଥ ହେଲା ।
(ख)
कः वकस्य दुःखेन दुःखितः अभवत्?
କଙ୍କଡ଼ାଟିଏ ବଗର ଦୁଃଖରେ ଦୁଃଖୀ ହୋଇଥିଲା
(ग)
वकः दैवज्ञमुखात् किम् अशृणोत्?
ବାରବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ଏହା ବଗ ଜ୍ୟୋତିଷଙ୍କ ମୁଖରୁ ଶୁଣିଥିଲା ।
(घ)
मत्स्यकच्छपप्रभृतयः वकम् अभ्युपेत्य किम् अपृच्छन्?
ମାଛ କଇଁଛ ପ୍ରଭୃତି ଜଳଚର ବଗ ନିକଟକୁ ଯାଇ ପଚାରିଲେ- ମାମୁ! କୌଣସି ଉପାୟ ଅଛି, ଯଦ୍ଦ୍ୱାରା ଆମର ରକ୍ଷା ହୋଇପାରିବ?
(ङ)
वकः केन निर्विण्णः अभवत्?
ବଗ ମାଛମାନଙ୍କୁ ଖାଇଖାଇ ବିରକ୍ତ ହୋଇଯାଇଥିଲା ।
(च)
वकः कुलीरकं पृष्ठे समारोप्य कुत्र प्रस्थितः?
ବଗ କଙ୍କଡ଼ାକୁ ପିଠିରେ ବସାଇ ବଧ୍ୟଶିଳା ଅଭିମୁଖେ ପ୍ରସ୍ଥାନ କଲା ।
४.
पद्यभागात् निजभाषया संक्षेपेण उत्तरं कुरुत।
(क) रामेण चतुर्दश बर्षाणि कुत्र बस्तव्यम्?
ରାମ ଚଉଦ ବର୍ଷ ଦଣ୍ଡକାରଣ୍ୟରେ ବାସ କରିବେ ।
(ख)
कः केन यौवराज्ये नियोजितः?
ଭରତ ପିତା ଦଶରଥଙ୍କ ଦ୍ୱାରା ଯୁବରାଜ ପଦରେ ନିୟୋଜିତ ହୋଇଛନ୍ତି ।
(ग)
का कथं वैदेही इति कथ्यते?
ସୀତା ବିଦେହର ରାଜକନ୍ୟା ହୋଇଥିବାରୁ ତାଙ୍କୁ ବୈଦେହୀ କୁହାଯାଏ ।
(घ)
वैदेही कस्मान् कारणात् संक्रुद्धा आसीत्?
ସୀତା ସ୍ନେହହେତୁ ଅଭିମାନରେ କ୍ରୋଧପ୍ରକାଶ କରିଥିଲେ ।
(ङ)
का कस्य भाग्यं प्राप्नोति?
ନାରୀ ବା ଧର୍ମପତ୍ନୀ ସ୍ୱାମୀଙ୍କର ଭାଗ୍ୟକୁ ଭୋଗ କରନ୍ତି ।
(च)
सीता कथम् आदिष्टा इति उक्तवती?
ସୀତା ବନବାସ ପାଇଁ ଆଦେଶ ପାଇଛନ୍ତି ବୋଲି କହିଲେ ।
५.
संस्कृतेन अनुवादं कुरुत।
(କ) ବିଶ୍ୱାମିତ୍ର ଜାତିରେ କ୍ଷତ୍ରିୟ ଥିଲେ ।
ବିଶ୍ୱାମିତ୍ରଃ ଜାତ୍ୟା କ୍ଷତ୍ରିୟ ଥିଲେ ।
(ଖ) ମିତା ଗୀତାଠାରୁ ପାଞ୍ଚବର୍ଷ ସାନ ।
ମିତା ଗୀତାୟାଃ ପଞ୍ଚଭିଃ ବର୍ଷେ÷ଃ ଅବରା ।
(ଗ) ଏହି ବାଟ ଦେଇ ଆମେ ସବୁଦିନ ସ୍କୁଲକୁ ଯାଉ ।
ଅନେନ ମାର୍ଗେଣ ବୟଂ ସର୍ବଦା ବିଦ୍ୟାଳୟଂ ଗଚ୍ଛାମଃ ।
(ଘ) ଶୁଭବ୍ରତ ଓ ସତ୍ୟବ୍ରତ ବାପାଙ୍କ ସହିତ ଗାଁକୁ ଯାଇପାରନ୍ତି ।
ଶୁଭବ୍ରତଃ ସତ୍ୟବ୍ରତଃ ଚ ପିତ୍ରା ସହ ଗ୍ରାମଂ ଗଚ୍ଛେତାମ୍ ।
(ଙ)
ଦୁଇ ବର୍ଷରେ ମନ୍ଦିରଟି ତିଆରି ହେଲା ।
ଦ୍ୱାଭ୍ୟାଂ ବର୍ଷାଭ୍ୟାଂ ମନ୍ଦିରଂ ନିର୍ମିତମ୍ ଅଭବତ୍ ।
(ଚ)
ଛାତ୍ରମାନେ ସ୍ୱଭାବରେ ନମ୍ର ଓ ପରୋପକାରୀ ହେବା ଉଚିତ୍ ।
ଛାତ୍ରାଃ ସ୍ୱଭାବେନ ନମ୍ରାଃ ପରୋପକାରିଣଃ ଚ ଭବେୟୁଃ ।
(ଛ)
ସଂସାରରେ ସମସ୍ତେ ସୁଖ ଓ ଦୁଃଖରେ ଚଳନ୍ତି
ସଂସାରେ ସର୍ବେ ସୁଖେନ ଦୁଃଖେନ ଚ ଚଳନ୍ତି ।
(ଜ)ଗୋପାଳ
ବିଦ୍ୟାରେ ହୀନ କିନ୍ତୁ ଧନରେ ଊଣା ନୁହେଁ ।
ଗୋପାଳଃ ବିଦ୍ୟୟା ହୀନଃ ପରଂତୁ ଧନେନ ଊନଃ ନ ଭବତି ।
(ଝ)
ମାଆ ଯତ୍ନରେ ଶିଶୁକୁ ପାଳନ କରନ୍ତି ।
ମାତା ଯତ୍ନେନ ଶିଶୁଂ ପାଳୟତି ।
(ଞ) ଗ୍ରୀଷ୍ମକାଳରେ ଜଳାଶୟ ଜଳଶୂନ୍ୟ ହୁଏ?
ଗ୍ରୀଷ୍ମକାଳେ ଜଳାଶୟଃ ଜଳେନ ଶୂନ୍ୟଃ ଭବତି ।
Comments
Post a Comment