MIL UNIT 02

BACK

୧- ଏକ ପଦରେ ଉତ୍ତର ଲେଖ ।
(କ) ରାମଚନ୍ଦ୍ର କେଉଁଥିରେ ସିନ୍ଧୁ ପୋତିବା ପାଇଁ ବିଚାରକଲେ?
(ଖ) କବିତାରେ ‘ରାଘବ’ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି?
(ଗ) ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କେଉଁ ଶଯ୍ୟାରେ ଶୟନ କଲେ?
(ଘ) ବରୁଣ କାହାର ଅଧିପତି?
(ଙ) ବିଭୂତିଭୂଷଣ କାହାକୁ କୁହାଯାଇଛି?
(କ) ପର୍ବତରେ (ଖ) ରାମଚନ୍ଦ୍ର (ଗ) କୁଶ (ଘ) ଜଳର (ଙ) ରାମଚନ୍ଦ୍ର
୨- ଶୂନ୍ୟସ୍ଥାନ ପୂରଣ କର ।
(କ) ବଡ଼କୁଳେ ଜନମି ................. କି କାରଣେ ଯେ?
(ଖ) ବିରସକୁ ମନ୍ଦ ମରି ..................... ଜନ୍ମେ ।
(ଗ) ବଞ୍ଚିଲୁ ................... ଅଙ୍ଗ ଦେବାରୁ କି ଧର୍ମେ ।
(ଘ) ................. ସମତଳ ପ୍ରହାରିଲା ବ୍ୟୋମେ ଯେ ।
(ଙ) ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ.................. ।
(କ) ଶରଣ (ଖ) ମନ୍ଦହାସ (ଗ) ଅଙ୍ଗଦେ (ଘ) ବଜ୍ରାଘାତ (ଙ) ଦଶଶିର
୩. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଭାରତର ବୈଶିଷ୍ଟ୍ୟ କଣ ?
(ଖ) ଭାରତୀୟ ସଭ୍ୟତାର ଆଦର୍ଶ କ’ଣ ଥିଲା?
(ଗ) କାହାମୂଳରେ ଆମ୍ଭମାନଙ୍କର ଗଣିତ ଶାସ୍ତ୍ର ନିହିତ?
(ଘ) ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ôଚବାକୁ ଆମ୍ଭେମାନେ କାହାକୁ ଅବଲମ୍ବନ କରିଥାଉ?
(ଙ) ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ?
(କ) ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାତ୍ମିକତା । (ଖ) ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । (ଗ) ଜଡ଼ବିଜ୍ଞାନ ମୂଳରେ ଆମ୍ଭମାନଙ୍କର ଗଣିତ ଶାସ୍ତ୍ର ନିହିତ । (ଘ) ଆଧୁନିକ ସଭ୍ୟତାର ଲକ୍ଷ ସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ବିଜ୍ଞାନକୁ ହିଁ ଅବଲମ୍ବନ କରିଥାଉ । (ଙ) ଜଡ଼ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ ।
୪. ‘କ’ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର ।
‘ କ ’ସ୍ତମ୍ଭ                          ‘ଖ’ ସ୍ତମ୍ଭ
ରୋମୀୟ ସଭ୍ୟତା               ଦୁରୂହ ହୋଇନାହିଁ
ସଭ୍ୟତାର ଆଦର୍ଶ                ପ୍ରାଣୀବିଜ୍ଞାନ
ଜୀବ ବିଜ୍ଞାନ                      ବୈଷୟିକ ଉନ୍ନତି
ତୁଙ୍ଗ ହିମାଳୟ                    ସର୍ବାଙ୍ଗୀନ ଉନ୍ନତି ସାଧନ
ମୈତ୍ରୀ                             ଆତ୍ମସଂଯମ
                                    ଧ୍ୱଜା
ରୋମୀୟ ସଭ୍ୟତା ------ ବୈଷୟିକ ଉନ୍ନତି ସଭ୍ୟତାର ଆଦର୍ଶ ---------- ସର୍ବାଙ୍ଗୀନ ଉନ୍ନତି ସାଧନ ଜୀବ ବିଜ୍ଞାନ ------------- ପ୍ରାଣୀବିଜ୍ଞାନ ତୁଙ୍ଗ ହିମାଳୟ ------------ ଦୁରୂହ ହୋଇନାହିଁ ମୈତ୍ରୀ ----------------- ଧ୍ୱଜା
୫. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଅଙ୍ଗଦ ଚୌଧୁରୀ କେଉଁ କାର୍ଯ୍ୟରେ ଧଉଳି ପାହାଡ଼ର ପାଦଦେଶକୁ ଆସିଥିଲେ?
(ଖ) ରାଜେଶ୍ୱରୀ ଯୁଦ୍ଧ ପାଇଁ ପ୍ରଥମ ପର୍ଯ୍ୟାୟରେ କେତେ ଜଣ ଯୋଦ୍ଧାଙ୍କୁ ବାଛିଥିଲେ?
(ଗ) କିଏ କଳିଙ୍ଗ ଆକ୍ରମଣ କରିଥିଲେ?
(ଘ) କେଉଁ ନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା?
(ଙ) ଅଶୋକଙ୍କ ଶିଳାଲେଖରେ କାହା ବିଷୟରେ କିଛି ଲେଖା ହୋଇନାହିଁ?
(କ) ଅଙ୍ଗଦ ଚୌଧୁରୀ ଗବେଷଣା କାର୍ଯ୍ୟରେ ଧଉଳି ପାହାଡ଼ର ପାଦଦେଶକୁ ଆସିଥିଲେ? (ଖ) ରାଜେଶ୍ୱରୀ ଯୁଦ୍ଧ ପାଇଁ ପ୍ରଥମ ପର୍ଯ୍ୟାୟରେ ବାର ଜଣ ଯୋଦ୍ଧାଙ୍କୁ ବାଛିଥିଲେ । (ଗ) ମଗଧର ରାଜା ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । (ଘ) ଦୟାନଦୀ ନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା । (ଙ) ଅଶୋକଙ୍କ ଶିଳା ଲେଖରେ କଳିଙ୍ଗ ରାଜାଙ୍କ ବିଷୟରେ କିଛି ଲେଖା ହୋଇନାହିଁ ।
୬. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(କ) “ମୁଁ ତ ଦୁନିଆର ସବୁଠାରୁ ଶୀଘ୍ର ଚାଲେ” - ଏକଥା କିଏ କହିଛନ୍ତି?
(ଖ) ରାଜନୀତିର ବ୍ରହ୍ମାସ୍ତ୍ର କ’ଣ?
(ଗ) “ଆପଣ କ’ଣ ଇତିହାସ ପୁରୁଷ?”- ଏକଥା କିଏ ପଚାରିଛନ୍ତି?
(ଘ) ଅଙ୍ଗଦ ଚୌଧୁରୀ କେଉଁ ବିଭାଗର ଛାତ୍ର ଥିଲେ?
(ଙ) କଳିଙ୍ଗର ମହାରାଣୀ କିଏ ଥିଲେ?
(କ) ଦୀର୍ଘଦେହୀ ପୁରୁଷ (ଖ) ଷଡ଼ଯନ୍ତ୍ର (ଗ) ଅଙ୍ଗଦ (ଘ) ଇତିହାସ (ଙ) କୁରୁବକୀ
୭. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ବାକ୍ୟାଂଶ କାହାକୁ କୁହାଯାଏ?
(ଖ) ଯୋଗ୍ୟତା କହାକୁ କୁହାଯାଏ?
(ଗ) ଆକାଂକ୍ଷା କହିଲେ କ’ଣ ବୁଝ?
(ଘ) ପଦାନ୍ୱୟୀ ଅବ୍ୟୟ କେଉଁଠାରେ ବ୍ୟବହୃତ ହୁଏ?
(ଙ) ସମ୍ବନ୍ଧ ପଦ କେତେବେଳେ ବିଭକ୍ତିଯୁକ୍ତ ହୁଏ?
(କ) ବାକ୍ୟର ବୁଝାପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂହତିକୁ ବାକ୍ୟାଂଶ କୁହାଯାଏ । (ଖ) ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ । (ଗ) ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ । (ଘ) ବାକ୍ୟରେ ପଦାନ୍ୱୟୀ ଅବ୍ୟୟ ସମ୍ବନ୍ଧିତ ପଦର ପରେ ବ୍ୟବହୃତ ହୁଏ । (ଙ) ବିଭିନ୍ନ ବ୍ୟକ୍ତିଙ୍କ ସମ୍ବନ୍ଧ ବାକ୍ୟରେ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତିଯୁକ୍ତ ହୁଏ ।
୮. ଅଶୁଦ୍ଧି ସଂଶୋଧନ କର ।
(କ) ସୌଜନ୍ୟତା
(ଖ) ପରିସ୍କାର
(ଗ) ବିଷର୍ଜନ
(ଘ) ଅପରାହ୍ନ
(ଙ) ପ୍ରତ୍ୟେହ
(କ) ସୌଜନ୍ୟ/ସୁଜନତା (ଖ) ପରିଷ୍କାର (ଗ) ବିସର୍ଜନ (ଘ) ଅପରାହ୍ଣ (ଙ) ପ୍ରତ୍ୟହ
୯. ନିମ୍ନଲିଖିତ ରୂଢି଼/ ଲୋକବାଣୀର ଅର୍ଥ ଲେଖ ।
(କ) ଜିରାରୁ ଶିରା କାଢ଼ିବା
(ଖ) ଓଳିଆରୁ ଗଜା
(ଗ)ଛୁଞ୍ଚିମାଛି ପରୀକ୍ଷା / ପରଖ
(ଘ) ଅନ୍ଧ ଥରେ ବାଡ଼ି ହଜାଏ
(ଙ) କୂପ ମଣ୍ଡୂକ
(କ) ଅଯଥା ଦୋଷ ଦେଖାଇବା (ଖ) ଜନ୍ମରୁ ଚତୁର (ଗ) ତନ୍ନ ତନ୍ନ କରି ଦେଖିବା (ଘ) ଅଭିଜ୍ଞତାରୁ ଶିକ୍ଷାଲାଭ (ଙ) ସଂକୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି
୧୦. ଠିକ୍ ଥିଲେ(ଠିକ୍‌) ଚିହ୍ନ ଓ ଭୁଲ୍ ଥିଲେ (ଭୁଲ) ଚିହ୍ନ ଦିଅ ।
(କ) ‘ନୋଟିସ୍‌’ - ଏହା ଏକ ବୈଦେଶିକ ଶବ୍ଦ ହୋଇଥିବାରୁ ଏଠାରେ ‘ଷ୍‌ତ୍ୱ’ ବିଧି ଲାଗୁ ହୋଇନାହିଁ ।
(ଖ) ‘ଋ’, ‘ର’ ଓ ‘ଷ’ ପରେ ଅନ୍ୟ ବର୍ଣ୍ଣର ବ୍ୟବଧାନ ଥିଲେ ‘ନ୍‌’, ‘ଣ୍‌’ ହୁଏ ।
(ଗ) “ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନିଳାମ୍ବୁ ଚିଲିକା ।” – ଏହା ନଟବାଣୀ ଛନ୍ଦରେ ରଚିତ ।
(ଘ) ବଙ୍ଗଳାଶ୍ରୀ ଛନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।
(ଙ) ‘ଯମକ’ ଅଳଙ୍କାର ପ୍ରଧାନତଃ ତିନି ପ୍ରକାରର ।

(କ)ଠିକ (ଖ)ଭୁଲ (ଗ)ଠିକ (ଘ)ଠିକ (ଙ) ଭୁଲ

Comments

Popular posts from this blog

WELCOME